କଟକ: ରାଜଧାନୀରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନବେଳେ ପୋଲିସ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲା । ଏହାକୁ ନେଇ କଟକରେ ସ୍ବର ଶାଣିତ କରିଛି ଛାତ୍ର କଂଗ୍ରେସ । ପୋଲିସର ଲାଠି ଚାର୍ଜକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବିରେ ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସ କର୍ମୀ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପଦର୍ଶନ କରୁଥିଲା ।
ଏହା ବି ପଢ଼ନ୍ତୁ Assembly Gherao: ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ ଉପରେ ପୋଲିସର ଲାଠି ଚାର୍ଜ
ସେହି ସମୟରେ କିଛି ଅସାମାଜିକ ବ୍ୟକ୍ତି ବିଜେଡି ଦ୍ୱାରା ଅନୁପ୍ରାଣିତ ହୋଇ ବିକ୍ଷୋଭସ୍ଥଳରେ ବିଶୃଙ୍ଖଳା କରିଥିଲେ ବୋଲି ଛାତ୍ର କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି । ହେଲେ ପୋଲିସ କିଛି ନ ବୁଝି ଲାଠିଚାର୍ଜ ଆରମ୍ଭ କରିଦେଲା । ପୋଲିସ କଂଗ୍ରେସ ଭବନ ଭିତରେ ପଶି ଖାଦ୍ୟ ଦେଉଥିବା କଂଗ୍ରେସ କର୍ମୀଙ୍କୁ ମାର୍ପିଟ୍ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ରାଜ୍ୟ ଯୁବ କଂଗ୍ରେସ ନିନ୍ଦା କରିଛି ।
ପୋଲିସର ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି(ରବିବାର) କଟକ ଛାତ୍ର କଂଗ୍ରେସ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ମଧୁପାଟଣା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ନବୀନ ପଟ୍ଟନାୟକ ସରକାରରେ ରାଜ୍ୟରେ ନାରୀ ସୁରକ୍ଷିତ ନଥିବା ଛାତ୍ର ନେତା ଅଭିଯୋଗ କରିଛନ୍ତି ।
ଏହା ବି ପଢ଼ନ୍ତୁ Assembly Gherao: ଛାତ୍ର କଂଗ୍ରେସ କର୍ମୀଙ୍କୁ ଲାଠିଚାର୍ଜ, ତୀବ୍ର ନିନ୍ଦା କଲା କଂଗ୍ରେସ
ଗତ ଡିସେମ୍ବର ୧୦ ତାରିଖରେ ମମିତା ମେହେର ହତ୍ୟାକାଣ୍ଡ (Mamita Meher Murder Case) ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ପୁରା ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ବିଧାନସଭା ଘେରାଉ(Assembly Gherao) କରିଥିଲା ରାଜ୍ୟ ଛାତ୍ର କଂଗ୍ରେସ । ପୂର୍ବ ଘୋଷଣା ମୁତାବକ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ସଭା କରିବା ପରେ ଶୋଭାଯାତ୍ରାରେ ବାହାରି ବିଧାନସଭା ଘେରାଉ କରିବାକୁ ଯାଉଥିଲେ ଛାତ୍ର କଂଗ୍ରେସ । ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ଫଳରେ ସେ ଠାରେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଲାଠିଚାର୍ଜ କରିଥିଲା ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ