ETV Bharat / city

ବଙ୍ଗୋପସାଗରରେ ବାତ୍ୟା ! ସ୍ଥିତି ସମୀକ୍ଷା କଲେ ଏସଆରସି

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ଏସଆରସି । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି NDRF, ODRAF, ଓଡିଶା ପୋଲିସ ଓ ଅଗ୍ନିଶମ ବିଭାଗ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 19, 2021, 8:37 PM IST

Slug Cyclone review meeting by SRC Pradeep Jena
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ଏସଆରସି

ଭୁବନେଶ୍ବର: ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ତଥା ଏସଆରସି । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି NDRF, ODRAF, ଓଡିଶା ପୋଲିସ ଓ ଅଗ୍ନିଶମ ବିଭାଗ ସହ ଆଲୋଚନା କରିଛନ୍ତି ।

ଆରବ ସାଗରରେ ସୃଷ୍ଟି ହୋଇଥିବା ତାଉ'ତେ ପରେ ଏବେ ପୁଣି ଦାନା ବନ୍ଧୁଛି ଆଉ ଏକ ବାତ୍ୟା 'ୟଶ' । ‘ୟଶ’ର ପ୍ରଭାବ ଓଡ଼ିଶା ଉପରେ ନିଶ୍ଚିତ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟଞ୍ଜୟ ମହାପାତ୍ର । ଆଇଏମଡି ଡିଜିଙ୍କ ପ୍ରତିକ୍ରିୟା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ତେଣୁ କୋଭିଡରୁ ସୁସ୍ଥ ହେଉ ହେଉ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ ଜେନା । କୋଭିଡ ସଂକ୍ରମଣ ପିକକୁ ଯାଉଥିବା ବେଳେ ଆଉ ଏକ ବିପଦ ଓଡିଶା ମୁହାଁ ହୋଇଛି । ବତ୍ୟା ୟଶର ପ୍ରଭାବ ଓଡ଼ିଶା ଉପରେ ପଡିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ତେଣୁ ଆଗୁଆ ପ୍ରସ୍ତୁତି ସହ ପଦକ୍ଷେପ ନେବାକୁ ପଡିବ । ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ ଜେନା ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଏନଡିଆରଏଫ, ଓଡ୍ରାଫ, ଓଡ଼ିଶା ପୋଲିସ ଓ ରାଜ୍ୟ ଅଗ୍ନିଶମ ବିଭାଗ ସହିତ ଆଲୋଚନା କରିଛନ୍ତି ।

ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ବଙ୍ଗୋପସାଗରରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା 22 ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତାହାର ପରବର୍ତ୍ତୀ 72 ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ତଥା 25 ତାରିଖରେ ଏକ ସାମୁଦ୍ରିକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟା ହେବ କି ନାହିଁ ତାହା ଅନୁମାନ କରାଯାଇନାହିଁ । ଯଦି ଘନିଭୂତ ହୋଇ ବାତ୍ୟା ସୃଷ୍ଟି ହୁଏ । ମେ 26 ରେ ପ୍ରାକ ଆକଳନ ଅନୁସାରେ ଉତ୍ତର ପଶ୍ଚିମ ଆଡକୁ ଗତି କରି ତାହା ଓଡିଶା ଉପକୂଳ ପଶ୍ଚିମବଙ୍ଗ ଦେଇ ଗତି କରିବା ସମ୍ଭାବନା ରହିଛି । ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନ ପରେ ସ୍ପଷ୍ଟ ହେବ ବୋଲି ଏସଆରସି କହିଛନ୍ତି ।

ସେହିପରି ବାତ୍ୟାକୁ ନେଇ ଦ୍ବିତୀୟ ବୈଠକରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନଜରରେ ରଖି ସମସ୍ତ ପ୍ରକାରର ପଦକ୍ଷେପ ନେବା ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.