ETV Bharat / city

ପୁଣି କୋଭିଡ ନେଲା 65 ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ - କୋଭିଡ

ଆଜି(ବୁଧବାର) ଦିନକରେ ଆଉ 65 ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଖୋର୍ଦ୍ଧାରୁ ରହିଛନ୍ତି ସର୍ବାଧିକ । ଅଧିକ ପଢନ୍ତୁ...

ପୁଣି ଗଲା 65 ଜୀବନ
ପୁଣି ଗଲା 65 ଜୀବନ
author img

By

Published : Jul 14, 2021, 9:30 AM IST

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନାହିଁ କୋରୋନା ମୃତ୍ୟୁ । ଦିନକୁ ଦିନ ଗଡିଚାଲିଛି ମୁଣ୍ଡ । ଆଜି(ବୁଧବାର) ଦିନକରେ ଆଉ 65 ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ଆଜିର ମୃତକଙ୍କ ଭିତରେ ବାଲେଶ୍ବରରୁ 5 ଜଣ, ଭଦ୍ରକରୁ 4 ଜଣ, କଟକରୁ 4 ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ 8, ଯାଜପୁରରୁ ଜଣେ, କେନ୍ଦ୍ରାପଡାରୁ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଦାରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ଖୋର୍ଦ୍ଧାରୁ 10 ଜଣ, ମାଲକାନଗିରରୁ 3 ଜଣ, ମୟୂରଭଞ୍ଜରୁ 3ଜଣ, ନବରଙ୍ଗପୁରରୁ 2ଜଣ, ନୟାଗଡରୁ 2ଜଣ, ପୁରୀରୁ 3ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ 4ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଆଜିର ମୃତ୍ୟୁ ରିପୋର୍ଟକୁ ନେଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 4795କୁ ବୃଦ୍ଧି ହୋଇଛି ।

ସଂକ୍ରମଣ କମିଛି ହେଲେ ମୃତ୍ୟୁସଂଖ୍ୟା ଉପରମୁହାଁ ରହିଛି । ଖୋର୍ଦ୍ଧା ଓ କଟକକୁ ସ୍ବତନ୍ତ୍ର ନଜର ଦିଆଯାଇଛି । ସଂକ୍ରମଣ ସହିତ ମୃତ୍ୟୁସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ପଛକୁ ରହିଛି କଟକ । ରାଜ୍ୟରେ ଆସନ୍ତାକାଲି ଲକ ପ୍ରକ୍ରିୟା ସରୁଥିବାବେଳେ ଆଗକୁ ଅନଲକ ହେବ ନା କଟକଣା ବଳବତ୍ତର ରହିବ ତାହା ଜଣାପଡିନାହିଁ ।

ସେପଟେ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ଡିଏମଟି ପ୍ରଫେସର ସିବିକେ ମହାନ୍ତିଙ୍କ ସୂଚନାରୁ ଅନୁମାନ କରାଯାଉଛି । ସଂକ୍ରମଣ କମିଥିବାରୁ ଅନଲକ ନେଇ ନିଷ୍ପତ୍ତି ନିଆଯାଇପାରେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.