ଭୁବନେଶ୍ବର: ଫେରିବ ବିଜୁବାବୁଙ୍କ ଡାକୋଟା ବିମାନ । ଏନେଇ ବିଧିବଦ୍ଧ ଭାବେ ହୋଇଛି ନିଷ୍ପତ୍ତି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।
ବୈଠକ ପରେ ଆଇଟି ସଚିବ ମନୋଜ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ‘ଡାକୋଟା ଫେରାଇବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖାଯିବ ।’ ଏହା କେଉଁଠି ରହିବ ଓ ଏଥିନେଇ କେତେ ଟଙ୍କା ଖର୍ଚ୍ଚ ହେବ ସେନେଇ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।
ସୂଚନା ଥାଉକି, ଡାକୋଟା ଏବେ କୋଲକାତାରେ ରହିଛି । ତେବେ ପୂର୍ବରୁ ଅନେକ ସଙ୍ଗଠନ ଡାକୋଟା ଫେରାଇବା ଲାଗି ଦାବି କରି ଆସିଥିଲେ । ବର୍ତ୍ତମାନ ଏହାକୁ ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ