ETV Bharat / city

STATE CORONA DEATH; ଆଉ ୬୭ଙ୍କ ଜୀବନ ନେଲା ମହାମାରୀ - covid positive

ଆଜି ରାଜ୍ୟରେ ଆଉ 67 ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା 5512କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଉ ୬୭ଙ୍କ ଜୀବନ ନେଲା ମହାମାରୀ
ଆଉ ୬୭ଙ୍କ ଜୀବନ ନେଲା ମହାମାରୀ
author img

By

Published : Jul 25, 2021, 9:24 AM IST

ଭୁବନେଶ୍ବର: ରାଜ୍ୟରେ କମୁନାହିଁ କୋରୋନାଜନିତ ମୃତ୍ୟୁସଂଖ୍ୟା । ଦିନକୁ ଦି ଗଡି ଚାଲିଛି ମୁଣ୍ଡ । ଆଜି ରାଜ୍ୟରେ ଆଉ 67 ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା 5512କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳରୁ 10ଜଣ, ଖୋର୍ଦ୍ଧାରୁ 24ଜଣ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦ୍ରପଡା ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମରୁ 2ଜଣ, କେନ୍ଦୁଝରରୁ 10ଜଣ ଓ ମାଲକାନାଗିରିରୁ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ସେହିପରି ମୟୂରଭଞ୍ଜରୁ 2ଜଣ, ନୂଆପଡାରୁ ଜଣେ, ପୁରୀରୁ 5 ଜଣ, ସୁନ୍ଦରଗଡରୁ 6 ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ ସଂକ୍ରମଣରେ ହ୍ରାସ ଘଟିଛି। ଆଜି ୨ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ହେଲେ କିଛି ଦିନ ହେବ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ଦୈନିକ 60 ଜଣରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି ।

18833ଟି ନୂଆ କେସ୍ ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 9 ଲକ୍ଷ 67 ହଜାର 548ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୪୩ ହଜାର ୬୯ ଜଣ ସୁସ୍ଥ ହୋଇସାରିଛନ୍ତି । ୧୮ ହଜାର ୯୧୪ ଜଣ ଚିକିତ୍ସାଧୀନ ରହିଛନ୍ତି । ସଂକ୍ରମଣ ହାର କମିଲେ ବି ବିପଦ ଟଳିନାହିଁ । ରାଜ୍ୟରେ କଟକଣା କୋହଳ କରାଯାଇଛି ସତ ହେଲେ ଲୋକଙ୍କ ସୁରକ୍ଷାକୁ ଦୁଷ୍ଟିରେ ରଖି ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆଂଶିକ କଟକଣା ବଳବତ୍ତର ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.