ଭୁବନେଶ୍ବର: ଧାନ ମଣ୍ଡିକୁ ନେଇ ବିଜେପିର ଆନ୍ଦୋଳନ ସମ୍ପର୍କରେ ମତ ରଖିଲେ ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର । ଶୁକ୍ରବାର ପଶ୍ଚିମ ଓଡ଼ିଶାରେ ମଣ୍ଡି ସମସ୍ୟା ନେଇ ବିଜେପି ପ୍ରତିବାଦ କରୁଥିବା ନେଇ ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ।
ସେ କହିଛନ୍ତି, କହିଁ ପେ ନିଘା, କହିଁ ପେ ନିଶାନା କରା ନ ଯାଉ... । ଭାରତର ଚାଷୀ ଆନ୍ଦୋଳନରୁ ଧ୍ୟାନ ହଟାଇବା ପାଇଁ ରାଜ୍ୟ ବିଜେପିର ଏ କାର୍ଯ୍ୟକ୍ରମ ହେଉଛି । କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି କାମ କରାନଯାଉ । ଗଠନମୂଳକ ଭାବେ କାର୍ଯ୍ୟ ହେଉ। ଅନେକ ଯାଗାରେ ତ୍ରୁଟି ବିଚ୍ୟୁତି ନାହିଁ ବୋଲି ମୁଁ କହୁନି। ସ୍ଥଳ ବିଶେଷରେ ଇଣ୍ଟରଭିନ୍ କରାଯାଉଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ