ETV Bharat / city

Odisha Corona Death Report: କିଲର କୋରୋନା, ଦିନକରେ ନେଲା 23 ଜୀବନ - ଓଡିଶା କୋରୋନା ମୃତ୍ୟୁ ରିପୋର୍ଟ

ରାଜ୍ୟରେ ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୨୩ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ

ଘାତକ ହେଉଛି ମହାମାରୀ, ଦିନକରେ ନେଲା 23 ଜୀବନ
ଘାତକ ହେଉଛି ମହାମାରୀ, ଦିନକରେ ନେଲା 23 ଜୀବନ
author img

By

Published : Feb 4, 2022, 12:15 PM IST

ଭୁବନେଶ୍ବର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମୁଛି ହେଲେ ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ଲଗାତାର ଦିନକୁ ଦିନ ବଢି ଚାଲିିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜି( ଶୁକ୍ରବାର) ରାଜ୍ୟରେ ଆଉ ୨୩ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୬୮୯କୁ ବୃଦ୍ଧି ହୋଇଛି ।

ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାରେ ସମୁଦାୟ ମୃତ୍ୟୁସଂଖ୍ୟା ୧୬୫୫ରେ ପହଞ୍ଚିଛି । ସୁନ୍ଦରଗଡରୁ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡାରୁ ୨ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହପରି ବାଲେଶ୍ବର, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ପ୍ରକାଶ ଥାଉ କି, ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୬୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୬୨,୧୦୨ରେ ପହଞ୍ଚିଛି । କିଛି ଦିନ ହେବେ ବାହାରୁଥିବା ପଜିଟିଭ ସଂଖ୍ୟା ବଢିବାରେ ବ୍ରେକ ଲାଗିଛି ହେଲେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.