ETV Bharat / city

State Corona Death Report; ଆଖି ବୁଜିଲେ ଆଉ 8 ଜଣ - death report

ଆଜି(ସୋମବାର) ରାଜ୍ୟରେ ୮ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ମିଶାଇ ଏଯାବତ ରାଜ୍ୟରେ ୮୦୫୫ ଜଣ କୋରୋନାରେ ଆଖି ବୁଜି ସାରିଲେଣି । ଅଧିକ ପଢନ୍ତୁ...

State corona report, ରାଜ୍ୟରେ ଦିନକରେ ୮ମୃତ

author img

By

Published : Sep 6, 2021, 10:03 AM IST

ଭୁବନେଶ୍ବର: କିଛି ଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଆଜି(ସୋମବାର) ରାଜ୍ୟରେ ୮ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ ଥିବା ବେଳେ ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ବାଲେଶ୍ବରରୁ ଜଣେ ଅଛନ୍ତି । ଏହା ସହିତ ଖୋର୍ଦ୍ଧାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧୪୬୮କୁ ବୃଦ୍ଧି ପାଇଥିବା ବେଳେ ଗଞ୍ଜାମରେ ୪୭୩, ପୁରୀରେ ୪୪୩ ଓ ବାଲେଶ୍ବରରେ ୨୮୫କୁ ବୃଦ୍ଧି ପାଇଛି । ମୃତ୍ୟୁ ରିପୋର୍ଟକୁ ମିଶାଇ ଏଯାବତ ରାଜ୍ୟରେ ୮୦୫୫ଜଣ କୋରୋନାରେ ଆଖି ବୁଜିଲେଣି ।

୨୪ ଘଣ୍ଟାରେ ୬୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨୨ ଜଣ ୧୮ ବର୍ଷରୁ କମ୍ ରହିଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୬୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୭ ହଜାର ୬୩ ଜଣ ସୁସ୍ଥ ହୋଇସାରିଛନ୍ତି । ୬,୯୯୬ ଜଣ ଚିକିତ୍ସାଧୀନ ଅଛନ୍ତି । ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ଏ ନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.