ETV Bharat / city

ଲୋକସେବା ଭବନରେ ବାତ୍ୟା ‘ବୁଲବୁଲ’ ସମୀକ୍ଷା ବୈଠକ, 6ଟି ବ୍ଲକରେ ଅଧିକ ବର୍ଷା

ବାତ୍ୟା ବୁଲବୁଲକୁ ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ । ଏସଆରସି, ମୁଖ୍ୟ ଶାସନ ସଚିବ, କୃଷି ସଚିବ ଓ ଗୃହ ସଚିବ ବୈଠକରେ ଉପସ୍ଥିତ ରହିଛନ୍ତି।

author img

By

Published : Nov 9, 2019, 2:55 PM IST

ଲୋକସେବା ଭବନରେ ବାତ୍ୟା ‘ବୁଲବୁଲ’ ସମୀକ୍ଷା ବୈଠକ

ଭୁବନେଶ୍ବର: ବାତ୍ୟା ବୁଲବୁଲକୁ ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ । ଏସଆରସି, ମୁଖ୍ୟ ଶାସନ ସଚିବ, କୃଷି ସଚିବ ଓ ଗୃହ ସଚିବ ବୈଠକରେ ଉପସ୍ଥିତ ରହିଛନ୍ତି। ତେବେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ବାତ୍ୟା ପରିସ୍ଥିତି ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନା ଅନୁଯାୟୀ ଭିଡିଓ କନଫରେନ୍ସ ଜରିଆରେ ଓଡିଶା ଓ ପଶ୍ଚିମବଙ୍ଗ ସହ ବାତ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି । ବାତ୍ୟା ବୁଲବୁଲର କ’ଣ ପ୍ରଭାବ ରହିଛି ସେ ନେଇ ବିସ୍ତୃତ ଆଲୋଚନା ହୋଇଛି । ଆଲୋଚନାରେ ସ୍ପଷ୍ଟ ହୋଇଛି କି ରାଜ୍ୟରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ବିଶେଷ ଭାବେ ପ୍ରଭାବିତ ହୋଇଛି । ଏଥିସହ 6ଟି ବ୍ଲକରେ ଅଧିକ ବର୍ଷା ହୋଇଛି ।

ଭଦ୍ରକ ଧାମରାରେ ଘଣ୍ଟାପ୍ରତି 110 କିଲୋମିଟର ବେଗରେ ପବନ ବୋହୁଥିବା ସୂଚନା ମିଳିଛି । ତେଣୁ ଭାଙ୍ଗି ଯାଇଥିବା ଗଛ ସବୁକୁ ସନ୍ଧ୍ୟା ସୁଦ୍ଧା ସଫା କରି ରୋଡ କ୍ଲିୟର କରିବା ପାଇଁ ଟାର୍ଗେଟ ରଖାଯାଇଛି । ଅନ୍ୟପଟେ 6 ଲକ୍ଷ ହେକ୍ଟର ଚାଷଜମିରୁ 40 ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି । ଏହାର କେନ୍ଦ୍ର୍ରୀୟ ଟିମ ତଦନ୍ତ କରିବା ସହ କ୍ଷୟକ୍ଷତି ଆକଳନ ପାଇଁ ସୂଚନା ଦିଆଯିବ ।

ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଜଣାପଡିବା ପରେ ସବିଶେଷ ରିପୋର୍ଟ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଏଥିସହ ଏଯାବତ 2416 ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବା ମଧ୍ୟ ଜଣାପଡିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବାତ୍ୟା ବୁଲବୁଲ୍ କୁ ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ ।ଏସଆରସି, ମୁଖ୍ୟ ଶାସନ ସଚିବ କୃଷି ସଚିବ ଓ ଗୃହ ସଚିବ ଉପସ୍ଥିତ ରହିଛନ୍ତି।କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନାପରେ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ
Body:ଭିଡିଓ କନଫରେନ୍ସ ଜରିଆରେ ଓଡିଶା ଓ ପଶ୍ଚିମ ବଙ୍ଗ ସହ ଆଲୋଚନା ହୋଇଛି ।ବାତ୍ୟା ବୁଲବୁଲ୍ ର କଣ ପ୍ରଭାବ ରହିଛି ସେନେଇ ବିସ୍ତୃତ ଆଲୋଚନା ହୋଇଛି ।। ବାଲେଶ୍ବର ଭଦ୍ରକ କେନ୍ଦ୍ରାପଡା ଓ ଜଗତସିଂହପୁର ପ୍ରଭାବିତ ହୋଇଛି ।୬ଟି ବ୍ଲକ ରେ ଅଧିକ ବର୍ଷା ହୋଇଛି ।ଭଦ୍ରକ ଧାମରାରେ ୧୧୦ କିମି ବେଗରେ ପବନ ବହୁଥିବା ସୂଚନା ।ସନ୍ଧ୍ୟା ସୁଧା ରୋଡ ସଫା କରିବା ପାଇଁ ଟାର୍ଗେଟ ରଖାଯାଇଛି ।୬ଲକ୍ଷ ହେକ୍ଟର ଚାଷଜମି ରୁ ୪୦ ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଥିବା ସୂଚନା ।।Conclusion:କେନ୍ଦ୍ର୍ରୀୟ ଟିମ ତଦନ୍ତ କରିବା ସହ କ୍ଷୟକ୍ଷତି ଆକଳନ ପାଇଁ କହିବୁ ।ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆସିବା ପରେ ରିପୋର୍ଟ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅଶିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି । ଏଯାବତ ୨୪୧୬ ଜଣଙ୍କୁ ସ୍ତାନାନ୍ତରଣ କରାଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.