ETV Bharat / city

ପୁଣି 35 ଜୀବନ ନେଲା କୋରୋନା; ଅନୁଗୋଳରୁ ସର୍ବାଧିକ 5 ମୃତ

author img

By

Published : May 31, 2021, 11:34 AM IST

ରାଜ୍ୟରେ ଆଜି(ସୋମବାର) ପୁଣି ଆଉ 35 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅନୁଗୋଳରୁ ସର୍ବାଧିକ 5ଜଣଙ୍କ ମୃତ୍ଯୁ ହୋଇଛି । ଅଧିକ ପଢନ୍ତୁ...

ପୁଣି 35ଜୀବନ ନେଲା କୋରୋନା
ପୁଣି 35ଜୀବନ ନେଲା କୋରୋନା

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣରେ ସମାନ୍ୟ ବ୍ରେକ ଲାଗିଛି । ମାତ୍ର ମୃତ୍ୟୁ ସଂଖ୍ୟା କମୁନାହିଁ । ରାଜ୍ୟରେ ଆଜି(ସୋମବାର) ପୁଣି ଆଉ 35ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅନୁଗୋଳରୁ ସର୍ବାଧିକ 5ଜଣଙ୍କ ମୃତ୍ଯୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଗାତାର ପାଞ୍ଚଦିନ ହେବ ଅନୁଗୋଳରୁ ସର୍ବାଧିକ ମୃତ୍ୟୁ ରିପୋର୍ଟ ଆସୁଛି ।

ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳରୁ ଜଣେ 55ବର୍ଷୀୟ ମହିଳା, 76 ବର୍ଷୀୟ ବୃଦ୍ଧ,ଜଣେ 75 ବର୍ଷୀୟ ବୃଦ୍ଧ,ଜଣେ 65ବର୍ଷୀୟ ବୃଦ୍ଧା ଓ ଜଣେ 51ବର୍ଷୀୟ ମହିଳାଙ୍କର ମୃତ୍ଯୁ ହୋଇଛି । ସେହିପରି ଭୁବନେଶ୍ବରରୁ ଜଣେ 85ବର୍ଷୀୟ ବୃଦ୍ଧା,ଜଣେ 66ବର୍ଷୀୟ ବୃଦ୍ଧା ଓ ଜଣେ 69 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ ଜଣେ 52 ବର୍ଷୀୟ ପୁରୁଷ, 53 ବର୍ଷୀୟ ପୁରୁଷ ଓ ଜଣେ 52 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଓଗଡରୁ ଜଣେ 40ବର୍ଷୀୟ ମହିଳା ଓ ଜଣେ 57 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରୁ ଦୁଇଜଣ 55ବର୍ଷୀୟ ମହିଳାଙ୍କ ଜୀବନ ନେଇଛି କୋରୋନା ।

ସେହିପରି ଗ଼ଞ୍ଜାମରୁ ଜଣେ 70 ବର୍ଷୀୟ ବୃଦ୍ଧା, 74ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ଜଣେ 46ବର୍ଷୀୟ ପୁରୁଷ ଓ 36ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଛି । ସେହିପରି କଳାହାଣ୍ଡିରୁ 42ବର୍ଷୀୟ ପୁରୁଷ, ଜଣେ 33ବର୍ଷୀୟ ପୁରୁଷ ଓ ଜଣେ 28ବର୍ଷୀୟ ଯୁବକଙ୍କର ମୃତ୍ଯୁ ହୋଇଥିବାବେଳେ କେନ୍ଦ୍ରାପଡାରୁ ଜଣେ 56ବର୍ଷୀୟ ମହିଳା ଓ ଜଣେ 50ବର୍ଷୀୟ ମହିଳା ଓ ଜଣେ 95ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ।

ସେହିପରି ଅନ୍ୟପଟେ ନବରଙ୍ଗପୁରରୁ ଦୁଇଜଣ 60ବର୍ଷୀୟ ପୁରୁଷ,ଜଣେ 72ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ ଜଣେ 27 ବର୍ଷୀୟ ଯୁବକ ଓ ନୂଆପଡାରୁ ଜଣେ 50 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେପଟେ ସୁବର୍ଣ୍ଣପୁରରୁ ଜଣେ 75 ବର୍ଷୀୟ ପୁରୁଷ, ଜଣେ 35ବର୍ଷୀୟ ମହିଳା ଓ ଜଣେ 48ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ ଜଣେ 48 ବର୍ଷୀୟ ପୁରୁଷ ଓ ଜଣେ 42ବର୍ଷୀୟ ପୁରୁଷ କୋରୋନାରେ ଆଖି ବୁଜିଛନ୍ତି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.