ETV Bharat / city

ସାଙ୍ଘାତିକ ରୂପ ନେଉଛି ଡେଙ୍ଗୁ, ରୋଗୀଙ୍କୁ ନିଅଣ୍ଟ ବେଡ୍ - after corona dengue fear

ରାଜଧାନୀରେ ଡେଙ୍ଗୁ ସାଙ୍ଘାତିକ ରୂପ ନେଲାଣି । ସହରର ବିଭିନ୍ନ ସ୍ଥାନରୁ ଦୈନିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ଶଯ୍ୟାର ସଙ୍କଟ ଦେଖାଦେଇଛି । ଅଧିକ ପଡନ୍ତୁ...

କରୋନା ପରେ ସାଙ୍ଘାତିକ ରୂପ ନେଉଛି ଡେଙ୍ଗୁ, ବେଡ଼ ସଂଖ୍ୟାଠାରୁ ଅଧିକ ଆଡମିଶନ ହେଉଛନ୍ତି ରୋଗୀ

author img

By

Published : Aug 2, 2021, 4:34 PM IST

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ସାଙ୍ଘାତିକ ରୂପ ନେଲାଣି । ସହରର ବିଭିନ୍ନ ସ୍ଥାନରୁ ଦୈନିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ଶଯ୍ୟାର ସଙ୍କଟ ଦେଖାଦେଇଛି । ହସ୍ପିଟାଲର ଡେଙ୍ଗୁୱାର୍ଡରେ ବେଡ଼ ସଂଖ୍ୟା ବୃଦ୍ଧି କରାଯାଇଥିଲେ ମଧ୍ୟ ନିଅଣ୍ଟ ହେଉଛି । ତେଣୁ, ଅଲଗା ୱାର୍ଡରେ ଡେଙ୍ଗୁ ଚିକିତ୍ସା କରାଯାଉଛି। ଡେଙ୍ଗୁକୁ ନେଇ ଭୁବନେଶ୍ବରରେ ଅଧିକ ପଦକ୍ଷେପ ନିଆଯାଉଛି । ଏପଟେ କୋଭିଡ ପାଇଁ ବେଡ଼ ଆବଶ୍ୟକତା ବଢୁଥିବାରୁ ଡେଙ୍ଗୁ ପାଇଁ ବେଡ଼ ଆବଶ୍ୟକତା ଓ ଅନ୍ୟାନ୍ୟ ରୋଗ ପାଇଁ ମଧ୍ୟ ବେଡ଼ ଆବଶ୍ୟକ। ଗୋଟିଏ ଦିନରେ କରିବା ସମ୍ଭବ ନୁହେଁ । ଏପରିକି 3 ମହଲା କୋଠା ଘର ନିର୍ମାଣ ମଧ୍ୟ ତୁରନ୍ତ ହୋଇପରିବାନି । ତେବେ ଯଦି ଆବଶ୍ୟକ ହୁଏ ବେଡ଼ ବଢ଼ାଯିବ ବୋଲି କହିଛନ୍ତି DMET ।

କରୋନା ପରେ ସାଙ୍ଘାତିକ ରୂପ ନେଉଛି ଡେଙ୍ଗୁ, ବେଡ଼ ସଂଖ୍ୟାଠାରୁ ଅଧିକ ଆଡମିଶନ ହେଉଛନ୍ତି ରୋଗୀ

ଡେଙ୍ଗୁକୁ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ଗତକାଲି ସନ୍ଧ୍ୟା ସୁଦ୍ଧା 56 ଜଣ ରୋଗୀ ଆଡମିଶନ ହୋଇଛନ୍ତି । ସୌଭାଗ୍ୟବଶତଃ କମ କୋରୋନା ରୋଗୀ ଆଡମିଶନ ହୋଇଛନ୍ତି ଓ ଏବେ ୱାର୍ଡ ଖାଲି ରହିଛି । ବର୍ତ୍ତମାନର ସ୍ଥିତି ଅନୁଯାୟୀ 100 ଜଣ ରୋଗୀଙ୍କୁ ଆଡମିଶନ କରାଯାଇପାରିବ । ହସ୍ପିଟାଲରେ ବେଡ଼ ଅଭାବ ନାହିଁ । ଗତକାଲି(ରବିବାର) 87 ଜ୍ବର ରୋଗୀଙ୍କ ପରୀକ୍ଷା ହୋଇଥିଲା ଏବଂ ସେଥିରୁ 54 ଜଣ ପଜିଟିଭ ବାହାରିଥିଲେ । ପ୍ରତିଦିନ 10ରୁ 15 ନୂଆ ରୋଗୀ ଆଡମିଶନ ହେଉଛନ୍ତି । 10ରୁ 15 ଜଣ ଦିସଚାର୍ଜ ହେଉଛନ୍ତି । ତେଣୁ, କ୍ୟାପିଟାଲ ହସ୍ପିଟାଲରେ ଅନେକ ୱାର୍ଡ ଖାଲି ଥିବାରୁ ଡେଙ୍ଗୁ ରୋଗୀଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି । ତେବେ ରାଜ୍ୟଧାନୀରେ ଡେଙ୍ଗୁରେ 598 ଜଣ ଆକ୍ରାନ୍ତ ହୋଇସାରିଲେଣି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.