ଭୁବନେଶ୍ବର: ରାଜ୍ୟରେ ପଶିଲା କିଲର ଡେଲ୍ଟା ପ୍ଲସ ଭାରିଏଣ୍ଟ କୋରୋନା ଭାଇରସ । ଓଡ଼ିଶାର ଦେବଗଡ଼ରୁ ଡେଲ୍ଟା ପ୍ଳସ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡ଼ରେ ଏହି କୋରନା ଭୁତାଣୁର ଏହି ମ୍ୟୁଟାଣ୍ଟ ସଂକ୍ରମିତ ସମ୍ପର୍କରେ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଏହାକୁ ନେଇ ସରକାର ସଚେତନ ଅଛନ୍ତି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଦେବଗଡ଼ରେ ଚିହ୍ନଟ ହୋଇଥିବା ଡେଲ୍ଟା ପ୍ଳସ ଭାରିଆଣ୍ଟ ଆକ୍ରାନ୍ତଙ୍କ ଟ୍ରାଭେଲ ଟ୍ରେସିଂ କରାଯିବ । କିଭଳି ତାଙ୍କୁ ସଠିକ ଚିକିତ୍ସା ମିଳିପାରିବ ସେହି ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
କୋରୋନାର ଏହି ନୂଆ ରୂପ ଦୃଷ୍ଟିରେ ରଖି ସରକାର ଆଗୁଆ ପ୍ରସ୍ତୁତ ଅଛନ୍ତି। ଏହାକୁ ନେଇ ଏକ ବୈଷୟିକ କମିଟ ଗଠନ କରାଯାଇଛି। ଏହି କମିଟି ଏହି ନୂଆ ଭାରିଆଣ୍ଟକୁ ନେଇ ଅନୁସନ୍ଧାନ ଜାରି ରହିଛନ୍ତି। ଯେଉଁମାନେ ଟ୍ରାଭେଲ ଟ୍ରେସିଂ ଓ କଣ୍ଟାକ୍ଟ ଟ୍ରେସିଂରେ ଚିହ୍ନଟ ହେବେ ସେମାନଙ୍କୁ ମଧ୍ୟ ଚିକିତ୍ସା ଓ ନଜରରେ ରଖାଯିବ।
ସାଧାରଣ କରୋନା ରୋଗୀ ଯେଉଁଭଳି ଭାବରେ ଚିକିତ୍ସା ହେଉଛନ୍ତି ସେମାନେ ମଧ୍ୟ ଚିକିତ୍ସିତ ହେବେ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । କିଛି ଦିନରୁ ଦେଶରେ ସାମ୍ନାକୁ ଆସିଥିବା ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟରେ ମାମଲାରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ 48 ଡେଲ୍ଟା ପ୍ଲସ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶରେ 18 ଜିଲ୍ଲାରୁ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟର 48 ମାମଲା ସାମ୍ନାକୁ ଆସିଛି । ଏଥିରୁ ଓଡ଼ିଶାର ଗୋଟିଏ ମାମଲା ଥିବା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସର୍ବାଧିକ ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ରୋଗୀ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ