ETV Bharat / city

ଓଡିଶାରେ ଆଉ 3 ଘଣ୍ଟା ରହିବ ଅମ୍ଫାନ

author img

By

Published : May 20, 2020, 4:11 PM IST

ପାରାଦୀପ ଅତିକ୍ରମ କଲା ବାତ୍ୟା ଅମ୍ଫାନ । ଓଡିଶାରେ ଅମ୍ଫାନର ପ୍ରଭାବ ଆଉ 3 ଘଣ୍ଟା ରହିବା ନେଇ ଏସଆରସି ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଓଡିଶାରେ ଆଉ 3ଘଣ୍ଟା ରହିବ ଅମ୍ଫାନ
ଓଡିଶାରେ ଆଉ 3ଘଣ୍ଟା ରହିବ ଅମ୍ଫାନ

ଜଗତସିଂହପୁର: ପାରାଦୀପ ଅତିକ୍ରମ କରିସାରିଛି ବାତ୍ୟା ଅମ୍ଫାନ । ପାରାଦୀପ ଠାରୁ ୧୫୦ କଲୋମିଟର ଦୁରରେ ଅମ୍ଫନ ଗତି କରିଥିବା ବେଳେ ସମୁଦ୍ର ମଧ୍ୟରେ ଏହାର ବେଗ ଘଣ୍ଟାପ୍ରତି 29 କିଲୋମିଟର ଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତେବେ ସ୍ଥଳଭାଗରେ ଅମ୍ଫାନର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଓଡିଶାରେ ଆଉ 3ଘଣ୍ଟା ରହିବ ଅମ୍ଫାନ
ପାଣିପାଗ କେନ୍ଦ୍ର ପ୍ରଥମ ଆକଳନ ଅନୁଯାୟୀ ସାଗର ଦୀପ ରୁ ହତିଆ ମଧ୍ୟରେ ଅମ୍ଫାନ ସ୍ଥଳଭାଗ ଛୁଇଁବ । ପାରାଦୀପ ଠୁ ପଶ୍ଚିମରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ୫ଟା ପରେ କେଉଁ ମୁହୂର୍ତ୍ତରେ ବି ଏହା ଲ୍ଯାଣ୍ଡଫଲ କରିପାରେ । ତେବେ ବର୍ତ୍ତମାନ ଅମ୍ଫାନ ପାରାଦୀପ ଠାରୁ ୧୦୨ ରୁ ୧୨୦ କିମି ଦୂରରେ ଗତି କରୁଥିବା ବେଳେ ଧାମରାଠାରୁ ୧୦୦ରୁ ୧୧୦ ଏବଂ ବାଲେଶ୍ବର ଜିଲ୍ଲା ଅଞ୍ଚଳ ଦେଇ ଗତି କରୁଛି ।

ପ୍ରାଥମିକ ତଥ୍ଯ ଅନୁସାରେ ଅମ୍ଫାନ ପ୍ରକୋପରେ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ସୂଚନା ମିଳିଛି । ବିଦ୍ଯୁତ ଖୁଣ୍ଟି ଭାଙ୍ଗି ରାସ୍ତାରେ ତାର ଛିଡିଛି । ହେଲେ ଟେଲିଫୋନ ଟାୱାର ଭାଙ୍ଗିନାହିଁ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକରେ ଗଛ କାଟି ରାସ୍ତା ସଫା ପାଇଁ ପ୍ରୟାସ ଜାରି ରହିଛି । ବିଦ୍ଯୁତ ଯୋଗାଯୋଗ ପାଇଁ ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି । ଏବେ ସୁଦ୍ଧା ୩୬ଟିମ ଏନଡିଆରଏଫ ଟିମ ମୁତୟନ ଅଛନ୍ତି। ଏଥିମଧ୍ୟରୁ ଖୋର୍ଦ୍ଧାରେ ଗୋଟିଏ, କଟକରେ ୨ଟି, କେନ୍ଦ୍ରାପଡାରେ ୬ଟି, ଯାଜପୁରରରେ ଗୋଟିଏ ଓ ବାଲେଶ୍ବରରେ ୧୦ଟି, ଭଦ୍ରକରେ ୭ଟି ଓ ମୟୁରଭଞ୍ଜ ୨ଟି ଟିମ ପ୍ରସ୍ତୁତ ଅଛନ୍ତି ।

ବାତ୍ୟା ପୂର୍ବରୁ ୧୪୮୪୮୬ ଜଣଙ୍କୁ ୨୯୨୧ ସେଲଟର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଜଗତସିଂହପୁରର ପାରାଦୀପ ଅଞ୍ଚଳରେ କିଛି ଲୋକେ ଘରକୁ ଫେରିଯାଇଛନ୍ତି । ସେହିପରି ୨ ଦିନରେ ୧୮୪୫ ଗର୍ଭବତୀ ମହିଳା ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ସେମାନଙ୍କ ମଧ୍ଯରୁ ଜଣକୁ ଅଗ୍ନିଶମକର୍ମୀଙ୍କ ଦ୍ବାରା ମେଡିକାଲକୁ ନେବା ସମୟରେ ଆମ୍ବୁଲାନସରେ ପ୍ରସବ କରିଛନ୍ତି । ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି। ବାତ୍ୟା ସମୟରେ ପାନୀୟ ଜଳ ନେଇ କୌଣସି ସମସ୍ଯା ନଥିବା କହିଛନ୍ତି ଏସଆରସି ।

ଭଦ୍ରକ ତିହିଡିରୁ ଜଣଙ୍କର ପବନ ସମୟରେ ମୃତ୍ଯ ହୋଇଛି । ହେଲେ କେଉଁ କାରଣରୁ ମୃତ୍ଯୁ ହୋଇଛି ସେନେଇ ଏଯାଏଁ କୌଣସି ସୂଚନା ମିଳିନଥିବା କହିଛନ୍ତି ଏସଆରସି । ଜିଲ୍ଲାପାଳ ଓ ମେଡିକାଲ ଟିମ ଘଟଣାସ୍ଥଳରେ ରହି ଅନ୍ତେଷ୍ଟି କ୍ରିୟାରେ ସହଯୋଗ କରୁଛନ୍ତି । ସେହିପରି କେନ୍ଦ୍ରାପଡା ସାତଭାୟାର ୬୭ ବର୍ଷିୟା ବୃଦ୍ଧଙ୍କ ଆମ୍ବୁଲାନସରେ ସ୍ବାଭାବିକ ମୃତ୍ଯୁ ବୋଲି ସୁଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.