ETV Bharat / city

COMMON PG ENTRANCE, ଘୋଷଣା ହେଲା ତାରିଖ

author img

By

Published : Jul 29, 2021, 4:08 PM IST

କମନ ପିଜି ଏଣ୍ଟ୍ରାନ୍ସ ବା ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ତାରିଖ ଘୋଷଣା କରିଛି । ଅଧିକ ପଢନ୍ତୁ...

COMMON PG ENTRANCE, ଘୋଷଣା ହେଲା ତାରିଖ
COMMON PG ENTRANCE, ଘୋଷଣା ହେଲା ତାରିଖ

ଭୁବନେଶ୍ବର: କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଘୋଷଣା ହେଲା ତାରିଖ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅଗଷ୍ଟ 2ରୁ 14 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରାଯିବ ଓ ୨୩ରୁ ପରୀକ୍ଷା ହେବ ବୋଲି ମିଳିଛି ସୂଚନା ।

କୋରୋନାର ସ୍ଥିତି କିଛି ମାତ୍ରାରେ ସୁଧୁରିବା ପରେ କମନ PG ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ । ଷ୍ଟେଟ ପବ୍ଲିକ୍ ୟୁନିଭର୍ସିଟି ଏବଂ କଲେଜଗୁଡ଼ିକରେ କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଡେଡଲାଇନ ପ୍ରକାଶ କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ପ୍ରବେଶିକା ପରୀକ୍ଷା ପାଇଁ ଅଗଷ୍ଟ 2ରୁ 14 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିବେ ଛାତ୍ରଛାତ୍ରୀ । ଅଗଷ୍ଟ 23ରୁ ସେପ୍ଟେମ୍ବର 3 ମଧ୍ୟରେ କମନ PG ପ୍ରବେଶିକା ପରୀକ୍ଷା କରାଯିବ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ବିଭାଗ।

COMMON PG ENTRANCE, ଘୋଷଣା ହେଲା ତାରିଖ
COMMON PG ENTRANCE, ଘୋଷଣା ହେଲା ତାରିଖ

ଅକ୍ଟୋବର 22 ତାରିଖରେ ପ୍ରଥମ ରାଉଣ୍ଡର ସିଲେକ୍ସନ ପ୍ରକାଶ କରାଯିବ । ଏହାପରେ ଅକ୍ଟୋବର 22 ତାରିଖରୁ ଅକ୍ଟୋବର 29 ତାରିଖ ପର୍ଯ୍ୟନ୍ତ ପ୍ରଥମ ରାଉଣ୍ଡର ହେବ ଆଡମିଶନ। ନଭେମ୍ବର 4 ତାରିଖରୁ ଦ୍ବିତୀୟ ରାଉଣ୍ଡର ସିଲେକ୍ସନ ପ୍ରକାଶ କରାଯିବ। ନଭେମ୍ବର 5 ତାରିଖରୁ ନଭେମ୍ବର 10 ତାରିଖ ପର୍ଯ୍ୟନ୍ତ ହେବ ଦ୍ବିତୀୟ ରାଉଣ୍ଡର ଆଡମିଶନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.