ETV Bharat / city

Odisha Corona Death; ଆଜି ଆଖି ବୁଜିଲେ ଆଉ 5 ଆକ୍ରାନ୍ତ - କୋଭିଡ

ଆଜି(ରବିବାର) ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହାକୁ ମିଶାଇ ରାଜ୍ୟରେ କୋଭିଡଜନିତ ମୃତ୍ୟୁସଂଖ୍ୟା ୮,୨୧୪ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଆଜି ଆଖି ବୁଜିଲେ ଆଉ 5 ଆକ୍ରାନ୍ତ
ଆଜି ଆଖି ବୁଜିଲେ ଆଉ 5 ଆକ୍ରାନ୍ତ
author img

By

Published : Oct 3, 2021, 10:48 AM IST

ଭୁବନେଶ୍ବର: ଗତ କିଛିଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଲଗାତାର କିଛି ଦିନ ହେବ ଦୈନିକ ମୃତ୍ୟୁସଂଖ୍ୟା ୧୦ ତଳେ ରହୁଛି । ଯାହା ରାଜ୍ୟବାସୀଙ୍କ ପାଇଁ ଗୋଟିଏ ଭଲ ଖବର । ଆଜି(ରବିବାର) ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ଜଣ, କଟକ,ଯାଜପୁର ଓ ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୮୨୧୪କୁ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୭୩ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୯୫୯କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ୧୪ ହଜାର ୪୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୨୮୦ ଜଣ ଚିକିତ୍ସାଧୀନ ଅଛନ୍ତି। । ସଂକ୍ରମଣ କମିଛି ଓ ମୃତ୍ୟୁସଂଖ୍ୟା ବି ହ୍ରାସ ହୋଇଛି । ହେଲେ ବିପଦ ଟଳିନାହିଁ । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.