ETV Bharat / city

ସାଇବର ଠକ ଚଲାଉଛନ୍ତି କଲସେଣ୍ଟର, ଧରିବା ପାଇଁ ପ୍ରସ୍ତୁତି ଜୋରସୋର:ଡିସିପି - ଡିସିପି

ରାଜ୍ୟକୁ ଆସୁଥିବା ୬୦ ପ୍ରତିଶତ କଲ ଦିଲ୍ଲୀ, ଝାଡଖଣ୍ଡ ଏବଂ କଲିକତା ରାଜ୍ୟରୁ ଆସୁଛି । ଯେଉଁଥିରେ ସବୁଠୁ ଅଧିକ କଲ ଦିଲ୍ଲୀ, ପଞ୍ଜାବ ବର୍ଡର, ଝାଡଖଣ୍ଡର ଜାମତାରା, ଧାନବାଦ ଓ ପଶ୍ଚିମବଙ୍ଗର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆସୁଛି । ଅଧିକ ପଢନ୍ତୁ...

ସାଇବର ଠକ ଚଲାଉଛନ୍ତି କଲସେଣ୍ଟର
ସାଇବର ଠକ ଚଲାଉଛନ୍ତି କଲସେଣ୍ଟର
author img

By

Published : Apr 16, 2021, 7:34 PM IST

ଭୁବନେଶ୍ବର: ରାଜ୍ୟକୁ ଆସୁଥିବା ୬୦ ପ୍ରତିଶତ କଲ ଦିଲ୍ଲୀ, ଝାଡଖଣ୍ଡ ଏବଂ କଲିକତା ରାଜ୍ୟରୁ ଆସୁଛି । ଯେଉଁଥିରେ ସବୁଠୁ ଅଧିକ କଲ ଦିଲ୍ଲୀ, ପଞ୍ଜାବ ବର୍ଡର, ଝାଡଖଣ୍ଡର ଜାମତାରା, ଧାନବାଦ ଓ ପଶ୍ଚିମବଙ୍ଗର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆସୁଛି । ଏସବୁ ଅଞ୍ଚଳକୁ ଛାଡିଦେଲେ ବାକି ଠକେଇର କଲ ଯାହା କମ ମାତ୍ରାରେ ୟୁପି, ବିହାର, ମହାରାଷ୍ଟ୍ର, ରାଜସ୍ଥାନ ଭଳି ବିଭିନ୍ନ ଅଞ୍ଚଳରୁ ଆସୁଛି ।

ସାଇବର ଠକ ଚଲାଉଛନ୍ତି କଲସେଣ୍ଟର

ଭିନ୍ନ ଭିନ୍ନ ଉପାୟରେ ଠକାମିର କଲ କରି ଲୋକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଠକ । ଯାହାର ଲୋଭର ବଶବର୍ତ୍ତୀ ହୋଇ ଠକାମିରେ ପଡୁଛନ୍ତି ଲୋକେ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି। ତେବେ ଭୁବନେଶ୍ବର ହେଲ୍ପ ଡେସ୍କକୁ ଆସୁଥିବା ସାଇବର ଠକେଇ କଲର ରିଭ୍ୟୁ ବେଳେ ଜାଣିବାକୁ ପାଇଛନ୍ତି ଯେ, ତିନୋଟି କ୍ଲଷ୍ଟର ଦିଲ୍ଲୀ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏସବୁ ଅଞ୍ଚଳ ମଧ୍ୟରୁ କଲ ଲୋକେସନରୁ ଜଣାପଡୁଛି । କିଛି ନିର୍ଦ୍ଦିଷ୍ଟ କଲ ସେଣ୍ଟର କରାଇ ଏପରି ଠକାମିର କଲ କରୁଛନ୍ତି ସାଇବର ଠକ ।

ଯାହାକୁ ନେଇ ସେସବୁ ସ୍ଥାନରେ ଚଢାଉ କରିବାକୁ କମିଶନରେଟ ପୋଲିସ ପ୍ରସ୍ତୁତ ହେଉଛି । କୋଭିଡ କଟକଣା ପାଇଁ ବାହାରକୁ ଯାଇ ଏସବୁ ଠକ ଧରିବା ଟିକେ ସମୟସାପେକ୍ଷ ଲାଗୁଛି । କିନ୍ତୁ ଖୁବଶୀଘ୍ର ସେମାନଙ୍କୁ ଗିରଫ ପାଇଁ ଯୋଜନା ଚଳାଇଛି କମିଶନରେଟ ପୋଲିସ ।

କାରଣ ରାଜ୍ୟରେ ବଢୁଥିବା ସାଇବର ଅପରାଧ ରାଜ୍ୟ ବାହାରର ବିଭିନ୍ନ କଲସେଣ୍ଟରରୁ ପରିଚାଳିତ ହେଉଛି। ରିତିମତ ସେଠାରୁ ଠକେଇର କଲ ଆସୁଥିବା କମିଶନରେଟ ପୋଲିସ ସନ୍ଦେହ ଘେରକୁ ନେଇଛି। କିଛି ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ବିଭିନ୍ନ ୱେବସାଇଟ୍‌ ଏବଂ ଅନଲାଇନ୍‌ ସପିଙ୍ଗ ସାଇଟ୍‌ରୁ ତଥ୍ୟ ଚୋରି କରି ଲୋକମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନଲାଇନ୍‌ ମାଧ୍ୟମରେ ଠକୁଥିବା ଜଣାପଡିଛି।

ସାଇବର ଅପରାଧୀମାନେ ଏକାଧିକ ସିମ କାର୍ଡ ବ୍ୟବହାର କରୁଥିବା ଜଣାପଡିଛି। ଯେଉଁ ନମ୍ବରରୁ ଠକେଇ ନିମନ୍ତେ ଫୋନ କଲ ଆସୁଛି ଉକ୍ତ ନମ୍ବରକୁ ସାଇବର ସେଲ ଦ୍ବାରା ବ୍ଲକ ମଧ୍ୟ କରାଯାଉଛି। ତେବେ ଉକ୍ତ ସାଇବର ଅପରାଧୀମାନେ କିପରି ଭାବେ ନୂଆ ନୂଆ ନମ୍ବର ପାଉଛନ୍ତି। ଗୋଟିଏ ଗୋଟିଏ ସ୍ଥାନରୁ ବାରମ୍ବାର କଲ ବ୍ଲକ ସତ୍ତ୍ବେ କଲ ଆସୁଛି।

ସେମାନଙ୍କୁ ସିମକାର୍ଡ ଯୋଗାଇବାରେ କେଉଁମାନଙ୍କ ସମ୍ପୃକ୍ତି ରହୁଛି ସେନେଇ ପୋଲିସ ତଦନ୍ତ ଚଳାଉଥିବା ଜଣାପଡିଛି। କମିଶନରେଟ୍‌ ପୋଲିସ ପକ୍ଷରୁ ଜାରି କରାଯାଇଥିବା ହେଲ୍ପଡେସ୍କ ନମ୍ବରକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଲ୍‌ ଆସୁଛି । ମାର୍ଚ୍ଚ ମାସର ରିଭ୍ଯୁ ଅନୁସାରେ ୬୨୯ଟି ଠକେଇ ହୋଇଥିବା ଲୋକ ହେଲ୍ପଡେସ୍କକୁ କଲ କରିଛନ୍ତି।

ଯେଉଁଥିରୁ କେବଳ ଭୁବନେଶ୍ବରରୁ ୩୧୦ଟି କଲ। ସାଇବର ଅପରାଧୀମାନେ ମୋଟ ୮୪ ଲକ୍ଷ ୭୮ହଜାର ୩୯୪ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ୮୦ଟି କ୍ରେଡିଟ୍‌ କାର୍ଡ ଠକେଇ, ୧୭୦ ଟି ୟୁପିଆଇ ଠକେଇ, ୩୭୯ଟି ଅନ୍ୟାନ୍ୟ ଢଙ୍ଗରେ ଠକେଇ କରିଥିବା ଅଭିଯୋଗ କରିଥିଲେ ଅଭିଯୋଗକାରୀ।

ଏସବୁ କଲ୍‌ର ଅଭିଯୋଗକୁ ଆଧାରକରି ୧୬ଟି କେସ ଭୁବନେଶ୍ବର କମିଶନରେଟ ପୋଲିସ ପକ୍ଷରୁ ରୁଜୁ ହୋଇଛି। ତେବେ ମାର୍ଚ୍ଚ ମାସରେ ୨ ଲକ୍ଷ ୫୩ହଜାର ୬୪୭ଟଙ୍କା ଠକଙ୍କ ଠାରୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି କମିଶନରେଟ ପୋଲିସ ଅଧିକାରୀ। ସେଥିରୁ କିଛି ଟଙ୍କା ଲୋକ ଫେରି ପାଇଛନ୍ତି।

ୟୁପିଆଇ ଠକେଇ ଯୋଗୁଁ ସାଇବର ଅପରାଧୀଙ୍କ ଆକାଉଣ୍ଟରୁ ଟଙ୍କା ଫେରସ୍ତ ଆଣିବା କଷ୍ଟକର ହୋଇପଡୁଛି। ଅପରାଧର ଘଣ୍ଟାକ ମଧ୍ୟରେ ଅଭିଯୋଗ କଲେ ଠକେଇ ହୋଇଥିବା ଟଙ୍କା ଫେରସ୍ତ ମିଳିବାର ଅନେକ ଆଶା ରହିଛି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ।

ସାଇବର ଠକେଇର ଜାଲ ବିଛାଇବାକୁ ତିଆରି ହେଉଛି ବ୍ଲୁ ପ୍ରିଣ୍ଟ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବେକାର ଆଇଟି ଇଞ୍ଜିନିୟରମାନଙ୍କୁ ଫସାଇବାକୁ ଚାଲିଛି ବଡ଼ ଧରଣର ଡିଲ୍‌। ବିପୁଳ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ସେମାନଙ୍କୁ ଗ୍ୟାଙ୍ଗ୍‌ରେ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।

ଓଡ଼ିଶା ସମେତ ୫ଟି ରାଜ୍ୟକୁ ଟାର୍ଗେଟ୍‌ କରିଛନ୍ତି। ଓଡ଼ିଶାର ଭୁବନେଶ୍ବର, ପଶ୍ଚିମବଙ୍ଗର କୋଲକାତା ଓ ଆସାନସୋଲ, ରାଜସ୍ଥାନର ଅଲୱର ଓ ଭରତପୁର, ହରିୟାଣା, ଗୁରୁଗାଓଁ ଏବଂ ଉତ୍ତରପ୍ରଦେଶର ମଥୁରା, ବାରଣାସୀ ଓ ଜଲାଲପୁର ଏହି ଗ୍ୟାଙ୍ଗ୍‌ର ଟାର୍ଗେଟ୍‌ରେ ରହିଛି।

ଏହି ସବୁ ସହରରେ ବେକାରଙ୍କୁ ଏଥିରେ ନିଯୁକ୍ତ କରାଯାଉଥିବା ବିଶେଷଜ୍ଞ କହିଛନ୍ତି। ଡିସିପି ଉମାଶଙ୍କର ଦାସଙ୍କ କହିବା ମୁତାବକ ପୂର୍ବଅପେକ୍ଷା ସାଇବର ଠକେଇ କମିଛି। ଲୋକେ ଧୀରେ ଧୀରେ ସତର୍କ ହେଲେଣି। ଆଗରୁ ଶହେରୁ ଊର୍ଦ୍ଧ୍ବ ଅଭିଯୋଗ ଆସୁଥିଲା।

ବର୍ତ୍ତମାନ ୫୦ କଲ ଆସୁଛି। ୭୦ ପ୍ରତିଶତ ଲୋକ ଲୋଭର ବଶବର୍ତ୍ତୀ ହୋଇ ଠକାମିର ଶିକାର ହେଉଛନ୍ତି। ଲଟେରି, ଲୋନ ଆଦି ଭଳି ଲୋଭ ଦେଖାଇ ସାଇବର ଠକ ଠକୁଥିବା ସେ କହିଛନ୍ତି । ସେହିପରି ଆପଣଙ୍କ କାର୍ଡ ବ୍ଲକ ହୋଇଯିବ, ସିମ ବ୍ଲକ ହୋଇଯିବ ପରି ଭୟ ଦେଖାଇ ମଧ୍ୟ ଏମାନେ ଠକୁଥିବା ଡିସିପି ସତର୍କ କରାଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.