ETV Bharat / city

ଗୁରୁଦ୍ୱାରରେ ଝୁଲନ୍ତା ମୃତଦେହ, ପରିବାରର ହତ୍ୟା ଅଭିଯୋଗ

ଗୁରୁଦ୍ୱାର ପରି ପବିତ୍ର ସ୍ଥାନରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ କାଞ୍ଜିଆହୁଡା ବସ୍ତିର ସୁବାଷ ନାୟକ । ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

author img

By

Published : Jun 13, 2019, 9:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସ୍ଥାନୀୟ ଗୁରୁଦ୍ବାର ପ୍ରାର୍ଥନାଗୃହରୁ ଝୁଲନ୍ତା ମୃତଦେହ ମିଳିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଛି । ଖାରବେଳନଗର ଥାନା ଅନ୍ତର୍ଗତ ଗୁରୁଦ୍ବାର ସିଂ ସଭାର ପ୍ରାର୍ଥନା ଗୃହରୁ ଉଦ୍ଧାର ହୋଇଛି ଏକ ଝୁଲନ୍ତା ମୃତଦେହ । ମୃତକଙ୍କ ନାମ ସୁବାଷ ନାୟକ । ସେ ବିଗତ ଗୋଟିଏ ବର୍ଷ ଧରି ଗୁରୁଦ୍ବାର ସିଂ ସଭାରେ କାମ କରୁଥିଲେ । ମୃତକଙ୍କ ବେକରେ ଲୁଗା ଲାଗିଥିବା ବେଳେ ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିବାର ଜଣାପଡିଛି । ହାତରେ ମଧ୍ୟ ଦାଗ ରହିଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଘଟଣା ନେଇ ଗୁରୁଦ୍ବାର ଭିତରେ ଦେଖାଦେଇଛି ଉତ୍ତେଜନା । ମୃତକ ରହୁଥିବା କାଞ୍ଜିଆହୁଡା ବସ୍ତିର ଲୋକେ ଗୁରୁଦ୍ବାର ସମ୍ମୁଖରେ ହୋ ହାଲ୍ଲା କରିବା ସହ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି । ତେବେ ଗୁରୁଦ୍ବାର ମ୍ୟାନେଜର କହିଛନ୍ତି ସେ ଦୀର୍ଘ ଦିନ ଧରି ଏଠାରେ କାର୍ଯ୍ୟ କରୁଥିଲା । ତା ବାପା ମଧ୍ୟ କାମ କରନ୍ତି । ଉଭୟ ଭଲ କାମ କରୁଥିଲେ । ତେବେ କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ପୋଲିସ ତଦନ୍ତ ପରେ ଜଣାପଡିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ଗୁରୁଦ୍ବାର ପ୍ରାଥନାଗୃହରେ ଝୁଲନ୍ତା ମୃତଦେହ,

ରାଜଧାନୀରେ ଚାଚଂଲ୍ଯ।ପ୍ରାଥନା ଗୃହ ଭିତରେ ଝୁଲନ୍ତା ମୁୃତଦେହ।ଖାରବେଳନଗର ଥାନା ଅନ୍ତର୍ଗତ ଗୁରୁଦ୍ବାର ସିଂ ସଭାର ପ୍ରାଥନା ଗୃହରୁ ଜବତ ହୋଇଛି ଝୁଲନ୍ତା ମୃତଦେହ।ମୃତକଂକ ନାମ ସୁବାଷ ନାୟକ । ସେ ଏକ ବର୍ଷ ହେବ ଗୁରୁଦ୍ବାର ସିଂ ସଭାରେ କାମ କକୁଥିଲେ। ତେବେ ବେକରେ ଲୁଗା ଲାଗିଥିବା ବେଳେ ମୃତକର ଗୁପ୍ତାଙ୍ଗରୁ ରକ୍ତ ବାହାରିଥିବା ଜଣାପଡିଛି। ତେବେ ହାତରେ ଦାଗ ଚିହ୍ନ ରହିଥିବା ବେଳେ  ପରିବାର ଲୋକେ ହତ୍ଯା ସଂଦେହ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ଗୁରୁଦ୍ବାର ଭିତରେ ଦେଖାଦେଇଛି ଉତେଜନା। ମୃତକ ରହୁଥିବା କାଂଜିଆହୁଡା ବସ୍ତିର ଲୋକେ ଗୁରୁଦ୍ବାର ସମ୍ମୁଖରେ ହୋ ହଲ୍ଲା କରିବା ସହ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି। ତେବେ ଗୁରୁଦ୍ବାର ମାନେଜର କହିଛନ୍ତି ସେ ଦିର୍ଘ ବର୍ଷେ ହେବ ଏଠାରେ କାର୍ଯ କରୁଥିଲା। ତା ବାପା ମଧ୍ଯ କାମ କରନ୍ତି । ଭଲ କାମ ମଧ କରୁଥିଲା । ତେବେ କେଉଁ କାରଣରୁ ଏପରି ଘଟଣା ଘଟିଛି ସେ ନେଇ ପୋଲିସ ତଦନ୍ତ ପରେ ଜଣା ପଡିବ ବୌଲି କହିଛନ୍ତି।
ବାଇଟ- ସନ୍ତୋଷ ନାୟକ ,ମୃତକ ଭାଇ
ବାଇଟ-ନିମାଇ ଚରଣ ପଟ୍ଟନାୟକ,ମାନେଜର ଗୁରୁଦ୍ବାର ସିଂ ସଭା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.