ETV Bharat / city

ୟୁଜି ଓ ପିଜି ପରୀକ୍ଷା ନେଇ ଆଜି ନିଷ୍ପତ୍ତି

author img

By

Published : Jun 18, 2021, 7:57 AM IST

ୟୁଜି ପିଜି ପରୀକ୍ଷା ନେଇ ଆଜି(ଶୁକ୍ରବାର) ଆସିବ ଚୂଡାନ୍ତ ନିଷ୍ପତ୍ତି । ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେଉଁ ପଦ୍ଧତ୍ତିରେ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ । ଅଧିକ ପଢନ୍ତୁ...

ୟୁଜି ଓ ପିଜି ପରୀକ୍ଷା ନେଇ ଆଜି ନିଷ୍ପତ୍ତି
ୟୁଜି ଓ ପିଜି ପରୀକ୍ଷା ନେଇ ଆଜି ନିଷ୍ପତ୍ତି

ଭୁବନେଶ୍ବର: ୟୁଜି ପିଜି ପରୀକ୍ଷା ନେଇ ଆଜି(ଶୁକ୍ରବାର) ଆସିବ ଚୂଡାନ୍ତ ନିଷ୍ପତ୍ତି । ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେଉଁ ପଦ୍ଧତ୍ତିରେ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ।

ମହାମାରୀ ସମୟରେ କେମିତି ପରୀକ୍ଷା ହେବ ତାକୁ ନେଇ କିଛି ନିଷ୍କର୍ଷ ବାହାରିପାରେ । ଗତ 12 ତାରିଖରେ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହିତ ବୈଠକ ଡକାଯାଇଥିଲା । ୟୁଜି ଓ ପିଜି ପରୀକ୍ଷା କେମିତି ହେବ, ସେନେଇ କୁଳପତିମାନଙ୍କ ମତାମତ ନିଆଯାଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ବିଭିନ୍ନ ଜିଲ୍ଲାରେରେ ଥିବା ବିଶ୍ବ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିଥିଲେ ।

ସମସ୍ତ କୁଳପତିମାନେ ଏ ନେଇ ଛାତ୍ରଛାତ୍ରୀଙ୍କ ସହ ଆଲେଚନା କରିବା ପାଇଁ 7 ଦିନର ସମୟ ଦିଆଯାଇଥିଲା । ଆଜି ସାତ ଦିନ ଶେଷ ହେଉଛି । ୟୁଜି ପିଜି ପରୀକ୍ଷାକୁ ନେଇ ଚୂଡାନ୍ତ ରିପୋର୍ଟ କୁଳପତିମାନେ ଦାଖଲ କରିବେ । ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଦିନ ୧୦ଟା କୁଳପତି ମାନଙ୍କ ସହ ବୈଠକ କରିବେ । ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ହେବାର ସମ୍ଭାବନା ରହିଛି । ପରୀକ୍ଷା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଵାକୁ ପିଲାଙ୍କୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷା ଅଫଲାଇନରେ ହେବ କି ଅନଲାଇନରେ ତାହା ଆଜି ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.