ETV Bharat / city

Cyclone Asani Update: ଗୋପାଳପୁର ଠାରୁ 510 କିଲୋମିଟର ଦୂରରେ ବାତ୍ୟା ଅସାନି

author img

By

Published : May 10, 2022, 8:13 AM IST

ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଅସାନି ଭୀଷଣ ବାତ୍ୟାର ରୂପ ନେଇଛି । ବର୍ତ୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି 12 କିମି ରହିଛି । ଅଧିକ ପଢନ୍ତୁ

Cyclone Asani Update: ଘଣ୍ଟାପ୍ରତି ବାତ୍ୟାର ବେଗ 12 କିଲୋମିଟର

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅସାନି(Cyclone Asani) ଭୀଷଣ ବାତ୍ୟାର ରୂପ ନେଇଛି । ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ 510 କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ 590 କିମି ଦୂରରେ କେନ୍ଦ୍ରୀଭୂତ ଅଛି ଭୀଷଣ ବାତ୍ୟା ଅସାନି । ବର୍ତ୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି 12 କିମି ରହିଛି । ପାଣିପାଗ ବିଭାଗ ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ।

ଆଜି ବାତ୍ୟା ଅସାନି ଧୀରେ ଧୀରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ରାଜ୍ୟରେ ପାଗ ବଦଳିଛି । ସୋମବାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଆଜିଠୁ ରାଜ୍ୟରେ ତିନି ଦିନ ଯାଏଁ ବର୍ଷା ହେବ । ଧୀରେ ଧୀରେ ବର୍ଷାର ପ୍ରକୋପ ବଢିବାକୁ ଥିବାବେଳେ 11 ଓ 12ରେ ସର୍ବାଧିକ ବର୍ଷା ହେବ । ଘଣ୍ଟାପ୍ରତି 40 ରୁ 50 କିଲୋମିଟର ବେଗରେ ପବନ ବହିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.