ETV Bharat / city

ରାଜ୍ୟରେ ବ୍ୟାପୁଛି ମହାମାରୀ ଡେଙ୍ଗୁ, ସତର୍କ ରହିବା ଜରୁରୀ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ - ରାଜ୍ୟରେ ବ୍ୟାପୁଛି ଡେଙ୍ଗୁ

ରାଜ୍ୟରେ ବ୍ୟାପୁଛି ଡେଙ୍ଗୁ । ଏଥିପାଇଁ ସତର୍କ ରହିବା ଜରୁରୀ । ରାଜ୍ୟର ବିଭିନ୍ନ ସ୍ଥାନରୁ ରିପୋର୍ଟ ଆସୁଛି । ଅଧିକ ପଢ଼ନ୍ତୁ

ରାଜ୍ୟରେ ବ୍ୟାପୁଛି ମହାମାରୀ ଡେଙ୍ଗୁ, ସତର୍କ ରହିବା ଜରୁରୀ

author img

By

Published : Jun 9, 2022, 10:34 PM IST

ଭୁବନେଶ୍ବର : ଭୁବନେଶ୍ବରରେ ବ୍ୟାପୁଛି ଡେଙ୍ଗୁ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ରିପୋର୍ଟ ଆସୁଛି । ଗତବର୍ଷ ମଧ୍ୟ ଭୁବନେଶ୍ୱରରେ ଡେଙ୍ଗୁ ବ୍ୟାପିଥିଲା । ତେଣୁ ଚଳିତ ବର୍ଷ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସର୍ଭିଲାନ୍ସ ମଧ୍ୟ ଚାଲିଛି । ଖୋର୍ଦ୍ଧାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ଏମ୍ସ ଏବଂ ଆରଏମଆରସିକୁ ମିଶାଇ ୪ଟି ସେଣ୍ଟିନାଲ ସାଇଟ ଅଛି । ଲୋକମାନେ ଏହି କେନ୍ଦ୍ର ଗୁଡ଼ିକରେ ଯାଇ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ଜନ ସ୍ବାସ୍ଥ୍ୟ ବିଭାଗ ।

ରାଜ୍ୟରେ ବ୍ୟାପୁଛି ମହାମାରୀ ଡେଙ୍ଗୁ, ସତର୍କ ରହିବା ଜରୁରୀ

କାରଣ ଏଲିସା ମେଥଡ଼ ଦ୍ୱାରା ହିଁ ସଠିକ ରିପୋର୍ଟ ମିଳିପାରିବ । ଏଡିସ ମଶା ଯୋଗୁଁ ଡେଙ୍ଗୁ ବ୍ୟାପୁଥିବାରୁ କୌଣସି ଜାଗାରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ସାରା ରାଜ୍ୟରେ ପାଖାପାଖି ୮୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ଯେ ପୂର୍ବରୁ ଡେଙ୍ଗୁ ରୋଗୀ ୪୦ ରୁ ୫୦ ଆସୁଥିଲେ । ବର୍ତ୍ତମାନ ସମୟରେ ୨ ରୁ୪ ଜଣ ଆସୁଛନ୍ତି। ହସ୍ପିଟାଲରେ ଡେଙ୍ଗୁ ୱାର୍ଡ ସ୍ଵତନ୍ତ୍ର ଭାବରେ କରାଯାଇନାହିଁ । ତଥାପି ଯଦି ସଂଖ୍ୟା ବଢେ ସେଥିପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.