ETV Bharat / city

କୋରୋନାରେ ଜୀବନ ହାରିଛନ୍ତି 14 ବ୍ୟାଙ୍କ କର୍ମଚାରୀ, ଶନିବାର ବ୍ୟାଙ୍କ ବନ୍ଦ - saturday bank close news

କୋରୋନା କବଳରେ ବ୍ୟାଙ୍କ କର୍ମଚାରୀ । ରାଜ୍ୟରେ ୩ ହଜାର ୬୬ ଜଣ ବ୍ୟାଙ୍କ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ 14 ବ୍ୟାଙ୍କ କର୍ମଚାରୀ କୋରନାରେ ମୃତ୍ୟୁବରଣ କରିଛନ୍ତି । ଶନିବାର ବ୍ୟାଙ୍କ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି । ଅଧିକ ପଢନ୍ତୁ...

କୋରୋନା କବଳରେ ବ୍ୟାଙ୍କ କର୍ମଚାରୀ ୧୪ ମୃତ, ଶନିବାର ବନ୍ଦ ରହିବ ବ୍ୟାଙ୍କ

author img

By

Published : Oct 4, 2020, 6:11 PM IST

ଭୁବନେଶ୍ବର: କୋରୋନା କବଳରେ ବ୍ୟାଙ୍କ କର୍ମଚାରୀ । ଏନେଇ ରାଜ୍ୟ ଅର୍ଥବିଭାଗକୁ ଜଣାଇଛି ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି । ଦିନକୁ ଦିନ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା ବୃ୍ଦ୍ଧିକୁ ନେଇ ଜଣାଇଛି କମିଟି ।

କୋରୋନା କବଳରେ ବ୍ୟାଙ୍କ କର୍ମଚାରୀ ୧୪ ମୃତ, ଶନିବାର ବନ୍ଦ ରହିବ ବ୍ୟାଙ୍କ
କୋରୋନା କବଳରେ ବ୍ୟାଙ୍କ କର୍ମଚାରୀ ୧୪ ମୃତ, ଶନିବାର ବନ୍ଦ ରହିବ ବ୍ୟାଙ୍କ

ରାଜ୍ୟରେ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ୩ ହଜାର ୬୬ ଜଣ ବ୍ୟାଙ୍କ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହ ବିଭିନ୍ନ ବ୍ୟାଙ୍କରେ ୧୪ ଜଣ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ ନେଇଛି ମହାମାରୀ କୋରନା । ସର୍ବାଧିକ କୋରୋନା ଆକ୍ରାନ୍ତ ହୋଇଛନ୍ତି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କର୍ମଚାରୀ । ଏହି ତାଲିକା ଅନୁସାରେ ଏସବିଆଇର ସର୍ବାଧିକ ୯୬୮ ଆକ୍ରାନ୍ତ ଥିବାବେଳେ , ଆକ୍ସିସ ବ୍ୟାଙ୍କର ୩୯୦, ଏଚଡିଏଫସିର ୩୨୦ ଆକ୍ରାନ୍ତ ରହିଛନ୍ତି ।

ଏହାକୁ ଆଖିଆଗରେ ରଖି ଅକ୍ଟୋବର ମାସର ସବୁ ଶନିବାର ବନ୍ଦ ରହିବ ବ୍ୟାଙ୍କ ବୋଲି ବ୍ୟାଙ୍କର୍ସ କମିଟି ନିଷ୍ପତ୍ତି ନେଇଛି । ଏ ନେଇ ଅର୍ଥ ବିଭାଗକୁ ଅବଗତ କରାଇଲା ଷ୍ଟେଟ ଲେବୁଲ ବ୍ୟାଙ୍କର୍ସ କମିଟି(ଏସଏଲବିସି) । ସୂଚନା ଅନୁସାରେ ରାଜ୍ୟ ସରକାର ମଧ୍ୟ ପୂର୍ବରୁ କଟକ ଓ ଭୁବନେଶ୍ବରକୁ ଛାଡି ସମସ୍ତ ଶନିବାର ସରକାରୀ ଅଫିସ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.