ETV Bharat / city

40ରୁ ଖସୁନି କୋରୋନା ମୃତ୍ୟୁ ସଂଖ୍ୟା, ଆଜି ଗଲା 44 ଜୀବନ - କୋରୋନା ମୃତ୍ୟୁ

ରାଜ୍ୟରେ ସଂକ୍ରମଣ କମୁଥିବାବେଳେ ହ୍ରାସ ପାଉନି ମୃତ୍ୟୁ ସଂଖ୍ୟା । ପୁଣି ଗୁରୁବାର 44 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

40ରୁ ଖସୁନି କୋରୋନା ମୃତ୍ୟୁ ସଂଖ୍ୟା, ଆଜି ଗଲା 44 ଜୀବନ

author img

By

Published : Jun 10, 2021, 10:06 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମଣ ହ୍ରାସ ପାଉଥିବାବେଳେ 40ରୁ ଖସୁନାହିଁ କୋରୋନା ମୃତ୍ୟୁ ସଂଖ୍ୟା । ଆଜି(ଗୁରୁବାର) ରାଜ୍ୟରେ ପୁଣି 44 ଜଣଙ୍କ ଜୀବନ ନେଲା କିଲର ଭାଇରସ । ନୂଆ ଆକ୍ରାନ୍ତଙ୍କୁ ମିଶାଇ 3 ହଜାର 167କୁ ବୃଦ୍ଧି ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନୁଗୋଳ ଜିଲ୍ଲାରୁ 4 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବଲାଙ୍ଗୀରରୁ 3 ଜଣ, ବରଗଡରୁ 4 ଜଣ, ବୌଦ୍ଧରୁ ଜଣେ, ଭୁବନେଶ୍ବରରୁ 4 ଜଣ, କଟକରୁ ମଧ୍ୟ 4 ଜଣ, ଦେବଗଡ, ଢେଙ୍କାନାଳ ଓ ଯାଜପୁରରୁ ଜଣେ, ଝାରସୁଗୁଡାରୁ 4 ଜଣ, ଖୋର୍ଦ୍ଧାରୁ ଜଣେ, କଳାହାଣ୍ଡିରୁ 3 ଜଣ, କେନ୍ଦ୍ରାପଡାରୁ ଜଣେ, ମୟୂରଭଞ୍ଜରୁ 2 ଜଣ, ପୁରୀ ଓ ରାୟଗଡ଼ାରୁ 3 ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡରୁ 3 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆ ମୃତକଙ୍କ ମଧ୍ୟରୁ 34 ଜଣ ପୁରୁଷ ରହିଥିବାବେଳେ 10 ଜଣ ମହିଳା ଥିବା ଜଣାପଡିଛି । ସେପଟେ ରାଜ୍ୟରେ ଲକଡାଉନ ଜାରି ରହିଥିବାବେଳେ ହ୍ରାସ ପାଇବାରେ ଲାଗିଛି ସଂକ୍ରମଣଙ୍କ ସଂଖ୍ୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.