ETV Bharat / city

'ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ବାତ୍ୟାର ରୂପ ନେବ ୟାସ୍‌' - ଉମାଶଙ୍କର ଦାଶ

ସୋମବାର ସନ୍ଧ୍ୟା 5ଟା ସୁଦ୍ଧା ତୀବ୍ର ବାତ୍ୟାର ରୂପ ନେବ ବାତ୍ୟା ୟାସ୍‌ । ଅଧିକ ପଢନ୍ତୁ...

'ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ବାତ୍ୟାର ରୂପ ନେବ ୟାସ୍‌'

author img

By

Published : May 24, 2021, 1:04 PM IST

ଭୁବନେଶ୍ବର: ଆଜି(ସୋମବାର) ସନ୍ଧ୍ୟା ସୁଦ୍ଧା ବାତ୍ୟା ୟାସ୍‌ ତୀବ୍ର ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ବର୍ତ୍ତମାନ ପାରାଦ୍ବୀପଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବକୁ ପାଖାପାଖି ୫୪୦ କିମି ଦୂରରେ ରହିଛି । କିନ୍ତୁ ଗତ 6 ଘଣ୍ଟା ଧରି ଏହା ସ୍ଥିର ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

'ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ବାତ୍ୟାର ରୂପ ନେବ ୟାସ୍‌'

ବର୍ତ୍ତମାନ ସୁଦ୍ଧା ବାତ୍ୟା ବାଲେଶ୍ବରଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରୁ 640 କିଲୋମିଟର ଦୂରରେ ରହିଥିବା ବେଳେ ଦୀଘାଠାରୁ 630 କିଲୋମିଟର ଦୂରରେ ରହିଛି । ତେବେ ସୋମବାର 5ଟା 30 ସୁଦ୍ଧା ତୀବ୍ର ବାତ୍ୟାରେ ପରିଣତ ହେବ । ମଙ୍ଗଳବାର ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ବୋଲି ସେ ଆକଳନ କରିଛନ୍ତି । ବାତ୍ୟା ପ୍ରଭାବରେ ବିଶେଷ କରି ଉତ୍ତର ଓଡିଶାର ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାଗୁଡିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ସମସ୍ତ ଜିଲ୍ଲା ମଧ୍ୟରୁ ବିଶେଷ କରି ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, କଟକ ଓ କେନ୍ଦ୍ରାପଡା ଅଧିକ ପ୍ରଭାବିତ ହେବ । ସେହିପରି ଆଭ୍ୟନ୍ତରୀଣ ଜିଲ୍ଲା ମଧ୍ୟରେ ମୟୂରଭଞ୍ଜ ଓ ଦକ୍ଷିଣ ଓଡିଶାରେ ପୁରୀ ଓ ଖୋର୍ଦ୍ଧା ମଧ୍ୟ ପ୍ରଭାବିତ ହେବ । ଶକ୍ତିଶାଳୀ ବାତ୍ୟାରେ ପରିଣତ ହେଉଥିବାରୁ ଜୁଆର ଉଚ୍ଚତା ମଧ୍ୟ ଅଧିକ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବରେ ୨୫ ତାରିଖରୁ ରାଜ୍ୟର ଉତ୍ତର ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବଏବଂ କ୍ରମଶଃ ବର୍ଷାର ପରିମାଣ ବୃଦ୍ଧି ପାଇବ। ସେହିପରି ପବନର ବେଗ ଧୀରେ ଧୀରେ ୬୦ରୁ ୭୦ କିମିକୁ ବୃଦ୍ଧି ପାଇବ ବୋଲି ଦାଶ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.