ETV Bharat / city

ପୁଣି 34 ଜୀବନ ନେଲା କୋରୋନା; ଅନୁଗୋଳରୁ ସର୍ବାଧିକ 5 ମୃତ - ଅନୁଗୋଳରୁ ସର୍ବାଧିକ 5ମୃତ

ଦିନକରେ ପୁଣି 34 ଜୀବନ ନେଇଛି କିଲର କୋରୋନା । ଅନୁଗୋଳରୁ ସର୍ବାଧିକ 5ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ପୁଣି 34 ଜୀବନ ନେଲା କୋରୋନା
ପୁଣି 34 ଜୀବନ ନେଲା କୋରୋନା
author img

By

Published : May 27, 2021, 1:19 PM IST

ଭୁବନେଶ୍ବର: ଆଜି(ଗୁରୁବାର) ରାଜ୍ୟରେ ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଛି । ହେଲେ ମୃତ୍ୟୁ ସଂଖ୍ୟା କମିବାରେ ଲାଗୁନି । ଦିନକରେ ପୁଣି 34 ଜୀବନ ନେଇଛି କିଲର କୋରୋନା । ଅନୁଗୋଳରୁ ସର୍ବାଧିକ 5ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 2 ହଜାର 618ଜଣ କୋରୋନାରେ ଜୀବନ ହାରିଛନ୍ତି ।

ଆଜିର ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ଜଣେ 50ବର୍ଷୀୟ ପୁରୁଷ, 70ବର୍ଷୀୟ ବୃଦ୍ଧ, 56 ବର୍ଷୀୟ ପୁରୁଷ, 60ବର୍ଷୀୟ ମହିଳା ଓ ଜଣେ 29ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି । ସେହିପରି ବୌଦ୍ଧରୁ ଜଣେ 65ବର୍ଷୀୟ ବୃଦ୍ଧ,ଜଣେ 50ବର୍ଷୀୟ ମହିଳା ଓ ଜଣେ 26 ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ହୋଇଛି ।

ସେହିପରି ଭୁବନେଶ୍ବରରୁ ଜଣେ 75ବର୍ଷୀୟ ବୃଦ୍ଧ,ଜଣେ 79ବର୍ଷୀୟ ପୁରୁଷ,ଜଣେ 76ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳରୁ ଜଣେ 57ବର୍ଷୀୟ ମହିଳା ଓ ପୁରୀରୁ ଜଣେ 40ବର୍ଷୀୟ ମହିଳାଙ୍କର ମୃ୍ତ୍ୟୁ ହୋଇଛି । ସେହିପରି ଗଜପତିରୁ 41ବର୍ଷୀୟ ପୁରୁଷ,ଝାରସୁଗୁଡାରୁ 45ବର୍ଷୀୟ ପୁରୁଷ, କଳାହାଣ୍ଡିରୁ 30ବର୍ଷୀୟ ଯୁବକ, 38ବର୍ଷୀୟ ଯୁବକ, 65ବର୍ଷୀୟ ମହିଳା ଓ 45ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ କେନ୍ଦ୍ରାପଡାରୁ 54ବର୍ଷୀୟ ପୁରୁଷ, 85ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ ଜଣେ 62ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

ସେହିପରି ନବରଙ୍ଗପୁରରୁ ଜଣେ 65ବର୍ଷୀୟ ପୁରୁଷ ଜଣେ 80ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ନୂଆପଡାରୁ ଜଣେ 65ବର୍ଷୀୟ ମହିଳା, 45ବର୍ଷୀୟ ମହିଳାଙ୍କ ଜୀବନ ଯାଇଥିବାବେଳେ ରାୟଗଡାରୁ 54ବର୍ଷୀୟ ମହିଳା ଓ ଜଣେ 72ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ଏହା ସହିତ ସୁନ୍ଦରଗଡରୁ ଜଣେ 55ବର୍ଷୀୟ ମହିଳାଙ୍କ ସହିତ 58ବର୍ଷୀୟ ପୁରୁଷ ଓ 65ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.