ETV Bharat / city

Odisha Weather Update: ସକ୍ରିୟ ହେଲା ମୌସୁମୀ, ରାଜ୍ୟରେ ବର୍ଷା ଜାରି

ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦ୍ରୀଭୂତ ଲଘୁଚାପ ଦକ୍ଷିଣ ଛତିଶଗଡ଼ରେ ଅବପାତ (Depression over south Chhattisgarh) ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ

author img

By

Published : Sep 12, 2022, 10:09 AM IST

Depression move nearly across south chhattisgarh heavy rainfall in odisha
ସକ୍ରିୟ ହେଲା ମୌସୁମୀ, ରାଜ୍ୟରେ ବର୍ଷା ଜାରି

ଭୁବନେଶ୍ବର: ଦକ୍ଷିଣ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ଲଘୁଚାପ ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଆଡକୁ ଗତି କରୁଛି । ବର୍ତ୍ତମାନ ଏହା ଭବାନୀପାଟଣା ଠାରୁ ପଶ୍ଚିମ-ଉତ୍ତର-ପଶ୍ଚିମ-ଦିଗରେ 190 କିମି ଦୂରରେ କେନ୍ଦ୍ରୀଭୂତ । ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ 12 ଘଣ୍ଟା ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଅବପାତ ପ୍ରଭାବରେ ଆଜି ବି ରାଜ୍ୟରେ ବର୍ଷା ଜାରି ରହିଛି । ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ସେହିପରି କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ଆଲର୍ଟ ଜାରି କରିଛି ।

  • ସକ୍ରିୟ ମୌସୁମୀ ପ୍ରଭାବରେ ମେଘ ସମୂହ ର ଚଳନ୍ତି ଯାତ୍ରା pic.twitter.com/01Wkts7D8j

    — Meteorological Centre, Bhubaneswar (@mcbbsr) September 12, 2022 " class="align-text-top noRightClick twitterSection" data=" ">

ଆସନ୍ତା 5 ଦିନ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ । ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ମୌସୁମୀ ନିମ୍ନ-ଚାପ ରେଖା ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବ । ଫଳରେ ଗୁଜୁରାଟର ନଲିଆରୁ ବାହାରି ଅହମ୍ମଦାବାଦ, ବ୍ରହ୍ମପୁରୀ, ଜଗଦଲପୁର ସହିତ ଦକ୍ଷିଣ ଓଡିଶା ଉପରେ ଅବପାତର କେନ୍ଦ୍ର ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଯାହାର ପ୍ରଭାବରେ ଆଗକୁ ରାଜ୍ୟରେ ବର୍ଷା ଜାରି ରହିବ । ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ ହେଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ବରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଓ ଯାଜପୁରରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ୧୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ, ପାଣିପାଗ ବିଭାଗର ସୂଚନା ୧୬ରୁ ପୁଣି ଏକ ଲଘୁଚାପ ଦାନା ବାନ୍ଧିବ

ଆସନ୍ତାକାଲି(ମଙ୍ଗଳବାର) ଉପକୂଳ ସଂଲଗ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା 14ରେ ଉପକୂଳ ଅଞ୍ଚଳମାନଙ୍କରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 15ରେ ଆଭ୍ୟନ୍ତରୀଣ ଉପକୂଳ ଏବଂ ଏହାର ନିକଟବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗିରହିବ । ଅବପାତ ପ୍ରଭାବରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିବ । ଆସନ୍ତାକାଲି ଯାଏଁ ଓଡ଼ିଶା ଉପକୂଳ ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।

ସେହିପରି ସମସ୍ତ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି ରହିଛି । ସଦୃଶ ଲଘୁଚାପ କାରଣରୁ ରାଜ୍ୟରେ ୩୭ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ବେଳେ ତିନୋଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । ଢେଙ୍କାନାଳରେ ସର୍ବାଧିକ ୧୫୪ ମିଲି ଲିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆସନ୍ତା ୧୬ରୁ ପୁଣି ଏକ ଲଘୁଚାପ ଦାନା ବାନ୍ଧିବ । ଆସନ୍ତା ୧୬ ରୁ ୨୨ ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.