ETV Bharat / city

ଆସୁଛି 'ଫନି': ସୁରକ୍ଷା ପାଇଁ ପରାମର୍ଶ ଦେଲେ ଏସ୍‌ଆରସି - puri

ଦୋକାନ, ବଜାର, ଅଫିସ୍‌, ଗାଡ଼ି ମୋଟର ଚଳାଚଳ ସବୁ ରଖାଯିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆରସି ବିଷ୍ଣୁପଦ ସେଠୀ । ବାତ୍ୟା ଅତିକ୍ରମ ନ କରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରହିବାକୁ ପରାମର୍ଶ ଦିଆଯାଇଛି । ନିଜ ସୁରକ୍ଷା ନିଜେ ନେଇ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 2, 2019, 9:57 PM IST

ଭୁବନେଶ୍ବର: ମାଡି ଆସୁଛି 'ଫନି' । ଏଥିପାଇଁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । 'ଫନି' ଯୋଗୁଁ ଯେପରି ଧନଜୀବନ କ୍ଷତି ନହୁଏ, ସେଥିପାଇଁ ସତର୍କ ରହିବାକୁ ସମସ୍ତ ପ୍ରକାର ବିହିତ ପଦକ୍ଷେପ ନିଆଯାଇଥିବା କହିଛନ୍ତି । ସର୍ବାଧିକ ପ୍ରଭାବିତ ହେବାକୁ ଥିବା 40ଟି ବ୍ଲକରେ ରାଜ୍ୟ ସରକାର 'ଫନି' ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଏସ୍ଆରସି ବିଷ୍ଣୁପଦ ସେଠୀ । ବାତ୍ୟା 'ଫନି'ର ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି । ଏହାସହ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଯେ ଗତକାଲି କେହି ଘରୁ ନ ବାହାରିବା ପାଇଁ ଅପିଲ କରିଛନ୍ତି ବିଷ୍ଣୁପଦ ସେଠୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସାମୁଦ୍ରିକ ଝଡ଼ 'ଫନି' ମେ' ମାସ ୩ ତାରିଖ ସକାଳ 10ଟାରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିଲୋମିଟର ରହିପାରେ। ତେଣୁ ବିପଦ ଥିବାରୁ ଘରୁ ଲୋକେ ନ ବାହାରିବା ପାଇଁ ସରାକାର ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି ଏସ୍‌ଆରସି । ଏହି ସମୟରେ ଦୋକାନ, ବଜାର, ଅଫିସ୍‌, ଗାଡ଼ି ମଟର ଚଳାଚଳ ସବୁ ବନ୍ଦ ରଖିବାକୁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି । ବାତ୍ୟା ଅତିକ୍ରମ ନ କରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରହିବାକୁ ପରାମର୍ଶ ଦିଆଯାଇଛି । ନିଜ ସୁରକ୍ଷା ନିଜେ ନେବା ସହ ସୁରକ୍ଷିତ ଭାବରେ ରହିବା ପାଇଁ ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ସମସ୍ତ ସରକାରୀ ଅଫିସ ଖୋଲା ରହିବ । ଅନ୍ୟ ସମସ୍ତ ଜିଲ୍ଲାରେ ସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି । ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା କମ୍‌ ରହିଥିବା କୁହାଯାଇଛି ।

ଏହାସହ ପାଖରେ ଶୁଖିଲା ଖାଦ୍ୟ, ଟର୍ଚ୍ଚ, ଦରକାରୀ କାଗଜପତ୍ର ସାଇତି ରଖିବା ଓ ନିହାତି ଆବଶ୍ୟକୀୟ ଜିନିଷ ପାଖରେ ରଖିବାକୁ ଅନୁରୋଧ କରିଛନ୍ତି ଏସ୍‌ଆରସି । ସରକାରୀ ସୂଚନାରେ ବିଶ୍ବାସ ରଖିବା ସହ ଗୁଜବ ଠାରୁ ଦୁରେଇ ରହିବା ପାଇଁ ଅନୁରୋଧ କରିଛନ୍ତି । ଆତଙ୍କିତ ନହୋଇ ଶାନ୍ତ ରହିବା ସହ ସରକାରଙ୍କୁ ସହଯୋଗ କରିବା ପାଇଁ କହିଛନ୍ତି ଏସ୍‌ଆରସି । ରାଜ୍ୟରେ ମୋଟ୍‌ ୨୫ଟି ଏନଡ଼ିଆରଏଫ୍ ଟିମ ମଧ୍ୟ ମୁତୟନ କରାଯାଇଥିବା କହିଛନ୍ତି ଏସ୍‌ଆରସି ।

ରାଜ୍ୟରେ ପାଖାପାଖି ୪ ଲକ୍ଷ ଲୋକଙ୍କୁ ୮୭୯ଟି ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ଆରସି । 'ଫନି'ରେ ରାଜ୍ୟର ୯ ଜିଲ୍ଲାରେ ଥିବା ୧୦ ହଜାର ଗ୍ରାମ ଓ ୫୨ଟି ସହରରେ ଥିବା ଲୋକମାନେ ପ୍ରଭାବିତ ହେବେ । ଏସବୁ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ଓ ମୋଟ ପ୍ରାୟ ୧୧.୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବାର ସମ୍ଭାବନା ରହିଥିବା ବେଳେ 3.51ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରାଗଲାଣି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.