ETV Bharat / city

ଓଡିଆ ଭାଷାକୁ ଅନୁଦାନ ନମିଳିବା ପ୍ରସଙ୍ଗ, ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ - ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ଓଡିଆ ଭାଷାକୁ ଅନୁଦାନ ନମିଳିବା ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଧାନସଭାରେ ହଙ୍ଗାମା କରିଥିଲେ ବିରୋଧୀ । ବୁଧବାର ଏପ୍ରସଙ୍ଗରେ ବିଧାନସଭାରେ ବିବୃତ୍ତି ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । କ’ଣ କହିଲେ ମନ୍ତ୍ରୀ ?

Culture Minister
Culture Minister
author img

By

Published : Feb 19, 2020, 4:32 PM IST

ଭୁବନେଶ୍ବର: ଓଡିଆ ଭାଷାକୁ ଅବହେଳା ପ୍ରସଙ୍ଗ ନେଇ ଗୃହରେ ବିବୃତି ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । 2014 ମସିହା ନଭେମ୍ବର ମାସ 3 ତାରିଖରେ ଓଡିଆ ଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିବା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କେନ୍ଦ୍ରୀୟ ଅନୁଦାନ ମିଳିନାହିଁ । ତେବେ ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର ବହୁବିଧ ବ୍ୟବସ୍ତା କରିଛନ୍ତି । ଓଡିଆ ଭାଷା ଓ ସଂସ୍କୃତି ବିଭାଗ କରିବା ସହ ପ୍ରସାଶନିକ କାର୍ଯ୍ୟ ପାଇଁ ପ୍ରଶାସନିକ ଶବ୍ଦକୋଷ, ଜେଏନୟୁରେ ଓଡିଆ ଚେୟାର ପ୍ରତିଷ୍ଠା, ପୁରୀ ସତ୍ୟବାଦୀରେ ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଭଳି ବହୁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଓଡିଆ ଭାଷାକୁ ଅନୁଦାନ ନମିଳିବା ପ୍ରସଙ୍ଗ, ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ

ସେଣ୍ଟ୍ରାଲ ଇନଷ୍ଟ୍ୟୁଟ ଅଫ କ୍ଲାସିକଫାଏଡ ଓଡିଆ ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ପ୍ରସ୍ତାଵ ଦେଇଥିବା ବେଳେ ତାହା ଗ୍ରହଣ ହୋଇଛି । ଏହା ପ୍ରତିଷ୍ଠା ପରେ କେନ୍ଦ୍ରୀୟ ଅନୁଦାନ ପାଇଁ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କ ବିବୃତ୍ତି ନେଇ ପ୍ରଶ୍ନକର୍ତ୍ତା ତାରା ବାହୀନିପତି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ମଙ୍ଗଳବାର କଂଗ୍ରେସ ବିଧାୟକ ତାରା ବହିନୀପତି ପଚାରିଥିବା ପ୍ରଶ୍ନର ସ୍ପଷ୍ଟ ଉତ୍ତର ମିଳିନଥିବା ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.