ETV Bharat / city

ରାପରେ କୋରୋନା ସଚେତନତାର ବାର୍ତ୍ତା ଦେଉଛନ୍ତି ଦ୍ବାଦଶ ଶ୍ରେଣୀ ଛାତ୍ର ଦୀପ୍ତି

author img

By

Published : Jun 28, 2021, 3:38 PM IST

ଲକଡାଉନ ସମୟରେ ନିଜ ଉଦ୍ୟମରେ ରାପ ଷ୍ଟାଇଲରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ପରମ୍ପରା ସହିତ କୋରୋନାକୁ ନେଇ ସଚେତନ କରି ସାମାଜିକ ଗଣମାଧ୍ୟମରେ ପ୍ରଶଂସା ସାଉଁଟୁଛନ୍ତି ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତି ରଞ୍ଜନ ରାଉତରାୟ । ଅଧିକ ପଢନ୍ତୁ...

ରାପରେ କୋରୋନା ସଚେତନତାର ବାର୍ତ୍ତା ଦେଉଛନ୍ତି ଦୀପ୍ତି

ଭୁବନେଶ୍ବର: ଏବେ ସବୁଆଡ଼େ ଜାରି ରହିଛି କୋରୋନାର ଦ୍ବିତୀୟ ଲହର । ଆଉ ଏହି ସଂକ୍ରମଣକୁ ନେଇ ସବୁଠି ଲକଡାଉନ, ସଟଡାଉନ । ଏଥିପାଇଁ ଠପ ହୋଇଯାଇଛି ଜୀବନ ଜୀବିକା । କିନ୍ତୁ ଏହି ସମୟରେ ଗୃହବନ୍ଦୀ ହୋଇରହିଥିବା କିଛି ପିଲାଙ୍କ ପ୍ରତିଭା ଫୁଟି ବାହାରିଛି । ତେବେ ଏହି ଲକଡାଉନ ସମୟରେ ନିଜ ଉଦ୍ୟମରେ ରାପ ଷ୍ଟାଇଲ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ଏୈତିହ ପରମ୍ପରା ସହିତ କୋରୋନାକୁ ନେଇ ସଚେତନତା କରି ସାମାଜିକ ଗଣ ମାଧ୍ୟମରେ ପ୍ରଶଂସା ସାଉଁଟୁଛନ୍ତି ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତି ରଞ୍ଜନ ରାଉତରାୟ ।

ଝାରପଡାସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ବାଦଶ ଶ୍ରେଣୀର ଛାତ୍ର ହେଉଛନ୍ତି ଦୀପ୍ତି । ତେବେ ଏଭଳି ମହାମାରୀ ସ୍ଥିତିରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସେ ଅତି ସୁନ୍ଦର ଭାବେ ରାପ ପ୍ରସ୍ତୁତ କରିଛନ୍ତି । ପ୍ରଥମେ ନିଜ ପ୍ରତିଭାର ପଦର୍ଶନ ପାଇଁ ସେ ହିନ୍ଦୀରେ ରାପ ପ୍ରସ୍ତୁତ କରୁଥିବା ବେଳେ ଏବେ ଓଡ଼ିଆରେ ଗାଉଛନ୍ତି । ଅଦ୍ୟାବଧି ୮ ରାପ ଗାଇଥିବା ବେଳେ ବେଶ ପ୍ରଶଂସା ସାଉଣ୍ଟିଛନ୍ତି ଦୀପ୍ତି ।

ଦୀପ୍ତି ପାଠପଢାରେ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଗୀତ ପ୍ରତି ଥିବା ତାଙ୍କ ଆଗ୍ରହକୁ ନିଆରା ଢଙ୍ଗରେ ପଦର୍ଶନ କରି ରାପ ଦୁନିଆରେ ପାଦ ଥାପିଛନ୍ତି । ମହାମାରୀ ସମୟରେ ସମସ୍ତେ ଘରେ ରହୁଥିବା ବେଳେ ସେ ଏହି ରାପ ସୋସିଆଲ ମିଡିଆରେ ଅପଲୋଡ କରି ଚର୍ଚାର ପରିସରକୁ ଆସିଛନ୍ତି । ଆଉ ଯାହା ତାଙ୍କୁ ସ୍ବତନ୍ତ୍ର ପରିଚୟ ଆଣିଦେଇଛି । ଏଭଳି ସମୟରେ ସମ୍ପୂର୍ଣ ବିଶ୍ବର ଚିତ୍ରକୁ ସେ ରାପ ମାଧ୍ୟମରେ ପ୍ରତିଫଳିତ କରି ସ୍ରୋତାଙ୍କ ମଧ୍ୟରେ ନିଜର ଏକ ପରିଚୟ ସୃଷ୍ଟି କରି ଆଗକୁ ଆହୁରି ସମାଜଧର୍ମୀ ରାପ ପ୍ରସ୍ତୁତ କରିବାର ଯୋଜନା ରଖିଛନ୍ତି ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.