ETV Bharat / city

ଦେଖନ୍ତୁ ଭୟଙ୍କର ନାଗ ଲଢେଇ

କୋରାପୁଟ ସ୍ଥିତ ସୁନାବେଡାରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ଦୁଇଟି ନାଗସାପ ମଧ୍ୟରେ ଭୟଙ୍କର ଲଢେଇ ପରେ ସୁସ୍ଥ ହେଲେ ଉଭୟ । ଅଧିକ ପଢନ୍ତୁ...

author img

By

Published : May 18, 2021, 11:45 AM IST

ଦୁଇ ନାଗଙ୍କ ମଧ୍ୟରେ ଭୟଙ୍କର ଲଢେଇ
ଦୁଇ ନାଗଙ୍କ ମଧ୍ୟରେ ଭୟଙ୍କର ଲଢେଇ

ଭୁବନେଶ୍ବର: ସ୍ଥଳରେ ହେଉ ଅବା ଜଳରେ ଆପଣ ସର୍ପ କ୍ରୀଡା ଦେଖିଥିବେ ନିଶ୍ଚୟ । ସେହିପରି ଦୁଇ ପାରମ୍ପାରିକ ଶତ୍ରୁ ନେଉଳ ଓ ସାପ ଲଢେଇ ବି ଦେଖିଥିବେ । କିନ୍ତୁ ଦୁଇ ନାଗ ସାପଙ୍କ ମଧ୍ୟରେ ଭୟଙ୍କର ଲଢେଇର ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣାଟି ଦେଖିବାକୁ ମିଳିଛି ସୁନାବେଡାରେ ରହୁଥିବା ଇତିହାସ ଅଧ୍ୟାପିକା ଅନସୂୟା ନନ୍ଦଙ୍କ ଘରେ ।

ଦୁଇ ନାଗଙ୍କ ମଧ୍ୟରେ ଭୟଙ୍କର ଲଢେଇ

ଗ୍ୟାରେଜ ଭିତରେ ଏକ ସାପ ଦେଖି ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ ଅନସୂୟା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଜିତ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି, ଏକ ସିମେଣ୍ଟ ଅଖା ପଛପଟେ ଏକ ନାଗ ସାପର ଅଧା ଦେହ ଦେଖିବାକୁ ପାଇଥିଲେ । 2 ଫୁଟ ଲମ୍ବର ନାଗ ସାପଟି ମଝିରେ ମଝିରେ ଗୋଲ ଗୋଲ ହୋଇ ନିଜ ଦେହକୁ ଗୋଡାଉଥିଲା ।

ସ୍ନେକ ହୁକ ସାହାଯ୍ୟରେ ସାପଟିର ଲାଙ୍ଗୁଡ଼କୁ ସୁଜିତ ଭିଡ଼ିବାକୁ ଚେଷ୍ଟା କରନ୍ତେ, ସିମେଣ୍ଟ ବ୍ୟାଗ ପଛପଟୁ ଆଉ ଗୋଟିଏ ନାଗ ସାପର ମୁଣ୍ଡ ଦେଖାଗଲା । ଯିଏକି ଏହି 2 ଫୁଟ ସାପର ମୁଣ୍ଡକୁ ପ୍ରାୟ ଗିଳି ଦେଇଛି । ବଡ଼ ନାଗ ସାପର ପାଟିରୁ ଖସିବା ପାଇଁ ଛୋଟ ନାଗଟି ବହୁତ ପରିଶ୍ରମ କରୁଥିଲା, ହେଲେ ସଫଳ ହେଉନଥିଲା । ଭୟଙ୍କର ଲଢେଇରେ ଛୋଟ ସାପଟି ଆହତ ହୋଇଥିଲା । ସୁଜିତ ଧିରେ ଧିରେ ଛୋଟ ନାଗଟିକୁ ବାହାରକୁ ଆଣିବାବେଳେ ବଡ଼ ନାଗଟି ସେହିଭଳି ଛୋଟ ନାଗସାପ ମୁଣ୍ଡକୁ ପାଟିରେ ଧରି ବାହାରକୁ ଆସିଲା ।

ତେବେ ସାପ ଦୁଇଟିକୁ ଉଦ୍ଧାର ପରେ ଅବଜରଭେସନରେ ରଖିଥିଲେ ସୁଜିତ । ସକାଳେ ଉଭୟ ସାପ ଜୀବିତ ଓ ସୁସ୍ଥଥିବା ଦେଖିବାକୁ ପାଇବା ପରେ ସାପ 2ଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

ସ୍ୱାଭାବିକ ଭାବେ ମନରେ ପ୍ରଶ୍ନ ଆସେ, ନାଗ ସାପ ନିଜ ଭିତରେ କାମୁଡା କାମୁଡ଼ି ହେଲେ ବିଷ କ୍ରିୟା ହୁଏ କି ହୁଏନାହିଁ । ଏନେଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, "ନାଗ ସାପଙ୍କ କ୍ଷେତ୍ରରେ କାନିବାଲିଜିମ୍ ଦେଖାଯାଏ । ଗୋଟିଏ ନାଗ ଅନ୍ୟ ନାଗକୁ ଖାଇବା ଏକ ସାଧାରଣ ଘଟଣା । ତେବେ ବୈଜ୍ଞାନିକମାନେ ଏବେ ମଧ୍ୟ ଏକ ନାଗର ଶରୀର ଉପରେ ଅନ୍ୟ ଏକ ନାଗର ବିଷ ପ୍ରତିକ୍ରିୟା ଉପରେ ଦ୍ଵନ୍ଦରେ ଅଛନ୍ତି । କାରଣ ବିଷ ତିଆରି ହେବା ଏକ ଜଟିଳ ପ୍ରକ୍ରିୟା । ସାପମାନେ ନିଜର ବିଷକୁ କେବଳ ଶୀକାର ପାଇଁ ଖର୍ଚ୍ଚ କରିଥାନ୍ତି । ଅଯଥାରେ ବିଷ ଖର୍ଚ୍ଚ କରିବା ସାପମାନେ ପସନ୍ଦ କରନ୍ତି ନାହିଁ । ଏଣୁ ସୁନାବେଡାରେ ଲଢେଇ କରିଥିବା ଦୁଇ ସାପଙ୍କ ଶରୀରରେ ପରସ୍ପର ବିଷ ଛାଡି ଥିଲେ କି ନାହିଁ ତାହା ଆମେ ନିର୍ଦ୍ଦିଷ୍ଟ ଭାବେ କହିପାରିବା ନାହିଁ । ଯଦି କୌଣସି ଏକ ସାପର ମୃତ୍ୟୁ ହୋଇଥିଲେ ପୋଷ୍ଟମର୍ଟମ୍ ପରେ ଏହା ସ୍ପଷ୍ଟ ହୋଇଥାନ୍ତା ।'

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.