ETV Bharat / city

ଦେବାଶିଷ-ସମ୍ବିତ ମୁହାଁମୁହିଁ: ସ୍ୱପ୍ନ ଦେଖିବା ମନା ନାହିଁ କିନ୍ତୁ ଦିବାସ୍ୱପ୍ନ ଭୟଙ୍କର କହିଲେ ସମ୍ବିତ

author img

By

Published : May 6, 2022, 8:44 PM IST

ପୁଣି ପଦାରେ ପଡିଲା ବିଜେଡିର ଅନ୍ତଃକନ୍ଦଳ । ମୁହାଁମୁହିଁ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ବିଧାୟକ ସମ୍ବିତ ରାଉତରାୟ । ପାରାଦ୍ବୀପ ବିଧାୟକ କାହାକୁ ଜାଣନ୍ତି ନାହିଁ ବୋଲି କହି କଟାକ୍ଷ କରିଛନ୍ତି ଦେବାଶିଷ । ଏହା ସହ ସେ ପାରାଦ୍ବୀପରୁ ପ୍ରାର୍ଥୀ ହେବା ଲାଗି ଚାହାନ୍ତି ବୋଲି ମନ କଥା ଖୋଲି କହିବା ପରେ ଜବାବ ରଖିଛନ୍ତି ବିଧାୟକ । ସ୍ବପ୍ନ ଦେଖିବା ମନା ନାହିଁ, କିନ୍ତୁ ଦିବା ସ୍ବପ୍ନ ଦେଖିବା ଭାରି ଭୟଙ୍କର ବୋଲି କହିଛନ୍ତି ସମ୍ବିତ । ଆଶା ରଖିବା ଖରାପ ନୁହେଁ । ଯଦି ଆଶା ଅଧିକ ବଢିଯିବ, ତାହାଲେ ବୁରା ତୌ ହୋଗା ହୈ... ଅଧିକ ପଢନ୍ତୁ

ଦେବାଶିଷ-ସମ୍ବିତ ମୁହାଁମୁହିଁ
ଦେବାଶିଷ-ସମ୍ବିତ ମୁହାଁମୁହିଁ

ଭୁବନେଶ୍ବର: ପୁଣି ପଦାରେ ପଡିଲା ବିଜେଡିର ଅନ୍ତଃକନ୍ଦଳ । ମୁହାଁମୁହିଁ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ବିଧାୟକ ସମ୍ବିତ ରାଉତରାୟ । ପାରାଦ୍ବୀପ ବିଧାୟକ କାହାକୁ ଜାଣନ୍ତି ନାହିଁ ବୋଲି କହି କଟାକ୍ଷ କରିଛନ୍ତି ଦେବାଶିଷ । ଏହା ସହ ସେ ପାରାଦ୍ବୀପରୁ ପ୍ରାର୍ଥୀ ହେବା ଲାଗି ଚାହାଁନ୍ତି ବୋଲି ମନ କଥା ଖୋଲି କହିବା ପରେ ଜବାବ ରଖିଛନ୍ତି ବିଧାୟକ ସମ୍ବିତ । ସ୍ବପ୍ନ ଦେଖିବା ମନା ନାହିଁ, କିନ୍ତୁ ଦିବା ସ୍ବପ୍ନ ଦେଖିବା ଭାରି ଭୟଙ୍କର ବୋଲି କହିଛନ୍ତି ସମ୍ବିତ । ଆଶା ରଖିବା ଖରାପ ନୁହେଁ । ଯଦି ଆଶା ଅଧିକ ବଢିଯିବ, ତାହାଲେ ବୁରା ତୌ ହୋଗା ହୈ... କହି କଟାକ୍ଷ କରିଛନ୍ତି ସମ୍ବିତ ।

ଦେବାଶିଷ-ସମ୍ବିତ ମୁହାଁମୁହିଁ, ସ୍ବପ୍ନ ଦେଖିବା ମନା ନାହିଁ, କିନ୍ତୁ ଦିବା ସ୍ବପ୍ନ ଭୟଙ୍କର: ସମ୍ବିତ

ପାରାଦ୍ବୀପରୁ ପ୍ରାର୍ଥୀ ହେବା ଲାଗି ଖୋଲାଖୋଲି ଷ୍ଟେଜରେ କହିଛନ୍ତି ବାରବାଟୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ପାରାଦ୍ବୀପରେ ଶ୍ରମିକ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ଥାନୀୟ ବିଧାୟକ ତଥା ଦଳୀୟ ନେତା ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରିଛନ୍ତି ଦେବାଶିଷ । ଦେବାଶିଷ କହିଛନ୍ତି ଯେ, ପାରାଦ୍ବୀପ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦାମଦୋର ରାଉତଙ୍କ ପୁଅ କାହାକୁ ଜାଣନ୍ତି ନାହିଁ । ସେ ଆଗ ଲୋକ ଚିହ୍ନନ୍ତୁ କହି ପାରାଦ୍ବୀପ ବିଧାୟକଙ୍କୁ କଟାକ୍ଷ କରିଛନ୍ତି ଦେବାଶିଷ । ଏହା ସହ ସେ ଆହୁରି କହିଛନ୍ତି ଯେ, ଦଳୀୟ ଶୃଙ୍ଖଳା ଭିତରେ ଅଛି ବୋଲି କିଛି କରି ପାରୁନାହିଁ । ଯଦି ସୁଯୋଗ ମିଳିବ ଏ ଅଞ୍ଚଳର ମା’ମାନଙ୍କ ଆଖିରେ ଲୁହ ରହିବନି ।

ଏହାର ଜବାବ ରଖିଛନ୍ତି ବିଧାୟକ ସମ୍ବିତ ରାଉତରାୟ । ସମ୍ବିତ କହିଛନ୍ତି, "2019 ନିର୍ବାଚନରେ ମୁଁ ପାରାଦ୍ବୀପରୁ ନିର୍ବାଚନ ଲଢିଲି । ସେତେବେଳେ ବ୍ୟାନର ଓ ପୋଷ୍ଟରରେ ମୋର ବଦଳରେ ଦେବାଶିଷ ସାମନ୍ତରାୟଙ୍କ ଫଟୋ ଥିଲା । ବୋଧେ ଦେବାଶିଷ ସାମନ୍ତରାୟଙ୍କ ଫଟୋ ଦେଖି ବୋଧେ ମୋତେ ଲୋକ ଭୋଟ ଦେଇଛନ୍ତି । 21 ହଜାର ଭୋଟ ବ୍ୟବଧାନରେ ମୁଁ ଜିତିଲି । ଯଦି ମୁଁ ଲୋକଙ୍କୁ ଚିହ୍ନିନି କିମ୍ବା ଲୋକ ମୋତେ ଚିହ୍ନନ୍ତି ନାହିଁ, ତେବେ ଲୋକ ଭୋଟ ଦେଲେ କାହାକୁ ?"

ଆମେ ଗଣତାନ୍ତ୍ରିକ ଦେଶରେ ରହୁଛନ୍ତି, ତାଙ୍କୁ କିଛି କହିବାରେ ଅସୁବିଧା ନାହିଁ । ଯଦି ସେ କହୁ କହୁ କହି ଦେଇଛନ୍ତି, ତେବେ ସେଥିରେ ଅସୁବିଧା କିଛି ନାହିଁ । 2009 ରୁ ଦେବାଶିଷ ପାରାଦ୍ବୀପ ଲାଗି ଚେଷ୍ଟା କରିଛନ୍ତି । ଲୋକ ସୁଯୋଗ ଦେଉନାହାଁନ୍ତି, କଣ କରାଯିବ । ସ୍ବପ୍ନ ଦେଖିବା ମନା ନାହିଁ । କିନ୍ତୁ ଦିବା ସ୍ବପ୍ନ ଦେଖିବା ଭାରି ଭୟଙ୍କର । ଲୋକଙ୍କ ମନ ଜିତିବା ଲାଗି ଚେଷ୍ଟା କର । କିନ୍ତୁ ଅନ୍ୟ ଜଣଙ୍କୁ ନିନ୍ଦା କରି ଉପରକୁ ଉଠିବା ଅସମ୍ଭବ । ତାଙ୍କର ପାରାଦ୍ବୀପ ସହିତ ସମ୍ପର୍କ କଣ ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି ? 45 ବର୍ଷ ହେଲାଣି ପାରାଦ୍ବୀପ ମୋ ବାପା ଦାମୋଦର ରାଉତଙ୍କ ଅକ୍ତିଆରେ ରହିଛି ।

ମୁଁ 2000 ମସିହାରୁ ପ୍ରଚାର ମଇଦାନକୁ ଓହ୍ଲାଇଛି । ସେ କହୁକହୁ କହି ଦେଇଛନ୍ତି, ତେଣୁ ଏତେ ଗୁରୁତ୍ବ ଦେବାର ଆବଶ୍ୟକତା ନାହିଁ । ପାରାଦ୍ବୀପ ଏମିତି ଏକ ଜାଗା, ବହୁତ ଲୋକଙ୍କର ନଜର ଅଛି । ସୁନ୍ଦର ଜିନିଷରେ ନଜର ଲାଗିବ । ଆଶା କରିବା ଖରାପ ନୁହେଁ । 2024 ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ । ମା'ଙ୍କ ଦେହାନ୍ତ ଯୋଗୁଁ ମୁଁ 9 ଦିନ ନିର୍ବାଚନ ପ୍ରକ୍ରିୟା ଓ ପ୍ରଚାରରୁ ଦୁରେଇ ରହିଲି । 11 ଟି ପଞ୍ଚାୟତ ନବୁଲି 21 ହଜାର ବ୍ୟବଧାନରେ ଜିତିଛି । ସେହି 9 ଦିନ ବୁଲିଥିଲେ 50 ହଜାର ବ୍ୟବଧାନରେ ଜିତିଥାନ୍ତି । ଆଶା ରଖିବା ଖରାପ ନୁହେଁ । ଯଦି ଆଶାଠାରୁ ଅଧିକ ବଢିଯିବ, ତାହାଲେ ବୁରା ତୌ ହୋଗା ହୈ ... ବୋଲି କହି ସେ ଦେବାଶିଷଙ୍କୁ କଟାକ୍ଷ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.