କଟକ: ସୋଲରେ ତିଆରି ହୋଇଛନ୍ତି ଜଗନ୍ନାଥ । କଟକ ମଲାସହି ଅଞ୍ଚଳର ମନୋଜ ବେହେରା ଏହି 6 ଫୁଟର ଅବିକଳ ସୋଲରେ ଜଗନ୍ନାଥ ମୂର୍ତ୍ତି ଗଢିଛନ୍ତି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କେଵଳ ସୋଲରେ ପ୍ରଭୁଙ୍କୁ ଗଢିବା ପାଇଁ ସ୍ବପ୍ନ ରଖିଥିବା ଏହି ଭକ୍ତର ଆଜି ମନସ୍କାମନା ପୂର୍ଣ୍ଣ ହୋଇଛି ।
ଜୀବନରେ ଜଗନ୍ନାଥଙ୍କ ସଂସ୍କୃତିକୁ ପ୍ରଚାର କରିବା ପାଇଁ ଲକ୍ଷ୍ୟ ରଖିଥିବା ମନୋଜ ଆଜି ପ୍ରଭୁଙ୍କ ମୂର୍ତ୍ତି ଗଢି ନିଜକୁ ଧନ୍ୟ କରିଛନ୍ତି । ତେବେ ଜୀବନର ଶେଷ ପର୍ଯ୍ୟନ୍ତ ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବା ସହ ନିଜର ଭକ୍ତି ସର୍ବଦା ରହିବା ବୋଲି ସେ କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ