ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଲିଙ୍ଗିପୁର ଛକ ଏସବିଆଇ ATM ଲୁଟ ଘଟଣା । ଦୟା ନଦୀ କୂଳରୁ ମିଳିଲା ମେସିନ । ଦୁର୍ବୃତ୍ତମାନେ ହାଉସିଂ ବୋର୍ଡ ଛକ ନିକଟରେ ଏହି ଏଟିଏମ ମେସିନକୁ ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଛନ୍ତି । ଏହି ଲୁଟ ସମୟର ଭିଡ଼ିଓ ଏବେ ସାମନାକୁ ଆସିଛି । ଫୁଟେଜରେ ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଉଥିବା ଦେଖିବାକୁ ମିଳିଛି ।
ଫୁଟେଜରେ ଦୁର୍ବୃତ୍ତମାନେ ମେସିନ ତାଡିନଥିବା ବେଳେ ପୁରା ଟେକନିକରେ ଲୁଟ କରିଛନ୍ତି । ଏ ସମ୍ପର୍କରେ ଏଟିଏମ ମେସିନ ଦାୟିତ୍ବରେ ଥିବା କର୍ମଚାରୀ କହିଛନ୍ତି । ଲୁଟେରା ମାନେ ପ୍ରଥମେ ସିସିଟିଭି ପରେ ଆଲାର୍ମ ସିଷ୍ଟମକୁ ଅଚଳ କରାଇଛନ୍ତି । ପୁରା ଟେକନିକର ସହ ଲୁଟ କରିଛନ୍ତି । ଏହି ଦୃଶ୍ୟ ଦେଖି ଅନୁମାନ କରାଯାଉଛି ଯେ ଲୁଟେରା ହୁଏତ କୌଣସି ଏଟିଏମ୍ ପୂର୍ବତନ କର୍ମଚାରୀ କିମ୍ବା ଏ ସମ୍ପର୍କରେ ପୂର୍ବରୁ ଜାଣି ଥାଇପାରନ୍ତି । ଲୁଟେରାମାନେ ଏହି ୩ କ୍ବିଣ୍ଟାଲ ମେସିନକୁ ଟେକି ନେଇ ୨୩ ଲକ୍ଷ ଟଙ୍କା ଲୁଟ କରିଛନ୍ତି ।
ଏହା ବି ପଢନ୍ତୁ- ଟଙ୍କା ନୁହେଁ ଲିଙ୍ଗିପୁର ଛକରୁ ସିଧା ATM ଉଠାଇ ନେଲେ ଦୁର୍ବୃତ୍ତ !
ମିଳିଥିବା ସୂଚନା ଅନୁସାରେ ଗତକାଲି (ସୋମବାର) ରାତିରେ ଧଉଳି ଥାନା ଅନ୍ତର୍ଗତ ଜନବସତି ସ୍ଥାନରୁ କିଛି ଦୁର୍ବୃତ୍ତ ଏହି ଉନ୍ମତ୍ତକାଣ୍ଡ ଘଟାଇଥିଲେ । ଏଟିଏମ ମେସିନ ସହ ସିସିଟିଭି ତାଡିଥିଲେ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଚିତ୍ର ସ୍ପଷ୍ଟ ହୋଇଛି । ରାଜଧାନୀରେ ଏଟିଏମ ମେସିନ ଲୁଟ କରିବା ଘଟଣା ନୁଆଁ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଦୁର୍ବୃତ୍ତମାନେ ଏଟିଏମ ତାଡ଼ି ଲୁଟ କରିଥିବା ଘଟଣା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ