ETV Bharat / city

କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ; ଆଜି ଆଉ ୬୪ ମୃତ

author img

By

Published : Aug 1, 2021, 9:22 AM IST

ଆଜି (ରବିବାର) ରାଜ୍ୟରେ ଆଉ ୬୪ ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା ୫୯୬୬କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଜି ଆଉ ୬୪ ମୃତ
ଆଜି ଆଉ ୬୪ ମୃତ

ଭୁବନେଶ୍ବର: ରାଜ୍ୟରେ କମୁନାହିଁ କୋରୋନା ଜନିତ ମୃତ୍ୟୁସଂଖ୍ୟା । ଦିନକୁ ଦିନ ଗଡି ଚାଲିଛି ମୁଣ୍ଡ । ଆଜି(ରବିବାର) ରାଜ୍ୟରେ ଆଉ ୬୪ ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା ୫୯୬୬କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ ଭଦ୍ରକ, କଟକ ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏଁ ଥିବା ବେଳେ ସୁନ୍ଦରଗଡ଼ ଓ ପୁରୀରୁ ୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪, ଢେଙ୍କାନାଳ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ଅନୁଗୋଳ, ବାଲେଶ୍ୱର, ବରଗଡ଼, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ଗଞ୍ଜାମ,ଜଗତସିଂହପୁର, ଯାଜପୁର, କନ୍ଧମାଳ, କୋରାପୁଟ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ରାଜ୍ୟରେ ସଂକ୍ରମଣରେ ହ୍ରାସ ଘଟିଛି । ଆଜି ୧୫ ଶହ ତଳେ ରହିଛି ଦୈନିକ ସଂକ୍ରମଣ । ହେଲେ କିଛି ଦିନ ହେବ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ଦୈନିକ 60 ଜଣରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି । ୧୪୩୭ଟି ନୂଆ କେସ୍ ସହିତ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ ୫୬ ହଜାର ୮୮୨ରେ ପହଞ୍ଚିଛି ।

ସଂକ୍ରମଣ ହାର କମିଲେ ବି ବିପଦ ଟଳିନାହିଁ । ରାଜ୍ୟରେ କଟକଣା କୋହଳ କରାଯାଇଛି ସତ ହେଲେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.