ETV Bharat / city

ସିଭିଲ ସର୍ଭିସ ପରୀକ୍ଷା ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ

author img

By

Published : Oct 9, 2021, 9:34 AM IST

ସାଧାରଣ ପ୍ରଶାସନ ବିଭାଗକୁ ଉଚ୍ଚଶିକ୍ଷା ବିଭାଗର ଚିଠି । ୧୦ ବର୍ଷ ମଧ୍ୟରେ ଓଡିଶାରେ କେତେ ପିଲା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ତାହାର ତଥ୍ୟ ମାଗିଲା ବିଭାଗ । ଅଧିକ ପଢନ୍ତୁ...

ସିଭିଲ ସର୍ଭିସ ପରୀକ୍ଷା ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ
ସିଭିଲ ସର୍ଭିସ ପରୀକ୍ଷା ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ସାଧାରଣ ପ୍ରଶାସନ ବିଭାଗକୁ ଉଚ୍ଚଶିକ୍ଷା ବିଭାଗର ଚିଠି । ବିଗତ ୧୦ ବର୍ଷ ମଧ୍ୟରେ ଓଡିଶାରୁ କେତେ ପିଲା UPSC ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ କେଉଁ ବର୍ଷରେ କେତେ ଜଣ ପାସ୍ କରିଛନ୍ତି, ତାହାର ତଥ୍ୟ ମାଗିଛି ଉଚ୍ଚଶିକ୍ଷା ବିଭାଗ । ଯାହାଦ୍ବାରା ପିଲା କିପରି ଅଧିକ ମାତ୍ରାରେ ସିଭିଲ ସର୍ଭିସ ପରୀକ୍ଷା ପ୍ରତି ଆଗ୍ରହୀ ହେବେ ସେନେଇ ପଦକ୍ଷେପ ନିଆଯାଇପାରିବ ।

ପୂର୍ବରୁ ତଥ୍ୟ ମଗାଯାଇଥିଲେ ମଧ୍ୟ ତଥ୍ୟ ଦେଇନଥିଲା ସାଧାରଣ ପ୍ରଶାସନ ବିଭାଗ । ଯେଉଁଥିପାଇଁ ପୁଣି ଥରେ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ତଥ୍ୟ ମାଗିଛି । ୧୦ ବର୍ଷ ମଧ୍ୟରେ କେତେ ପିଲା ପାସ୍ କରିଛନ୍ତି, କେଉଁ ବର୍ଷ କେତେ ସଂଖ୍ୟା ? ସେ ସମ୍ପର୍କରେ ଜଣାଇବାକୁ କୁହାଯାଇଛି । ଯଦ୍ବାରା ସିଭିଲ ସର୍ଭିସ ଆକାଂକ୍ଷୀଙ୍କ ପାଇଁ ନୂତନ ସ୍କିମ୍ ଜରିଆରେ କୋଚିଂ ବ୍ୟବସ୍ଥା କରାଯାଇପାରିବ । ଫଳରେ ସର୍ବଭାରତୀୟ ସ୍ତରରେ ସଭିଲ ସର୍ଭିସରେ ଉତ୍ତୀର୍ଣ୍ଣଙ୍କ ସଂଖ୍ୟା ବୃଦ୍ଧି ହୋଇପାରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.