ETV Bharat / city

ବୋତଲ ଭିତରେ ଆକର୍ଷଣୀୟ ଶିବ ମନ୍ଦିର!

କାଚ ବୋତଲ ଭିତରେ ଶିବ ମନ୍ଦିର । ଖୋର୍ଦ୍ଧାର ଏଲ ଈଶ୍ବର ରାଓ ପ୍ରତିଥର କିଛି ନୂଆ ସୂକ୍ଷ୍ମ କାର୍ଯ୍ୟ କରନ୍ତି । ଚଳିତ ଥର ସେ ମହାଦେବଙ୍କୁ କାଚ ଭିତରେ ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

Dev Dev Mahadev temple in Glass create by l eswar rao of khurdha
ବୋତଲ ଭିତରେ ଶିବ ମନ୍ଦିର!
author img

By

Published : Mar 10, 2021, 9:24 PM IST

ଭୁବନେଶ୍ବର: ରାତି ପହିଲେ ଦେବ ଦେବ ମହାଦେବ ଶିବଙ୍କର ପବିତ୍ର ଜାଗର ଯାତ୍ରା । ପ୍ରତିଥର କିଛି ନୂଆ କରୁଥିବା ଶିଳ୍ପୀ ଈଶ୍ବର ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀ ପୂର୍ବରୁ ମହାଦେବଙ୍କୁ କାଚ ଭିତରେ ପ୍ରସ୍ତୁତ କରି ନିଆର ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରଦର୍ଶନ କରିଛନ୍ତି ।

ବୋତଲ ଭିତରେ ଶିବ ମନ୍ଦିର!

ଖୋର୍ଦ୍ଧାର ଏଲ ଈଶ୍ବର ରାଓ ପ୍ରତିଥର କିଛି ନୂଆ ସୂକ୍ଷ୍ମ କାର୍ଯ୍ୟ କରନ୍ତି । ଚଳିତ ଥର ସେ ମହାଦେବଙ୍କୁ କାଚ ବୋତଲ ଭିତରେ ପ୍ରସ୍ତୁତ କରିଛନ୍ତି । ଶିଳ୍ପୀ ଏଲ ଈଶ୍ବର ରାଓ ବୋତଲ ଭିତରେ ଶିବ ମନ୍ଦିର ତିଆରି କରି ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ କାଚ ବୋତଲ ଭିତରେ ସେ ମାଟି ସାହାଯ୍ୟରେ ସୁନ୍ଦର ଶିବ ମନ୍ଦିର ପ୍ରସ୍ତୁତ କରିଛନ୍ତି । ଯାହାର ଉଚ୍ଚତା 12 ଇଞ୍ଚ ଓ 6 ଚଉଡା ଇଞ୍ଚ ରହିଛି । ଏହା ସହିତ ମନ୍ଦିର ଚାରିପାଖରେ ଯେଭଳି ଭିନ୍ନ ଦେବା ଦେବୀଙ୍କ ସହ ଆଗରେ ବୃଷଭଙ୍କ ମୂର୍ତ୍ତି ଥାଏ । ଏଥିରେ ମଧ୍ୟ ତାହାକୁ ସେ ସ୍ଥାନ ଦେଇଛନ୍ତି । ତେବେ ଏଥି ପାଇଁ ତାଙ୍କୁ 3 ମାସ ପରିଶ୍ରମ କରିବାକୁ ପଡିଥିବା ସେ କହିଛନ୍ତି ।

ପୂର୍ବରୁ ସେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ନିଜ କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ । ଏକ କାଚ ଭିତରେ ରାଷ୍ଟ୍ରପତି ଜୋ ବିଡେନଙ୍କ ଆକୃତିର ସୂକ୍ଷ୍ମ କାର୍ଯ୍ୟ ପ୍ରସ୍ତୁତ କରିଥିଲେ । ତାଙ୍କର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.