ETV Bharat / city

ଆଜି ଧନତେରାସ, ସୁନା ଦୋକାନରେ ଜମୁଛି ଭିଡ

ଆଜି(ମଙ୍ଗଳବାର) ଧନର ଦିବସ ପବିତ୍ର ଧନତେରାସ । ଏଥିଲାଗି ରାଜଧାନୀରେ ସୁନା ଦୋକାନ ହୋଇଉଠିଛି ଚଳଚଞ୍ଚଳ । ଅଧିକ ପଢନ୍ତୁ...

ଧନତେରାସ ପାଇଁ ଚଳଚଞ୍ଚଳ ସୁନା ଦୋକାନ
ଧନତେରାସ ପାଇଁ ଚଳଚଞ୍ଚଳ ସୁନା ଦୋକାନ
author img

By

Published : Nov 2, 2021, 4:55 PM IST

Updated : Nov 2, 2021, 6:03 PM IST

ଭୁବନେଶ୍ବର: ଆଜି(ମଙ୍ଗଳବାର) ପବିତ୍ର ଧନତେରାସ ବା ଧନର ଦିବସ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହି ଦିବସ ପାଳନ କରାଯାଇଥାଏ । ଆଜିର ଦିନରେ କିଛି ମୂଲ୍ୟବାନ ଜିନିଷ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି । ଏଣୁ ରାଜଧାନୀରେ ଆଜି ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଆଜି ଧନତେରାସ, ସୁନା ଦୋକାନରେ ଜମୁଛି ଭିଡ

ଏହି ବିଶ୍ବାସ ଓ ଦିନକୁ ନେଇ ଭୁବନେଶ୍ବର ବିଭିନ୍ନ ଗହଣା ଦୋକାନରେ ସୁନା କିଣିଛନ୍ତି ଅନେକ ଗ୍ରାହକ । ଆଉ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବି ବିଭିନ୍ନ ଅଫର ପ୍ରଦାନ କରାଯାଉଛି । ଶୁଦ୍ଧତା ଯାଞ୍ଚ କରିବା ସହ ହଲମାର୍କ ଚେକ କରି ସୁନା କିଣି ନେଉଥିବା ବେଳେ ଲକ୍ଷ୍ମୀଙ୍କ ଆବାହନକୁ ନେଇ ବେଶ ଖୁସି ଅଛନ୍ତି ଗ୍ରାହକ ।

ତେବେ ୨ ବର୍ଷ ହେବ କୋରୋନା ସଂକ୍ରମଣ ଓ କଟକଣା ପାଇଁ ଧନତେରସ ଫିକା ପଡିଥିବା ବିବେଳେ ଚଳିତ ବର୍ଷ କୋଭିଡ କଟକଣାରେ ଗ୍ରାହକମାନେ ସୁନା କିଣୁଛନ୍ତି । ଆଉ ଦୋକାନୀ ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ଆଶାବାଦୀ ଅଛନ୍ତି । ଆଜିର ଦିନରେ ସୁନା କିଣିଲେ ଘରକୁ ଭାଗ୍ୟଦେବୀ ଆସନ୍ତି ବୋଲି ଲୋକଙ୍କ ବିଶ୍ବାସ ରହିଛି । ଏହି ଦିନ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି ଗ୍ରାହକ । ଦୀପାବଳିର ୨ ଦିନ ପୂର୍ବରୁ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପଡିଥାଏ ଏହି ପର୍ବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Nov 2, 2021, 6:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.