ETV Bharat / city

ପରଲୋକରେ ପର୍ବତରାଣୀ

ଓଡ଼ିଶାର ପ୍ରଥମ ପର୍ବାରୋହୀ 49 ବର୍ଷୀୟା କଳ୍ପନା ଦାସଙ୍କ ପରଲୋକ ଘଟିଛି । ହିମାଳୟରେ ଦୁଃସାହସିକ ପର୍ବତାରୋହଣ ଅଭିଯାନ ସମୟରେ ଅମ୍ଲଜାନ ଅଭାବରୁ 8 ହଜାର ଫୁଟ ଉପରେ ତାଙ୍କର ଦେହାନ୍ତ ଘଟିଛି ।

author img

By

Published : May 23, 2019, 11:12 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: 49 ବର୍ଷୀୟା ପର୍ବତାରୋହୀ କଳ୍ପନା ଦାସଙ୍କ ପରଲୋକ ଘଟିଛି । ଗୁରୁବାର ହିମାଳୟର ଶିଖରରୁ ପାଦଦେଶକୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ହିମାଳୟରେ ଦୁଃସାହସିକ ପର୍ବତାରୋହଣ ଅଭିଯାନ ସମୟରେ ଅମ୍ଲଜାନ ଅଭାବରୁ 8 ହଜାର ଫୁଟ ଉପରେ ତାଙ୍କର ଦେହାନ୍ତ ଘଟିଛି ।

ଗୁରୁବାର ମଧ୍ୟାହ୍ନ 12.55 ମିନିଟ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ମୀରା ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ନେପାଳର ପର୍ବତାରୋହୀ କାଞ୍ଚି ମାୟା ତମାଙ୍ଗ ଏବଂ ଚୀନର ଲିଆମ୍ ମା’ଙ୍କ ସହିତ ଗୁରୁବାର 12.55 ମିନିଟରେ ହିମାଳୟର ଶିଖରରେ ପହଞ୍ଚିଥିଲେ । ତେବେ ଓହ୍ଲାଇବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ପ୍ରକାଶ ଯେ, ଓଡିଶାର ଢେଙ୍କାନାଳର କଳ୍ପନା ଦାସ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆର ଅନେକ ଗିରି ଶୃଙ୍ଗ ଆରୋହଣ କରିସାରିଥିଲେ । ତେବେ 2008ରେ ନେପାଳ ପାର୍ଶ୍ବରୁ ଭାରତୀୟ ପର୍ବତାରୋହୀ ଦଳର ପ୍ରମୁଖ ଭାବେ ସେ ହିମାଳୟ ଶିଖରରେ ପହଞ୍ଚିଥିଲେ ।

ସ୍ଲଗ -ବଲାଗିଂର ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୧୦-୦୪-୧୯
ଫରମାଟ -ଏଭିଓ 
ଏଙ୍କର-
ବଲାଗିଂରର ସଇଁନ୍ତଲା ଠାରେ ଆଜି ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ଶୋଚନୀୟ ମୃତ୍ୟୁ ହୋଇଛି । ି ସଇନ୍ତଲାର ଯୁବକ ପ୍ରମୋଦ ସାହୁ ସ୍ଥାନିୟ ଫେଡକୋ କମ୍ପାନିରେ କାମ କରୁଥିଲେ । ଏବଂ ନିଜ କାମ ସାରି ଆଜି ଘରକୁ ଫେରୁଥିବା ବେଲେ ତାଙ୍କୁ ନବୀନ ଛକ ଠାରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ତେବେ ଘଟଣା ସ୍ଥଲରେ ଯୁବକର ଗୁରୁତର ଆହତ ହୋଇଥିବା ବେଲେ ସ୍ଥାନୀୟ ଲୋକେ ଓ ପୋଲିସ ତାଙ୍କୁ ଉଦ୍ଧାର କରି ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଏବଂ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଲରେ ଉତ୍ତେଜନା ଦେଖା ଦେଇଥିବା ବେଲେ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ଘଟାଇଥିବା ଗାଡିର ଖାନ ତଲାସୀ ଜାରି ରଖିଛି ।
visual in ftp 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.