ETV Bharat / city

ବୁଲବୁଲ ପ୍ରଭାବ, ଜାଣନ୍ତୁ କେଉଁଠି କେତେ ରହିବ ପବନର ବେଗ ?

ଧିରେ ଧିରେ ସ୍ଥଳଭାଗକୁ ମୁହାଁଉଛି ବାତ୍ୟା 'ବୁଲବୁଲ' । 2 ଦିନ ଧରି ରାଜ୍ୟରେ ଦେଖିବାକୁ ମିଳିବ ଏହାର ପ୍ରଭାବ । ଏନେଇ ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ପ୍ରଶାସନ 2ଟି ଲେଖାଏଁ ଓଡ୍ରାଫ ଟିମ, ଗୋଟିଏ ଲେଖାଏଁ NDRF ଓ ଅଗ୍ନିଶମ ବାହୀନୀ ଟିମ ପଠାଇ ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେବେ କେଉଁ ଅଞ୍ଚଳରେ କେତେ ପବନ ବୋହିବ ତାହା ଉପରେ ନଜର ପକାନ୍ତୁ...

author img

By

Published : Nov 8, 2019, 11:14 AM IST

Updated : Nov 8, 2019, 12:32 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କରାଳ ରୂପ ନେଇ ସ୍ଥଳଭାଗକୁ ମାଡିଆସୁଛି ‘ବୁଲବୁଲ’ । ପାରଦ୍ବୀପ ଠାରୁ ମାତ୍ର 350 କିମି ଦୂରରେ ରହିଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଆକାଶ ମେଘାଚ୍ଛନ ଦେଖାଯିବା ସ୍ଥାନେ ସ୍ଥାନେ ଆରମ୍ଭ ହୋଇଯାଇଛି ଝିପଝିପ ବର୍ଷା । ଆଜି ପୁରୀ, କେନ୍ଦ୍ରାପଡା, ଭଦ୍ରକ ଓ ଜଗତସିଂହପୁର ରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। 9ରେ ବାଲେଶ୍ଵର, କେନ୍ଦ୍ରାପଡା, ଯାଜପୁରରେ ଅଧିକ ବର୍ଷ ହେବ। ଓଡିଶା ଉପକୂଳରେ ଘଣ୍ଟାପ୍ରତି ପବନର ବେଗ 55 କିମି ରହିବ। ଆଜି ଏହା 65 କିମି ପର୍ଯ୍ୟନ୍ତ ଓ ଆସନ୍ତାକାଲି ସର୍ବାଧିକ 90 କିମି ପର୍ଯ୍ୟନ୍ତ ରହିବ। ପୁରୀ ଓ ଗଞ୍ଜାମରେ 50କିମି ପବନ ବେଗ ରହିବାର ସମ୍ଭାବନା ରହିଛି । । ବାତ୍ୟାକୁ ନଜରରେ ରଖି ସମସ୍ତ ଜିଲ୍ଲାକୁ 2ଟି ଓଡ୍ରାଫ ଟିମ ଓ 6ଟି ଜିଲ୍ଲାକୁ ଗୋଟିଏ ୟୁନିଟ ଲେଖାଏଁ ଏନଡିଆରଫ ଓ ଅଗ୍ନିଶମ ବାହିନୀ ଟିମ୍କୁ ପଠାଯାଇଛି ।

ବୁଲବୁଲ ପ୍ରଭାବକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା

କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଆଜି ଠାରୁ ପବନ ସାଙ୍ଗକୁ ବର୍ଷା ହେବ । ଘଣ୍ଟା ପ୍ରତି ପବନର ବେଗ 40-45 ରହିବା ବେଳେ ସ୍ଥଳଭାଗରେ ପବନର ବେଗ 65 ଛୁଇଁପାରେ । ହେଲେ 9ତାରିଖ ବେଳକୁ 70-80 କିମି ପବନ ବୋହିବା ସହ ସ୍ଥଳ ଭାଗରେ ପବନର ବେଗ 90 ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତା କାଲି 9ଟି ଜିଲାରେ ସ୍କୁଲ ଛୁଟି ରହିବ। ତେବେ 10ତାରିଖ ବେଳକୁ ବୁଲବୁଲ ବାତ୍ୟାର ପ୍ରଭାବ ରହିବ ନାହିଁ। ତୁରନ୍ତ ରାସ୍ତା ସଫା ପାଇଁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ବାତ୍ୟାର ପ୍ରକୋପରେ ବର୍ଷ ଓ ପବନ ରହିବ। ପରିସ୍ଥିତି ଦେଖି ତଳି ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ। ଏନେଇ ଜିଲ୍ଲାପାଳ ତାଙ୍କ ସ୍ତରରେ ନିଷ୍ପତ୍ତି ନେବେ।

ଆଜି ସନ୍ଧ୍ୟାରେ 300 କି.ମି ଓ ଆସନ୍ତାକାଲି ପୁରୀଠାରୁ 210 କିମି ଦୂରରେ ରହିବ ବୁଲବୁଲ। ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଅଧିକ ମାତ୍ରାରେ ପ୍ରଭାବିତ ହେବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବାତ୍ୟା ବୁଲବୁଲ ପ୍ରଭାବରେ ଓଡ଼ିଶାରେ ବର୍ଷ ତା ହେବ। ହେଲେ ପବନର ବେଗ କେତେ ରହିବ। କେଉଁ ଅଞ୍ଚଳରେ କେତେ ରହିବ । IMD ଆକଳନ ଅନୁସାରେ କେନ୍ଦ୍ରାପଡା, ଜଗତସିଂହପୁର , ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ଆଜିଠୁ ପବନ ସାଙ୍ଗକୁ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି 55 କିମି ରହିବ। ଆସନ୍ତା କାଲି ଏହା ବଢ଼ିବ। ଘଣ୍ଟାପ୍ରତି ସର୍ବାଧିକ90 କିମି ବେଗ ରହିବ ବୋଲି ଆଇଏମଦି ର ସଦ୍ୟତମ ରିପୋର୍ଟ କହୁଛି। ସେହିଭଳି ପୁରୀ, ଗଞ୍ଜାମ ରେଭବେଗ 40ରୁ 50 କିମି ରହିବ। ତେବେ ବର୍ଷାର ପ୍ରକୋପ ବେଶୀ ରହିବ।Body:କConclusion:
Last Updated : Nov 8, 2019, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.