ଭୁବନେଶ୍ବର: ଆସନ୍ତା ୩୧ ତାରିଖ ପର୍ଯନ୍ତ ଭୁବନେଶ୍ବରର ସମସ୍ତ ବାର ଏବଂ ପବର ଲାଉଡସ୍ପିକର ଲାଇସେନ୍ସ ବାତିଲ । ମହାମାରୀ କୋରୋନା ନେଇ କଟକଣା ଲଗାଇଛନ୍ତି ପୋଲିସ କମିଶନର । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।
ମହାମାରୀ ଆକ୍ଟ ୧୯୮୭ ଆଧାରରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଯାହାର ଅଧିନିୟମ ଅନୁସାରେ ଆସନ୍ତା 31 ତାରିଖ ଯାଏଁ ବାର ଓ ପବରେ ଲାଉଡସ୍ପିକର ବାଜିପାରିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ।
କୋରୋନା ନେଇ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ବାର ଓ ପବ ପାଇଁ କୌଣସି ନିଷେଦ୍ଧାଦେଶ ଜାରି ହୋଇନଥିବା ନେଇ ଖବର ପ୍ରସାରଣ କରିଥିଲା ଇଟଭ ଭାରତ । ଖବର ପ୍ରସାରଣ ପରେ ଏନେଇ ଗାଇଡଲାଇନ୍ ଜାରି ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ