ଭୁବନେଶ୍ବର: କୋରୋନା ମାହାମରୀ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଉଜାଡି ଦେଇଛି । ଲକଡାଉନ ପାଇଁ ଅନେକ କଟକଣା ଏହାକୁ ଆହୁରି ଜଟିଳ କରି ଥିବାବେଳେ ଏହାଦ୍ୱାରା ଦେଶର କୃଷକ ଓ କ୍ଷେତ ମଜଦୂରମାନେ ବହୁ ଅସୁବିଧାରେ ଜୀବନ ଯାପନ କରୁଛନ୍ତି।
ତେବେ ଏହି ସମୟରେ ସେମାନଙ୍କୁ ମାସିକ 7500 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ କ୍ଷେତ ମଜଦୂର ୟୁନିଅନ ପକ୍ଷରୁ ସ୍ଥାନୀୟ ସିପିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏହି ଅବସରରେ ସେମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେବା ପାଇଁ ମନରେଗା କାର୍ଯ୍ୟ ଦିବସ ବୃଦ୍ଧି କରିବା, ଚାଷୀଙ୍କ ଋଣ ଛାଡ କରିବା ଓ ତୈଳ ଦର ହ୍ରାସ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ଏହି ପ୍ରଦର୍ଶନ ସାରା ଦେଶରେ କରା ଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ତୀବ୍ର କରାଯିବ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ