ETV Bharat / city

STATE CORONA DEATH; ଆଖି ବୁଜିଲେ ଆଉ ୬୨ ଆକ୍ରାନ୍ତ

ଆଜି(ସୋମବାର) ରାଜ୍ୟରେ ଆଉ ୬୨ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ ୪୨ ଜଣଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ...

ଆଖି ବୁଜିଲେ ଆଉ ୬୨ ଆକ୍ରାନ୍ତ
ଆଖି ବୁଜିଲେ ଆଉ ୬୨ ଆକ୍ରାନ୍ତ
author img

By

Published : Jul 26, 2021, 9:46 AM IST

ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉନାହିଁ କୋରୋନା ଜନିତ ମୃତ୍ୟୁସଂଖ୍ୟା । ଆଜି(ସୋମବାର) ରାଜ୍ୟରେ ଆଉ 62 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 42ଜଣ ଥିବା ବେଳେ ସୁନ୍ଦରଗଡ଼ରୁ 10, କେନ୍ଦୁଝରରୁ 4 ଓ ଯାଜପୁରରୁ 2 ଜଣ ଅଛନ୍ତି । ସେହିପରି ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା 5574କୁ ବୃଦ୍ଧି ହୋଇଛି ।

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା 9 ଲକ୍ଷ 69 ହଜାର 185ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 9 ଲକ୍ଷ 45 ହଜାର 177 ଜଣ ସୁସ୍ଥ ହୋଇସାରିଥିବା ବେଳେ 18 ହଜାର 381 ଜଣ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଆଜି ଦୁଇ ହଜାର ତଳେ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ କମିଛି ହେଲେ ବିପଦ ଟଳିନାହିଁ । ଲୋକଙ୍କ ସୁରକ୍ଷାକୁ ଦୁଷ୍ଟିରେ ରଖି ଅଗଷ୍ଟ ପହିଲା ଯାଏଁ ଆଂଶିକ କଟକଣା ବଳବତ୍ତର ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.