ETV Bharat / city

ବ୍ୟାଙ୍କ ଚାକିରି ପାଇଁ ପଠାଉଥିଲେ ଇମେଲ, ଟ୍ରାକ କରି ରାକେଟକୁ ଧରିଲା ପୋଲିସ - ଠକ ରାକେଟ ଧରିଲା କମିଶନରେଟ ପୋଲିସ

ଦୁଇଜଣ ଅଭିଯୋଗକାରୀଙ୍କ ଅଭିଯୋଗ କରୁକରୁ ଧରାପଡିଛି ଏକ ଠକ ରାକେଟ । ଯେକି ଉଜିବନ ଗ୍ରାମିଣ ବ୍ୟାଙ୍କ ଓ ଅନ୍ୟାନ୍ୟ ବାଙ୍କରେ ଚାକିରି ଦେବା ନାଁରେ ଠକୁଥିଲେ ପିଲାଙ୍କୁ । ଜଣଙ୍କ ପିଛା ଲକ୍ଷେରୁ ଦୁଇ ଲକ୍ଷ ନେଇ ଧରାଛୁଆଁ ଦେଉନଥିଲେ । ଅଧିକ ପଢନ୍ତୁ

ବ୍ୟାଙ୍କ ଚାକିରି ପାଇଁ ପଠାଉଥିଲେ ଇମେଲ, ଟ୍ରାକ କରି ପୋଲିସ ଧରିଲା ଠକ ରାକେଟ

author img

By

Published : Apr 10, 2022, 9:05 AM IST

ଭୁବନେଶ୍ବର: ହୁସିଆର! ଆସୁଛି କି ବ୍ୟାଙ୍କ ଜବ ଅଫର । ବ୍ୟାଙ୍କ ଚାକିରି ପାଇଁ ଇମେଲ ବା କଲ କରୁଛନ୍ତି କି କେହି ? ଏପରି କଲ ବା ଇମେଲ ଆସୁଥିଲେ ହୋଇଯାନ୍ତୁ ସତର୍କ । କାରଣ ମାତିଛନ୍ତି ଠକ ରାକେଟ । ଯେକି ଏହିଭଳି ଉପାୟରେ ନିରିହ ଶିକ୍ଷିତ ଯୁବକଙ୍କୁ ଲୋଭ ଦେଖାଇ ଫସାଉଛନ୍ତି ଠକାମି ଜାଲରେ । ଏମିତି ଏକ ଠକ ରାକେଟର ଖୁଲାସା କରିଛି କମିଶନରେଟ ପୋଲିସ ସାଇବର ଥାନା ।

ବ୍ୟାଙ୍କ ଚାକିରି ପାଇଁ ପଠାଉଥିଲେ ଇମେଲ, ଟ୍ରାକ କରି ପୋଲିସ ଧରିଲା ଠକ ରାକେଟ
ଦୁଇଜଣ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଧରାପଡିଛି ଏକ ଠକ ରାକେଟ । ଯେକି ଉଜିବନ ଗ୍ରାମିଣ ବ୍ୟାଙ୍କ ଓ ଅନ୍ୟାନ୍ୟ ବାଙ୍କରେ ଚାକିରି ଦେବା ନାଁରେ ଠକୁଥିଲେ ପିଲାଙ୍କୁ । ଜଣଙ୍କ ପିଛା ଲକ୍ଷେରୁ ଦୁଇ ଲକ୍ଷ ନେଇ ଧରାଛୁଆଁ ଦେଉନଥିଲେ । ଏମିତି ଏକ ରାକେଟର‌ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ମୋବାଇଲ ଲାପଟପ କମ୍ପୁଟର ଓ ପ୍ରି ଆକ୍ଟିଭେଟେଡ ସିମ ସହ କିଛି ନକଲି ବ୍ୟାଙ୍କ ଷ୍ଟାମ୍ପ ଓ ଓଡିଶା ସରକାର ଓ ତହସିଲ ଷ୍ଟାମ୍ପ ସହ ନକଲି ଆଇଡି କାର୍ଡ ଏବଂ ୬୦ ଲକ୍ଷ ଟଙ୍କାର ଡିପୋଜିଟ ଜବତ କରିଛି ପୋଲିସ ।

ବିଶେଷ କରି ଏମାନେ ଏକ ଭୋଡାଫୋନ କର୍ମଚାରୀଙ୍କଠୁ ପ୍ରି ଆକ୍ଟିଭେଟେଡ ସିମ କାର୍ଡ ଆଣୁଥିଲେ । ପରେ ସେହି ସିମକାର୍ଡରେ ହ୍ବାଟସପ, ଇମେଲ ଆଇଡି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ସହ ନିରିହ ଛାତ୍ରଛାତ୍ରୀଙ୍କୁ କଲ କରୁଥିଲେ । ପରେ ଫୋନ ଯୋଗେ ଭେରିଫିକେସନ କରିବା ସହ ଷ୍ଟାମ୍ପ ବ୍ୟବହାର କରି ବ୍ୟାଙ୍କ ଅଫର ଲେଟର ଦେଉଥିଲେ । ପରେ ଫୋନ ଯୋଗେ ଯୋଗାଯୋଗ କରି ଯେଉଁମାନେ ଇଚ୍ଛୁକ ଥିଲେ ସେମାନଙ୍କ ଠାରୁ ଜଣଙ୍କ ପିଛା ୨ରୁ ୩ ଲକ୍ଷ ନେଇ ଠକୁଥିଲେ । ଠକ ରାକେଟର ୪ ଅଭିଯୁକ୍ତ ଧରାପଡିଥିବା ବେଳେ ପୋଲିସ ଆଉ କିଛି ଠକ ଏଥିରେ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ଏନେଇ ୪ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏମାନଙ୍କ ନାଁରେ ଆହୁରି ଅଧିକ ଠକାମିର ଲିଷ୍ଟ ସାମ୍ନାକୁ ଆସିପାରେ । ଠକଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.