ETV Bharat / city

Cyclone Jawad Update: ଫସଲ ଅମଳ ନେଇ ଚାଷୀ ମୁଣ୍ଡରେ ଚଡକ, ମୁକାବିଲା ପାଇଁ ପ୍ରଶାସନର ପାଗଭିଡା - cyclone jawad update

ଦାଉ ସାଧୁଛି ବାତ୍ୟା ଜଓ୍ବାଦ: ଫସଲ ଅମଳ ନେଇ ଚାଷୀଙ୍କ ମୁଣ୍ଡରେ ଚଡକ

author img

By

Published : Dec 4, 2021, 4:31 PM IST

Updated : Dec 4, 2021, 7:41 PM IST

19:31 December 04

ଜଗତସିଂହପୁର ଉପକୂଳରୁ ଲୋକ ସ୍ଥାନାନ୍ତର

ଜଗତସିଂହପୁର ଉପକୂଳରୁ ଲୋକ ସ୍ଥାନାନ୍ତର

ଜଗତସିଂହପୁର: ଜିଲ୍ଲାରେ ବାତ୍ୟା ଜୱାଦ ପ୍ରଭାବକୁ ଆଖି ଆଗରେ ରଖି ଏରସମା, ବାଲିକୁଦା ଓ ପାରାଦୀପ ବସ୍ତି ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପାରାଦୀପ ନେହେରୁ ବଙ୍ଗଳା ସ୍ଥିତ ମାଛଧରା ବନ୍ଦରରେ ଅଟକି ରହିଥିବା ଆନ୍ଧ୍ରର ବହୁ ମତ୍ସ୍ୟଜୀବୀଙ୍କୁ ପାରାଦୀପ ବନ୍ଦର ପକ୍ଷରୁ ରନ୍ଧା ଖାଦ୍ୟ ବିତରଣ କରାଯିବା ସହିତ ବସ୍ତି ଅଞ୍ଚଳରେ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ।

ସେହିପରି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ 54ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖାଯାଇଥିବା ବେଳେ ସେଥିରେ ମାତ୍ର 168 ଜଣ ଆଶ୍ରୟ ନେଇଥିଲେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବର୍ଷା କମ ଥିବାରୁ ଲୋକେ ନିଜନିଜ ଘରକୁ ଫେରିଯାଇଥିବା ଦେଖିବାକୁ ମିଳିଛି । ଆସନ୍ତା କାଲି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟ ସ୍ଥଳ ଛାଡି ନଯିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବର୍ଷାର ପରିମାଣ କମ ରହିଥିବା ବେଳେ ସାଧାରଣ ଲୋକେ ଚିନ୍ତା ପ୍ରକଟ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

19:06 December 04

ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିଛି କେନ୍ଦ୍ରାପଡା ପ୍ରଶାସନ

ବିପଦଶଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ସ୍ଥାନାନ୍ତ କରିଛି କେନ୍ଦ୍ରାପଡା ପ୍ରଶାସନ

କେନ୍ଦ୍ରାପଡ଼ା: ବାତ୍ୟା ଜୱାଦର ଭୟ ସାମୟିକ ଭାବେ ଟଳିଥିଲେ ମଧ୍ୟ ସମୁଦ୍ର କୂଳରେ ବସବାସ କରୁଥିବା ଓ ବିପଦପୂର୍ଣ୍ଣ କଚ୍ଚା ଘରେ ବସବାସ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତରିତ କରିଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଜିଲ୍ଲାର ଡେରାବିଶ୍ ବ୍ଲକରେ ଅସ୍ଥାୟୀ ତମ୍ବୁ ପକାଇ ବସବାସ କରୁଥିବା ସର୍ବାଧିକ ୮୫ ଜଣ ବଞ୍ଜାରା ସମ୍ପ୍ରଦାୟର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ମାର୍ଶାଘାଇ ବ୍ଲକରେ ୨୦ ଜଣ ଓ ଗରଦପୁର ବ୍ଲକର ୪ ଜଣଙ୍କୁ ବିପଦ ଜନକ କଚ୍ଚା ଘରେ ବସବାସ କରୁଥିବା କାରଣରୁ ସ୍ଥାନାନ୍ତର କରାଯାଇଛି ।

ତେବେ ରାଜନଗର ବ୍ଲକର ସାତଭାୟା ସମୁଦ୍ର କୂଳବର୍ତ୍ତୀ ମଗରକନ୍ଦାରେ ବସବାସ କରୁଥିବା ପ୍ରାୟ ୫୦% ଅଧିବାସୀଙ୍କ ପାଖରେ ବ୍ଲକ ପ୍ରଶାସନ ଓ ପୋଲିସ ପହଞ୍ଚି ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ନେଇଥିବା ବେଳେ କିଛି ବ୍ୟକ୍ତି ନିଜନିଜର ଗୃହପାଳିତ ପଶୁପକ୍ଷୀ ଓ ଆସବାବପତ୍ର ଛାଡି ଆସିବା ପାଇଁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବର୍ଷା ରେକର୍ଡ ହାରାହାରି ୧୨.୫୬ ମିଲିମିଟର ରହିଥିବା ବେଳେ ସମୟେ ସମୟେ ପବନର ଝଟକା ଅନୁଭୂତ ହେଉଛି । ଜିଲ୍ଲା ପ୍ରଶାସନ ଜିରୋ କ୍ୟାଜୁଆଲିଟି ଉପରେ ଗୁରୁତ୍ବ ଦେଇଥିବା ବେଳେ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀଙ୍କୁ ଆଶଙ୍କା ରହିଥିବା ପ୍ରଭାବିତ ବ୍ଲକ ହେଡକ୍ବାର୍ଟରରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

19:06 December 04

ଭଦ୍ରକରେ 27 ମିଲିମିଟର ବର୍ଷା

ଭଦ୍ରକରେ 27 ମିଲିମିଟର ବର୍ଷା

ଭଦ୍ରକ: ବାତ୍ୟା ଜୱାଦ ବିପତ୍ତି ସୃଷ୍ଟି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ସେନେଇ ରାଜ୍ୟ ସରକାର ମଧ୍ୟ ସଜାଗ ରହିଥିଲା । ତେବେ ଆଜି ସକାଳୁ ଏହା ଦୁର୍ବଳ ହୋଇଥିବା ଜଣାପଡିଛି । ଯାହାକି 129 ବର୍ଷର ରେକର୍ଡ ବଜାଇ ରହିଛି । ସୂଚନା ଅନୁଯାୟୀ ଡିସେମ୍ବର ମାସରେ ଆଣ୍ଡାମାନ ସାଗର, ବଙ୍ଗୋପ ସାଗର ଓ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ଲଘୁଚାପ ଜନିତ ବାତ୍ୟା 1891ରୁ 2020 ମଧ୍ୟରେ ଓଡିଶା ଉପକୂଳରେ ବାଡେଇ ହୋଇନାହିଁ । ତଥାପି ବାତ୍ୟାର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଏଥିରେ ଚାଷୀ ଓ ତଳିଆ ଅଞ୍ଚଳର ଅଧିବାସୀ ବହୁତ ମାତ୍ରାରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନାକୁ ଏଡେଇ ଦିଆଯାଇ ନପାରେ ।

ତେବେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହେବା ସହିତ ଆବଶ୍ୟକ ମୁତାବକ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି । ଗତକାଲି ସଂନ୍ଧ୍ୟାରୁ ଝିପିଝିପି ବର୍ଷା ଲାଗି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ବରିଷ୍ଠ ଅଧିକାରୀ ମାନେ ସମୁଦ୍ର ଉପକୂଳବର୍ତ୍ତୀ କୁହାଯାଉଥିବା ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଗୋଟିଏ ଏନଡ଼ିଆରଏଫ ଟିମକୁ ଧାମରା ଅଞ୍ଚଳକୁ ଏବଂ ଆଉ ଗୋଟିଏ ଓଡ୍ରାପ୍ଟ ଟିମ୍ ବାସୁଦେବପୁର ଅଞ୍ଚଳରେ ପହଞ୍ଚିଛି । ତତସହିତ ଜିଲ୍ଲାରେ ଥିବା 9 ଗୋଟି ଅଗ୍ନିଶମ ଟିମ୍ ଓ ରାଜ୍ୟରୁ ଆସିଥିବା 4 ଗୋଟି ଟିମ୍ ଏପରି ମୋଟ 13 ଗୋଟି ଟିମକୁ ସଜାଗ କରାଯାଇଛି । ଆବଶ୍ୟକ ହେଲେ ସେମାନଙ୍କୁ ସମୁଦ୍ର ଉପକୂଳ ତଥା ତଳିଆ ଅଞ୍ଚଳକୁ ପଠାଯିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୁଦ୍ର ଉପକୂଳରେ ଥିବା ବାସୁଦେବପୁର ବ୍ଲକର 17 ଗୋଟି ଗାଁ ଏବଂ ଚାନ୍ଦବାଲି ବ୍ଲକର 29 ଗୋଟି ମିଶାଇ ମୋଟ 46 ଗୋଟି ଗାଁର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଜିଲ୍ଲାରେ ମୋଟ 27 ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି । ସେହିପରି ବାସୁଦେବପୁର ସମୁନ୍ଦ୍ର ଉପକୂଳରେ ଥିବା ମୋହନପୁର ଠାରେ ସମୂହ ଜୁଆର ଉଠିବା ସମ୍ପର୍କରେ ରାଜ୍ୟ ସରକାର ସତର୍କ କରିବା ପରେ ଜିଲ୍ଲା ପ୍ରଶାସନ ବିଡ଼ିଓ ଓ ତହସିଲଦାରଙ୍କୁ ସ୍ଥିତି ଉପରେ ନଜର ରଖି ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

18:45 December 04

ଯାଜପୁର ଧର୍ମଶାଳାରେ ସଜାଗ NDRF ଟିମ

ଯାଜପୁର ଧର୍ମଶାଳାରେ ସଜାଗ ଏନଡିଆରଏଫ ଟିମ

ଯାଜପୁର: ମାଡି ଆସୁଛି ବାତ୍ୟା ଜୱାଦ । ଏହାର ମୁକାବିଲା ନେଇ ଯାଜପୁର ଜିଲ୍ଲା ଧର୍ମଶାଳାରେ ଗତକାଲି ପହଞ୍ଚିଛି ଏନଡିଆରଏଫ ଟିମ । ଯେକୌଣସି ସମୟରେ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିପାରେ, ସେନେଇ ଟିମ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି । କେବଳ ସେତିକି ନୁହେଁ ଏହି ଟିମ ଆଜି ସକାଳୁ ଧର୍ମଶାଳା ବ୍ଲକର ବିଭିନ୍ନ ଗାଁକୁ ଯାଇ ଲୋକମାନଙ୍କୁ ସତର୍କ କରାଇଛି । ଏଥିସହ ବିଭିନ୍ନ ଛକ ବଜାରରେ ମାଇକ ଯୋଗେ ବିଭିନ୍ନ ସତର୍କତାମୂଳକ ପନ୍ଥା ଅବମଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।

ବିଶେଷ କରି ବାତ୍ୟା ପ୍ରଭାବରେ ହେବାକୁ ଥିବା ବର୍ଷା ଓ ପବନରେ ଘରୁ ନବାହାରିବା ସହ ଘରେ ଥିବା ଗର୍ଭବତୀ ମହିଳାଙ୍କ ବିଶେଷ ଯତ୍ନ ନେବାକୁ ସୂଚନା ଦିଆଯାଇଛି । ବାତ୍ୟା ଓ ବାତ୍ୟାର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଆବଶ୍ୟକୀୟ ଉପକରଣ ଗୁଡିକୁ ପ୍ରସ୍ତୁତ ରଖାଯିବା ସହ ଟିମର ଯବାନମାନେ ସଜାଗ ରହିଛନ୍ତି । ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଥିବା ମୁଣ୍ଡୁଳିର ଏନଡିଆରଏଫ୍ ଥାର୍ଡ ବାଟାଲିଅନ ଟିମ ଇନ୍ସପେକ୍ଟର ଅରବିନ୍ଦ ଗଜରାଜ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

17:54 December 04

କୋରେଇରେ ଜୱାଦ ପ୍ରଭାବ

କୋରେଇ ବ୍ଳକରେ ସାମ୍ଭାବ୍ୟ ବାତ୍ୟା ଜୱାଦର ପ୍ରଭାବ

ଯାଜପୁର: କୋରେଇ ବ୍ଳକରେ ସାମ୍ଭାବ୍ୟ ବାତ୍ୟା ଜୱାଦର ପ୍ରଭାବ । ବିଭିନ୍ନ ପଞ୍ଚାୟତ ସ୍ଥିତି ପରଖିଲେ ବିଡ଼ିଓ ଓ ତହସିଲଦାର । ତେବେ ସାମ୍ଭାବ୍ୟ ବାତ୍ୟାକୁ ନଜର କରି ଆଜି(ଶନିବାର) କୋରେଇ ବ୍ଳକ କାର୍ଯ୍ୟାଳୟରେ ବିଡ଼ିଓ ରଞ୍ଜନ କୁମାର ପରିଡା ଓ ତହସିଲଦାର ଅଶୋକ କୁମାର ମାଝୀ କର୍ମଚାରୀ ମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏଥିସହିତ ସମସ୍ତ ଅଧିକାରୀ ମାନେ ବୈତରଣୀ ନଦୀ କୂଳିଆ ଗାଁ ଅସନଝର, ବନ୍ଦାଳ, ବରୁଣ୍ଡେଇ, ମକୁନ୍ଦପୁର, ମୂଳାପାଳ ଓ ଖରସ୍ରୋତା ନଦୀ କୂଳରେ ଥିବା ଗାଁ ତଣ୍ଡରା,ବଡ଼ବିରୁଆଁ ଓ ଗୋଳେଇପୁର ଗାଁକୁ ଯାଇ ସେଠାରେ କିଭଳି ବାତ୍ୟା ସମୟରେ ଲୋକମାନେ ସ୍କୁଲ ଘରେ ରହିବେ ତା’ର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏଥିସହିତ ଏହି ନଦୀକୂଳିଆ ଗାଁରେ ଆବଶ୍ୟକ ହେଲେ ଶୁଖିଲା ଖାଦ୍ୟ ବଣ୍ଟା ହେବା ସହିତ ରନ୍ଧାଖାଦ୍ୟ କିପରି ଦେବେ ସେଥିପାଇଁ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ତେବେ ଏହି ବାତ୍ୟାକୁ ସମ୍ମାନା କରିବାକୁ ସମ୍ପୂର୍ଣ୍ଣ ବ୍ଳକ ପ୍ରଶାସନ ପ୍ରସ୍ତୁତ ଥିବା ବିଡିଓ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

17:54 December 04

ନୟାଗଡ଼ରେ ଝିପିଝିପି ବର୍ଷା ଆରମ୍ଭ

ନୟାଗଡ଼ରେ ଝିପିଝିପି ବର୍ଷା ଆରମ୍ଭ

ନୟାଗଡ଼: ବାତ୍ୟା ପ୍ରଭାବରେ ନୟାଗଡ଼ରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ପାଗ କୋହଲା ରହିବା ସହ ମେଘୁଆ ରହିଛି । ଏହାକୁ ଦେଖି ଚିନ୍ତାରେ ଚାଷୀକୂଳ । ଜିଲ୍ଲା ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀଙ୍କୁ ସୂଚନା ଦିଆଯାଇଛି । କଟାଯାଇଥିବା ଧାନକୁ ତୁରନ୍ତ ଖଳାକୁ ଆଣିବାକୁ ପରାମର୍ଶ ଦିଆଯାଇଛି । ସେଥିପାଇଁ ଚାଷୀ ତରବରିଆ ଭାବେ କଟାଯାଇଥିବା ଧାନ ସାଇତି ରଖିବାକୁ ପ୍ରାଣପଣେ ଉଦ୍ୟମ କରିଛି ।

ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଏନେଇ ଜିଲ୍ଲାର କୃଷି ଏବଂ ବ୍ଲକ ଅଧିକାରୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । କିଛି ଦିନ ପୂର୍ବେ ଲଗାଣ ଲଘୁଚାପ ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜଳମଗ୍ନ ହୋଇରହିଥିଲା । ଫଳରେ କେଉଁଠି ଧାନ ଗଜା ହୋଇଥିଲା, ତ ପୁଣି କେଉଁଠି ଧାନ ନଷ୍ଟ ହୋଇଥିଲା । ଏହାପରେ କ୍ଷେତରେ ରହିଯାଇଥିବା ପାଚିଲା ଧାନ ଫସଲକୁ ଅମଳ କରିବାର ଲକ୍ଷ୍ୟ ରଖିଥିଲା ଚାଷୀ । ହେଲେ ପୁଣି ଏକ ବାତ୍ୟାକୁ ଦେଖି ଚାଷୀ ମନରେ ଭାଳେଣି ପଡିଛି । ବାତ୍ୟା ଜୱାଦ ପ୍ରଭାବରେ ଆକାଶ ମେଘାଚ୍ଛନ୍ନ ହୋଇଛି । ତରବରିଆ ଭାବେ ଧାନ ଫସଲକୁ ଖଳାକୁ ଆଣିବାକୁ ଲାଗିପଡିଛନ୍ତି ଚାଷୀକୂଳ । ବର୍ଷା ହୋଇଗଲେ କଞ୍ଚା ଥିବା ଧାନ ବି ନଷ୍ଟ ହୋଇପାରେ । ସେଥିପାଇଁ କଞ୍ଚା ଧାନକୁ କାଟି ଆଣୁଛନ୍ତି ଚାଷୀ । ସାମାନ୍ୟ ବର୍ଷା ହେଲେ ଧାନ ନଷ୍ଟ କିମ୍ଵା ଗଜା ହୋଇଯିବାର ଆଶଙ୍କା ଦେଖାଦେଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

17:53 December 04

ଜଗତସିଂହପୁରରେ ବର୍ଷା ଆରମ୍ଭ

ଜଗତସିଂହପୁରରେ ବର୍ଷା ଆରମ୍ଭ

ଜଗତସିଂହପୁର: ଜିଲ୍ଲାରେ ବାତ୍ୟା ଜୱାଦ ପ୍ରଭାବରେ ଝିପିଝିପି ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ରକୁ ମାଛ ଧରିବାକୁ ନଯିବାକୁ ଧୀବରଙ୍କୁ ବାରଣ କରାଯାଇଛି । ଆସନ୍ତା କାଲି ସୁଦ୍ଧା ବାତ୍ୟା ଜୱାଦ ସ୍ଥଳ ଭାଗ ଛୁଇଁଲା ପରେ ଜିଲ୍ଲାର ନାଉଗାଁ, ବାଲିକୁଦା, ଏରସମା ଓ ପାରାଦୀପରେ ପ୍ରବଳ ବର୍ଷା ହେବ ବୋଲି ଜିଲ୍ଲା ପ୍ରଶାସନ ଆକଳନ କରିଛି । ଏହାକୁ ଦୃଷ୍ଟିରେ ରଖି ଆଜି ଏରସମା ବ୍ଲକରୁ 42 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ନାଉଗାଁ ବ୍ଲକରୁ 30 ଓ ଜଗତସିଂହପୁରରୁ 94 ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଛି ।

ସେହିପରି ଜଗତସିଂହପୁର ଜିଲ୍ଲାରେ 86 ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 61 ଜଣଙ୍କୁ ସୁରକ୍ଷିତ ଭାବେ ପ୍ରସବ କରାଇ ଦିଆଯାଇଛି । ଗତକାଲି ରାତିରୁ NDRF ସ୍ବତନ୍ତ୍ର ଟିମ ପାରାଦୀପରେ ପହଞ୍ଚିଛନ୍ତି । ବାତ୍ୟା ଛାଡିବା ପରେ ଟିମ ରାସ୍ତାଘାଟକୁ ସଫା କରିବା ସହ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିବ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଝିପି ଝିପି ବର୍ଷା ଲାଗି ରହିଥିବା ବେଳେ ଜୀବନ ଯାତ୍ରା ସ୍ବୀାଭାବିକ ରହିଛି ।

17:52 December 04

ଜଓ୍ବାଦ ମୁକାବିଲା ପାଇଁ କଟକ ପ୍ରଶାସନର ହେଲ୍ପଲାଇନ ନମ୍ବର

କଟକ: ସିଲଭରସିଟିରେ ଜୱାଦ ମୁକାବିଲା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ମହଜୁତ ରହିଛି । 86ଟି ବସ୍ତିରୁ ପାଖାପାଖି 9 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଚିହ୍ନଟ କରିଛି କଟକ ମହାନଗର ନିଗମ । କିନ୍ତୁ, ବାତ୍ୟା କ୍ରମଶଃ ଦୁର୍ବଳ ହେଉଥିବାରୁ ଏଯାବତ ଆଶ୍ରୟସ୍ଥଳକୁ କେହି ଆସିନାହାନ୍ତି ।

ଅନ୍ୟପଟେ ଯଦି ସ୍ଥିତି ବିଗିଡେ ତେବେ ସମସ୍ତଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଲାଇଟ ବ୍ୟବସ୍ଥା ମଧ୍ୟ ରହିଛି । ଏନେଇ ସୂଚନା ଦେଇଛନ୍ତି ସିଏମସି କତ୍ତୃପକ୍ଷ । ଏହାସହ ସିଏମସି ପକ୍ଷରୁ ମଧ୍ୟ ଜରୁରୀକାଳୀନ ନମ୍ବର ୦୬୭୧୨୩୧୦୪୭୨, ୦୬୭୧୨୩୧୧୨୪୪ ଜାରି କରାଯାଇଛି । 59ଟି ୱାର୍ଡରେ ଯେଉଁଟି ବୁ-କଲ ଆସିବ ସେନେଇ ପସ୍ତୁତ ରହିଛନ୍ତି ଅଧକାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

17:51 December 04

ବ୍ୟାସନଗର ପ୍ରଶାସନର ବାତ୍ୟା ପ୍ରସ୍ତୁତି

ବ୍ୟାସନଗର ପ୍ରଶାସନର ବାତ୍ୟା ପ୍ରସ୍ତୁତି

ଯାଜପୁର: ସାମ୍ଭାବ୍ୟ ବାତ୍ୟାକୁ ନଜର କରି ବ୍ୟାସନଗର ପୌରପରିଷଦର କର୍ମଚାରୀଙ୍କ ଛୁଟି ବାତିଲ କଲେ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ । ସାମ୍ଭାବ୍ୟ ବାତ୍ୟା ଜୱାଦର ପ୍ରଭାବ ବ୍ୟାସନଗର ପୌରପରିଷଦରେ ଆରମ୍ଭ ହେଇଯାଇଛି । ଏହାକୁ ନଜର କରି ବ୍ୟାସନଗର ପୌରପରିଷଦ ପ୍ରଶାସନ ପକ୍ଷରୁ ଆଜି(ଶନିବାର) ସକାଳୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବ୍ୟାସନଗର ପୌରପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଅଧକ୍ଷତାରେ ପରିଚାଳିତ ଏହି ବୈଠକରେ ବାତ୍ୟାକୁ ନେଇ ବିଭିନ୍ନ ୱାର୍ଡ ଡ୍ରେନେଜ ପାଣି ନିଷ୍କାସନ, ବିଦ୍ୟୁତ କାଟ, ପାନୀୟ ଜଳ ଯୋଗାଣ ଓ ଲୋକଙ୍କୁ ବାତ୍ୟା ପବନ ଦାଉରୁ ରକ୍ଷା କରିବା ବିଷୟରେ କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ । ଏଥିସହିତ ଆଜିଠାରୁ ବାତ୍ୟାର ପ୍ରଭାବ ନକମିବା ପର୍ଯ୍ୟନ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଥିଲେ ନିର୍ବାହୀ ଅଧିକାରୀ ରାଉତ । ଏଥିସହିତ ସହିତ ଆଜି ସଖାଳୁ ସହରରେ ବାତ୍ୟାର ପ୍ରଭାବ ଫଳରେ ବର୍ଷା ଆରମ୍ଭ ହୋଇଥିବାରୁ ପ୍ରତ୍ୟକ ଡ୍ରେନ ସଫା କରିବାକୁ ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେବା ସହିତ ନିଜେ ପ୍ରତ୍ୟକ ୱାର୍ଡ ବୁଲି ତଦାରଖ କରୁଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

15:08 December 04

ଖୋର୍ଦ୍ଧାରେ ବାତ୍ୟା ବିତ୍ପାତ: ଫସଲ ଉଜୁଡି ଯିବା ଚିନ୍ତାରେ ଚାଷୀ

ଖୋର୍ଦ୍ଧା: କଥାରେ ଅଛି ‘ଚାଷ ଅଛି ଯାହାର କି ଆନନ୍ଦ ତାହାର’ । କିନ୍ତୁ ଏହି ଚାଷ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ପ୍ରଥମେ ଚକଡ଼ା ପୋକ ତାପରେ ଲଘୁଚାପଜନିତ ଲଗାଣ ବର୍ଷା ଦ୍ବାରା କ୍ଷତି ହୋଇ ବଞ୍ଚିଥିବା ବଳକା ଫସଲକୁ ଧୋଇ ଦେଇଛି ବାତ୍ୟା । ଜୱାଦ ପ୍ରଭାବରେ ବର୍ଷା ଯେଗୁଁ ରକ୍ତକୁ ଝାଳ କରି ସୁନାର ଫସଲ କରିଥିବା ଚାଷୀଙ୍କ କ୍ଷେତ ଉଜୁଡି ଯାଇଛି ।

ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ 1ଲକ୍ଷ 5ହାଜର 860ହେକ୍ଟର ଜମିରେ ଧାନ ଫସଲ କରାଯାଇଥିବା ବେଳେ ଡିସେମ୍ବର 1ତାରିଖ ସୁଦ୍ଧା 16ହଜାର 332 ହେକ୍ଟର ଜମିରୁ ଧାନ କଟା ସରିଥିବା କୃଷି ବିଭାଗ ସୂଚନା ଦେଇଛି । କିନ୍ତୁ, ଏବେ ବାତ୍ୟା ପ୍ରଭାବରେ କ୍ଷେତରେ ପଡିଥିବା ପାଚିଲା ଧାନ ଏବେ ଖଳାକୁ ଆସିବ କି ନାହିଁ ତାହା ଚିନ୍ତାରେ ପକାଇଛି ଚାଷୀଙ୍କୁ । ସେପଟେ ଚାଷୀର ଏହି ବିପଦ ସମୟରେ କୃଷି ବିଭାଗ କିନ୍ତୁ ଚାଷୀ ପାଖରେ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 4, 2021, 7:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.