ETV Bharat / city

କୁଆଖାଇପଠାରେ ମୃତଦେହ ମିଳିବା ଘଟଣା, ବସ୍ତିରେ ପରିଚୟ ଖୋଜୁଛି ପୋଲିସ

ଭୁବନେଶ୍ବର ଉପକଣ୍ଠ ବାଲିଯାତ୍ରା ପଡିଆରୁ ଏକ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଏହି ଘଟଣାରେ ପୋଲିସ ଧିରିକୁଟ ବସ୍ତିରେ ପଚରାଉଚୁରା କରୁଛି । ଅଧିକ ପଢନ୍ତୁ...

କୁଆଖାଇପଠାରେ ମୃତଦେହ ମିଳିବା ଘଟଣା, ବସ୍ତିରେ ପରିଚୟ ଖୋଜୁଛି ପୋଲିସ
କୁଆଖାଇପଠାରେ ମୃତଦେହ ମିଳିବା ଘଟଣା, ବସ୍ତିରେ ପରିଚୟ ଖୋଜୁଛି ପୋଲିସ
author img

By

Published : Jul 24, 2021, 2:56 PM IST

ଭୁବନେଶ୍ବର: ଗତ ୨୧ ତାରିଖରେ କୁଆଖାଇ ନଦୀ ପଠାରୁ ପୋତା ହୋଇଥିବା ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ପୋଲିସ ମୃତକର ସାର୍ଟପ୍ୟାଣ୍ଟ ସହ କୁଣ୍ଡଳ ଓ ଚପଲ ଦେଖାଇ ଧିରିକୁଟ ବସ୍ତିରେ ପରିଚୟ ଖୋଜୁଥିବା ସୂଚନା ମିଳିଛି ।

କୁଆଖାଇପଠାରେ ମୃତଦେହ ମିଳିବା ଘଟଣା, ବସ୍ତିରେ ପରିଚୟ ଖୋଜୁଛି ପୋଲିସ
କୁଆଖାଇପଠାରେ ମୃତଦେହ ମିଳିବା ଘଟଣା, ବସ୍ତିରେ ପରିଚୟ ଖୋଜୁଛି ପୋଲିସ

ଭୁବନେଶ୍ବର ଉପକଣ୍ଠ ମଞ୍ଚେଶ୍ବର ଥାନା ବରିମୁଣ୍ଡ ବାଲିଯାତ୍ରା ପଡିଆରୁ ଅଧାପୋତା ମୃତଦେହକୁ ଗୁରୁବାର ଉଦ୍ଧାର କରାଯାଇଥିଲା । ଗୁରୁବାର ସକାଳେ ସାଇଣ୍ଟିଫିକ ଟିମ ସହ କମିଶନରେଟ ପୋଲିସ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ପରଖିବା ସହ ମୃତଦେହକୁ ଖୋଳିକି ବାହାର କରିଥିଲା । ଡିସିପି ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା ।

ତେବେ ମୃତଦେହଟି ଜଣେ ପୁରୁଷଙ୍କର ହୋଇଥିବା ଜଣାପଡିଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟା ଘଟଣା ସନ୍ଦେହ କରୁଛି ପୋଲିସ । ପୁରୁଷର ପରିଚୟ ଖୋଜିବା ପାଇଁ ଧିରିକୁଟ ବସ୍ତିରେ ପୋଲିସ ପଚରା ଉଚୁରା ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.