ETV Bharat / city

Corona Death update; ଆଖି ବୁଜିଲେ ଆଉ ୬୯ ଆକ୍ରାନ୍ତ - କୋରୋନା

ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୬୯ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା 7,223କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଖି ବୁଜିଲେ ଆଉ ୬୯ ଆକ୍ରାନ୍ତ
ଆଖି ବୁଜିଲେ ଆଉ ୬୯ ଆକ୍ରାନ୍ତ
author img

By

Published : Aug 20, 2021, 9:41 AM IST

ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉନାହିଁ କୋରୋନା ମୃତ୍ୟୁ । ଦିନକୁ ଦିନ ଗଡିଚାଲିଛି ମୁଣ୍ଡ । ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୬୯ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା 7,223କୁ ବୃଦ୍ଧି ହୋଇଛି ।

ଆଜିର ମୃତ୍ୟୁ ରିପୋର୍ଟ ଅନୁସାରେ, ଜଗତସିଂହପୁରରୁ ସର୍ବାଧିକ ୧୨ ଜଣ ଥିବା ବେଳେ କଟକରୁ ୧୧, ଢେଙ୍କାନାଳରୁ ୮, ଭଦ୍ରକ ଓ ଯାଜପୁରରୁ ୬ ଜଣ ଲେଖାଏଁ, ଅନୁଗୋଳ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି ପୁରୀରୁ ୪, ମୟୂରଭଞ୍ଜ ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ ଏବଂ ନୟାଗଡ଼ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲାରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୧୬୩କୁ ବୃଦ୍ଧି ହୋଇଛି ।

୯୮୬ଟି କେସ୍ ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୧୭୩ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୯ ଲକ୍ଷ ୮୨ ହଜାର ୩୧୯ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୯,୫୭୮ ଜଣ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ଶିଶୁଙ୍କ ପାଇଁ ସଙ୍କଟ ଆଣିଛି ମହାମାରୀ । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୨୮ଜଣ କେବଳ ଶିଶୁ ରହିଛନ୍ତି ।

ଆବଶ୍ୟ ଯେଉଁ ହାରରେ ଦୈନିକ ସଂକ୍ରମଣ ରହୁଥିବା ସେଥିରେ ବ୍ରେକ ଲାଗିଛି । ହେଲେ ବିପଦ ଏବେ ବି ଟଳିନାହିଁ । ମହାମାରୀ ସହିତ ମୁକାବିଲା କରିବାକୁ ହେଲେ ସଚେତନତା ଓ ସତର୍କତା ହିଁ ଅସ୍ତ୍ର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.