ETV Bharat / city

ମାତୃତ୍ୱର ପରାକାଷ୍ଠା ଦେଲା ନାଗୁଣୀ, ଭୋକରେ ମଲା ପଛେ ଛୁଆଙ୍କୁ ଖାଇଲାନି

author img

By

Published : Jul 20, 2022, 8:00 AM IST

Updated : Jul 20, 2022, 9:48 AM IST

ସାପ ଭୋକରେ ନିଜ ଛୁଆଙ୍କୁ ଖାଇଯିବାର ନଜିର ରହିଛି । କଟକ ଜିଲ୍ଲା ବାଙ୍କୀର ଦୋଳଣାପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଚକିତ କରିଦେବା ଭଳି ଘଟଣା । ମା’ ସାପ ଭୋକରେ ମରି ଯାଇଛି ପଛେ ଛୁଆଙ୍କ କିଛି କ୍ଷତି ହେବାକୁ ଦେଇଛି । ଅଧିକ ପଢନ୍ତୁ

ମାତୃତ୍ୱର ପରାକାଷ୍ଠା ଦେଲା ନାଗୁଣୀ ଦେଲା
ମାତୃତ୍ୱର ପରାକାଷ୍ଠା ଦେଲା ନାଗୁଣୀ ଦେଲା

ଭୁବନେଶ୍ବର: ସାପ ଭୋକରେ ନିଜ ଛୁଆଙ୍କୁ ଖାଇଯିବାର ନଜିର ରହିଛି । କଟକ ଜିଲ୍ଲା ବାଙ୍କୀର ଦୋଳଣାପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ମାତୃତ୍ବର ବିରଳ ଉଦାହରଣ ଦେଖାଇଛି ନାଗୁଣୀ । ଭୋକରେ ନିଜର ଜୀବନ ଯାଇଥିଲେ ବି ଛୁଆଙ୍କ ଜୀବନ ରକ୍ଷା କରିଛି। ଭୋଗ ବିକଳରେ ମିରିଛି ପଛେ ଛୁଆଙ୍କୁ ଖାଇନାହିଁ । ଯାହା ସରୀସୃପ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମାତୃତ୍ୱର ପରାକାଷ୍ଠା ଦେଲା ନାଗୁଣୀ, ଭୋକରେ ମଲା ପଛେ ଛୁଆଙ୍କୁ ଖାଇଲାନି

କଟକ ଜିଲ୍ଲା ବାଙ୍କୀର ଦୋଳଣାପୁର ଗ୍ରାମର ଲକ୍ଷ୍ମୀଧର ପରିଡାଙ୍କ ପାଇଖାନା ଟାଙ୍କି ମରାମତି ସମୟରେ କିଛି ଜୀବନ୍ତ ନାଗ ସାପ ଛୁଆ ଏବଂ କିଛି ଅଣ୍ଡା ମଧ୍ୟ ଦେଖିବାକୁ ମିଳିଥିଲା । ଏହା ସହିତ ଏକ ବଡ ନାଗ ସାପ ମରି ପଡ଼ିଥିବା ଦେଖିବାକୁ ପାଇଲେ ଲକ୍ଷ୍ମୀଧର । ଭୟଭୀତ ହୋଇ ଲକ୍ଷ୍ମୀଧର ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସାହାଯ୍ୟ ଲୋଡିଥିଲେ । ଖବର ପାଇ ସ୍ନେକ୍ ହେଲ୍ପ ଲାଇନର ଏକ ଦୁଇ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ସାପ କେବେ ଓ କେମିତି ଟାଙ୍କିରେ ଖସି ପଡ଼ିଥିଲେ ସେ ବାବଦରେ ଲକ୍ଷ୍ମୀଧର ଜାଣିନଥିଲେ । କାରଣ ସେହି 11 ଫୁଟ ଲମ୍ବ, 6 ଫୁଟ ଚଉଡ଼ା ଓ 9 ଫୁଟ ଗଭୀର ଟାଙ୍କିର ମ୍ୟାନହୋଲରେ ସବୁବେଳେ ଘୋଡଣୀ ପଡ଼ି ରହିଥାଏ । ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗାମାଧବ ମହାପାତ୍ର ଉଭୟ ଟାଙ୍କି ଭିତରକୁ ଯାଇଥିଲେ । 14ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର କରିଥିଲେ । ଟାଙ୍କି ଭିତରେ ବର୍ଷା ପାଣି ପଶି ସନ୍ତସନ୍ତିଆ ହେବା ସହିତ ଅପରିଷ୍କାର ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା । ଅନେକ ଅଣ୍ଡା ଖୋଳପା ପାଣି ଲାଗି ନଷ୍ଟ ମଧ୍ୟ ହୋଇଯାଇଥିଲା । ତେବେ 8ଟି ଅଣ୍ଡା ଭଲ ଅବସ୍ଥାରେ ଥିଲା । ସାପ ଛୁଆ ଗୁଡ଼ିକୁ ଗାଁ ଠାରୁ ଦୂରରେ ପାଣି ଥିବା ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଛି।

ଲଳିତ କହିଛନ୍ତି ଯେ, "ସାପ ଛୁଆ ଗୁଡ଼ିକୁ ଯଦି ଟାଙ୍କି ଭିତରୁ ଉଦ୍ଧାର କରାଯାଇ ନଥାନ୍ତା, ସେମାନେ ମଧ୍ୟ ମା' ନାଗୁଣୀ ଅବସ୍ଥା ଭୋଗି ଥାଆନ୍ତେ । ଖାଦ୍ୟ ଅଭାବରୁ ସମସ୍ତଙ୍କର ମୃତ୍ୟୁ ହୋଇଥାଆନ୍ତା" । ତେବେ ମୃତ ମା' ନାଗ ଓ ସାପ ଛୁଆଙ୍କୁ ନେଇ ଏକ ରୋଚକ ଦିଗକୁ ଇଙ୍ଗିତ କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ସେ କହିଛନ୍ତି ଯେ, "ଗୋଟିଏ ବଡ ନାଗ ଛୋଟ ନାଗ ସାପକୁ ଖାଇବା ନୂଆ ଘଟଣା ନୁହେଁ । କିନ୍ତୁ, ଏଠି ମାଆ ସାପଟି ନିଜେ ଭୋକ ଉପାସରେ ମରିଗଲା ପଛେ, କିନ୍ତୁ ନିଜର ଛୁଆଙ୍କୁ ଖାଇଲା ନାହିଁ । ନିଶ୍ଚୟ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା । ଏମିତି ଘଟଣା ସାପ ବିଜ୍ଞାନୀଙ୍କୁ ଚିନ୍ତାରେ ପକେଇବ ନିଶ୍ଚିତ । କାରଣ ନାଗ ସାପ ଅଣ୍ଡା ଫୁଟିବା ପାଇଁ ପ୍ରାୟ 60 ଦିନ ସମୟ ଲାଗେ । ଅଣ୍ଡା ଦେବାର କେତେ ଦିନ ପୂର୍ବରୁ ନାଗୁଣୀଟି ଟାଙ୍କିରେ ଖସି ପଡ଼ିଥିଲା ତା' ବି କେହି କହିପାରିବେ ନାହିଁ । କିନ୍ତୁ, ପ୍ରାୟ ଦେଢ଼ ମାସ ହେଲାଣି ନାଗ ଅଣ୍ଡା ଫୁଟିବା ଆରମ୍ଭ ହୋଇଛି । ଅର୍ଥାତ ପ୍ରାୟ ସାଢେ଼ 3 ମାସ ହେବ ସାପ ଅଣ୍ଡା ଦେଇଛି ।

ଅନ୍ୟପଟେ ଏହି ମୃତ ନାଗୁଣୀଟି ଶେଷ ଥର ପାଇଁ କେବେ ଖାଇଥିଲା ତା ମଧ୍ୟ କେହି ଜାଣିନାହିଁ। ଏଇ ଘଟଣାଟି ନିଶ୍ଚୟ ଏକ ବିରଳ ଘଟଣା । ତେବେ ସାପ ମାନେ ଖାଦ୍ୟ ନଖାଇ 3 ମାସ ଆରାମରେ ବଞ୍ଚି ପାରିବେ । ଯଦି ତାଙ୍କ ଦେହରେ ରିଜର୍ଭ ଫ୍ୟାଟ ଥିବ ତାହାଲେ ବଞ୍ଚିବା ସମ୍ଭବ । କିନ୍ତୁ, ଏଠି ମାଆ ନାଗୁଣୀ ଅଣ୍ଡାକୁ ଦେହ ଭିତରେ ବଢେଇବା ପାଇଁ ତାର ଫ୍ୟାଟ ବ୍ୟବହାର କରିଥିବ । ଅଣ୍ଡା ଦେବା ବେଳେ ଗର୍ଭ ଯନ୍ତ୍ରଣା ପାଇଁ ଅନେକ ଶକ୍ତି ମଧ୍ୟ ଉପଯୋଗ କରିଥିବ । ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ଦୁଇ ମାସ ଏବଂ ତା ପରେ ଆହୁରି ଦେଢ଼ ମାସ ଚଳିବା ପାଇଁ ତା ଦେହରେ ନା ଶକ୍ତି ନା ରିଜର୍ଭ ଫ୍ୟାଟ ବଳିଥିବ । ଏଣୁ ସେ ଖାଦ୍ୟ ଅଭାବରୁ ମୃତ୍ୟୁ ବରଣ କରିଛି । ତେବେ ସେ ଚାହିଁଥିଲେ ନିଜର ଛୁଆମାନଙ୍କୁ ଖାଇ ଉଦର ପୋଷଣ କରି ପାରିଥାନ୍ତା । ଯାହା ହେଇନାହିଁ" । ସାଧାରଣ ଭାବରେ ପ୍ରକୃତିରେ ଯେଉଁଠି ନାଗ ସାପ ଅଣ୍ଡା ଦେଇଥାଏ, ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ଜଗି ରହିଥାଏ ।

ଶତ୍ରୁ ମାନେ ତା ଅଣ୍ଡା ଖାଇ ନଯିବେ ସେ ପାଇଁ ଜଗି ରୁହେ । ଅନେକ ଚଢ଼େଇ, ମୂଷା, ଗୋଧି, ସାପ, ଆଦି ସାପ ଅଣ୍ଡା ଖାଇବାର ନଜିର ଅଛି । ତେବେ, ଅଣ୍ଡା ଫୁଟିବାର ଦିନେ ଦୁଇଦିନ ପୂର୍ବରୁ ମା ସାପ ଅଣ୍ଡାକୁ ଛାଡି ପଳେଇ ଥାଏ । କାହିଁକିନା ଦୁଇ ମାସ ଭୋକରେ ଥିବା ହେତୁ କାଳେ ନିଜ ଛୁଆଙ୍କୁ ଖାଇ ଦେବ ସେଥିପାଇଁ ସେ ପଳାଏ । ଛୁଆ ମାନେ ନିଜେ ଶିକାର କରି ଖାଇ ବଞ୍ଚିବେ । ନହେଲେ ମରିବେ । କିନ୍ତୁ ଏହି ଟାଙ୍କି ଭିତରେ କାହାକୁ ଖାଦ୍ୟ ମିଳି ନାହିଁ । ମାସେ ଦେଢ଼ ମାସ ଛୁଆମାନେ ବଞ୍ଚି ଯାଇଛନ୍ତି । ହେଲେ ସବୁ ସାପ ଛୁଆ ଅପପୁଷ୍ଟିର ଶୀକାର ହୋଇଛନ୍ତି । ସମସ୍ତଙ୍କର ଚମ ଧୁଡୁ ଧୁଡୁ ହେଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 20, 2022, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.