ETV Bharat / city

ରାଜ୍ୟରେ ଲାଗୁ ହେବ ଦିବା କର୍ଫ୍ୟୁ !

ରାଜ୍ୟରେ ଦିନ ବେଳା ବି କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଲାଗୁ ହେବ ଦିନବେଳା କର୍ଫ୍ୟୁ !
ରାଜ୍ୟରେ ଲାଗୁ ହେବ ଦିନବେଳା କର୍ଫ୍ୟୁ !
author img

By

Published : Apr 4, 2021, 2:23 PM IST

ଭୁବନେଶ୍ବର: ଆଗକୁ ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହୋଇପାରେ । ଏ ସମ୍ପର୍କରେ ସରକାର ଚିନ୍ତା କରୁଛନ୍ତି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ରାଜ୍ୟରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି କୋରନା ସଂକ୍ରମଣ । ଗତ କିଛି ଦିନ ହେଲା ପ୍ରତ୍ୟେକ ଦିନ ଚିହ୍ନଟ ହେଉଛି 4 ଶହରୁ ଅଧିକ ଆକ୍ରାନ୍ତ । କୋରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଆକ୍ସନ ମୋଡ଼ରେ ସରକାର । ରାଜ୍ୟର 10 ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ସରକାର ଜାରି କରିଛନ୍ତି । ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଲକ୍ଷ୍ୟ କରି ବିକଳ୍ପ ବ୍ୟବସ୍ଥା ହାତକୁ ନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ମୁଖ୍ୟମନ୍ତ୍ରୀ ରାଜ୍ୟର କୋରୋନା ସ୍ଥିତି ଉପରେ ନଜର ରଖିଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ ଦିନ ସ୍ଥିତିର ସମୀକ୍ଷା କରିଛନ୍ତି । ଦିନବେଳା କର୍ଫ୍ୟୁ ଲାଗୁ କରିବା ପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ବୋଲି କହିଛନ୍ତି ବାଚସ୍ପତି । କୋରୋନାର ଦ୍ୱିତୀୟ ଲହର ଜାରି ରହିଛି । ତେଣୁ ରାଜ୍ୟ ବାହାରୁ ଆସିଥିବାରୁ ସମସ୍ତେ ସଚେତନ ହେବା ସହ କୋଭିଡ ନିୟମ ମାନିବା ଦରକାର ବୋଲି ବାଚସ୍ପତି ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.