ETV Bharat / city

କୋହଳ ହୋଇଛି ନିୟମ ତଥାପି କର୍ଫ୍ୟୁରେ କଟୁଛି ଜୀବନ - ଭୁବନେଶ୍ବରରେ କର୍ଫ୍ୟୁ ଜାରି

ଲକଡାଉନର ୪ର୍ଥ ପର୍ଯାୟରେ ବି ସନ୍ଧ୍ୟା ୭ ରୁ ସକାଳ ୭ ଯାଏ ଜାରି ରହିଛି କଟକଣା । ଅର୍ଥାତ ଏହି ସମୟରେ କେହି ବି ଘରୁ ବାହାରିଲେ ପୋଲିସଠୁ ନେବାକୁ ହେବ ଅନୁମତି ।

curfew-enforcement-is-still-in-bhubaneswar-from-7pm-to-7am
କୋହଳ ହୋଇଛି ନିୟମ, ତଥାପି କର୍ଫ୍ୟୁରେ କଟୁଛି ଜୀବନ
author img

By

Published : May 27, 2020, 2:11 PM IST

ଭୁବନେଶ୍ବର: କୋହଳ ହୋଇଛି ନିୟମ, ତଥାପି କର୍ଫ୍ୟୁ ବଳୟରେ କଟକ ଭୁବନେଶ୍ବର । ସଂନ୍ଧ୍ୟା ୭ ବାଜିଲେ ଚକ-ଅଖ ସବୁ ବନ୍ଦ । ଦୋକାନ ବଜାର ସଟର ଡାଉନ । ଛକ ଛକରେ ପୋଲିସ ପ୍ରହରା । ଲକଡାଉନର ୪ର୍ଥ ପର୍ଯାୟରେ ବି ସନ୍ଧ୍ୟା ୭ ରୁ ସକାଳ ୭ ଯାଏ ଜାରି ରହିଛି କଟକଣା । ଅର୍ଥାତ ଏହି ସମୟରେ କେହି ବି ଘରୁ ବାହାରିଲେ ପୋଲିସଠୁ ନେବାକୁ ହେବ ଅନୁମତି ।

କୋହଳ ହୋଇଛି ନିୟମ, ତଥାପି କର୍ଫ୍ୟୁରେ କଟୁଛି ଜୀବନ

ମେଡିକାଲ ହେଉ ବା ଏମରଜେନ୍ସି, ୧୦୦କୁ କଲ କରି ମୋବାଇଲ ଏସମେସ ଜରିଆରେ ମିଳୁଛି ପାସ । ଅତି ଜରୁରି ବ୍ୟବସ୍ଥା ମେଡିସିନ ଦୋକାନ ଓ ପେଟ୍ରୋଲ ପମ୍ପ ଖୋଲା ରଖିବାକୁ ଅନୁମତି । ନଚେତ ଘରୁ ଗୋଡ କାଢିଲେ ପୋଲିସ ଉଠାଇ ନେଉଛି ଗାଡି କାଟୁଛି କଡା ଫାଇନ। ପାସ ପାଇଁ ପୋଲିସ କଣ୍ଟ୍ରୋଲ ରୁମରେ ୩ ଟି ସିଫ୍ଟରେ କାମ କରୁଛନ୍ତି ୭୨ ଜଣ ।

ଅନ୍ୟପଟେ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯନ୍ତ ସ୍ବଭାବିକ ଭାବେ ଚାଲୁଛି ଗାଡି ମୋଟର । ଯିବା ଆସିବା ପାଇଁ ଆବଶ୍ୟକ ନାହିଁ ପାସ କି ପୋଲିସର ଅନୁମତି । ହେଲେ ବଜାର ବା ମାର୍କେଟରେ ସାମୂହିକ ଏକାଠିକୁ ଅନୁମତି ନାହିଁ । ମୁହଁରେ ମାସ୍କ ଓ ସୋଲିଆଲ ଡିଷ୍ଟାନ୍ସକୁ ନେଇ ଗୁରୁତ୍ବ ଦିଆଯାଉଛି । ହେଲେ ପୋଲିସର ସନ୍ଧ୍ୟାକାଳୀନ କର୍ଫ୍ୟୁ ପାଇଁ କିଛି ବୁଦ୍ଧିଜୀବି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ପୁର୍ବପରି ସଡଡାଉନ ବା ଲକଡାଉନ ୩ ପରି ନାହିଁ ନିୟମ କଡାକଡି । ଧିରେ କୋହଳ ନିୟମ ଲୋକଙ୍କୁ ସ୍ଥିତି ସୁଧାରିବା ଉପରେ ଗୁରୁତ୍ବ ଦେଉଛନ୍ତି ସରକାର ।

ଭୁବନେଶ୍ବରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.