ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଆଡକୁ ମା଼ଡି ଆସୁଛି ୟସ । ବାତ୍ୟା ୟସର ଗତି ପଥ ଏବେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଆହୁରି ତୀବ୍ର ହୋଇ ଗତି କରୁଛି ଏହି ବାତ୍ୟା । 26 ମେ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ତେବେ ଏହି ଦିନ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟାର ରୂପ ନେଇ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ ରହିଛି ।
ବାତ୍ୟା ୟସ ଦକ୍ଷିଣ-ଦକ୍ଷିଣପୂର୍ବ ପାରାଦୀପଠାରୁ 520 କିଲୋମିଟର ଦୂରରେ ରହିଛି । ବର୍ତ୍ତମାନ ଏହା ଆହୁରି ତୀବ୍ର ହେବା ସହ ପାରାଦୀପ ଏବଂ ସାଗର ଦ୍ବୀପପୁଞ୍ଜ ମଧ୍ୟରେ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ । ତେବେ 26 ମେ ମଧ୍ୟାହ୍ନରେ ୟସ ଅତି ଭୀଷଣ ବାତ୍ୟାର ରୂପ ନେଇ ବାଲେଶ୍ବର ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟାର ରୂପ ନେଇସାରିଛି ୟସ । ଆସନ୍ତା ୧୨ ଘଣ୍ଟାରେ ଅତି ତ୍ରୀବତର ହେବ ୟସ । ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳ ଭାଗ ଛୁଇଁବ ବାତ୍ୟା । ସମୁଦ୍ର ଭିତରୁ ସ୍ଥଳ ଭାଗ ଆଡକୁ ୪ କିମି ବେଗରେ ମାଡି ଆସୁଛି ବାତ୍ୟା ୟାସ । ସୋମବାର ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ ।
ମେ ୨୬ ସକାଳୁ ଉତ୍ତର ଓଡିଶା ସମେତ ପାରାଦୀପ ଓ ସାଗର ଦ୍ବୀପ ମଧ୍ୟ ଦେଇ ଅତିକ୍ରମ କରିବ ବାତ୍ୟା । ବାଲେଶ୍ବର ଜିଲ୍ଲା ପାଖାପାଖି ଦିପ୍ରହରରେ ଲ୍ୟାଣ୍ଡ ଫଲ କରିବା ନେଇ ଅନୁମାନ କରାଯାଉଛି ।
ବାତ୍ୟା ପ୍ରଭାବରେ ସମସ୍ତ ଉପକୂଳରେ ଅତି ପ୍ରବାଳ ବର୍ଷା ହେବ। ଏପରିକି ଏହି ଜିଲ୍ଲାରେ ୨୦ ସେମି ଉପରେ ବର୍ଷା ହେବ । ବାଲେଶ୍ୱର ସମୁଦ୍ରରେ ୪ ମିଟର ଜୁଆର ଉଠିବ । ମଙ୍ଗଳବାର କଟକ, ପୁରୀ ଖୋର୍ଦ୍ଧାରେ ଭୀଷଣରୁ ଅତି ଭିଷଣ ବର୍ଷା ହେବ। ୨୫ ରାତି ଓ ୨୬ ଅପରାହ୍ନରେ ପବନ ଆରମ୍ଭ ହେବ ।
ବାତ୍ୟା ସମୟରେ ୧୮୫ କିମି ବେଗରେ ପବନ ହେବ । ୨୭ ଯାଏଁ ମତ୍ସଜୀବୀ ସମୁଦ୍ରକୁ ବାରଣ କରାଯାଇଛି । ୪ ନମ୍ବର ବିପଦ ସଙ୍କେତ ଉପରେ ରହିଛି ଧମରା ଓ ପାରଦୀପ ବନ୍ଦର। । ଗୋପାଲପୁର ଓ ପୁରୀକୁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି ।
ସେପଟେ ଭୁବନେଶ୍ୱର ଓ କଟକରେ ଅଧିକ ବର୍ଷା ହେବ । ୯୦ ରୁ ୧୨୦ କିମି ଯାଏଁ ପବନ ବହିବ। ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂପୁର ସର୍ବାଧିକ ପ୍ରଭାବିତ ହେବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ