ETV Bharat / city

ଶେଷ ଦିନରେ 3ବର୍ଷର ସଫଳତା ବଖାଣିଲେ ବିଦାୟୀ ମୁଖ୍ୟ ଶାସନ ସଚିବ - ରାଜ୍ୟ ମୁଖ୍ୟ ଶାସନ ସଚିବ

ପାଖାପାଖି 4ବର୍ଷ କାର୍ଯ୍ୟକାଳ ବେଶ ସଫଳତାର ସହ ଶେଷ ହୋଇଛି । ସରକାର ଓ ସମସ୍ତ ବିଭାଗ ସବୁ ପ୍ରକାର ସହଯୋଗ କରିଛନ୍ତି । ଆଗମୀ ଦିନରେ ମଧ୍ୟ ମିଳିଥିବା ଦାୟିତ୍ବକୁ ସଠିକ ଭାବେ ତୁଳାଇବି ବୋଲି କହିଛନ୍ତି ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 17, 2019, 9:54 PM IST

Updated : Aug 17, 2019, 10:08 PM IST

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ଶାସନ ସଚିବ ପଦରୁ ବିଦାୟ ନେଇଛନ୍ତି ଆଦିତ୍ୟ ପ୍ରସାଦ ପାଢୀ । ଯଦିଓ ଦାୟିତ୍ବ ହସ୍ତାନ୍ତର ସୋମବାର କରିବେ ତେବେ ଶନିବାର ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା । ଶନିବାର ଅନ୍ତିମ ଦିନରେ ଆଦିତ୍ୟ ପାଢୀ ନିଜ ସମୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମ ସହ ବିଭିନ୍ନ ବିଭାଗ ସହ ସମନ୍ବୟ ରଖିବା ବଡ ଉପଲବ୍ଧି ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ପାଢୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗତ ତିନି ବର୍ଷ ଆଠ ମାସ କାର୍ଯ୍ୟ ବେଶ ଆତ୍ମସନ୍ତୋଷ ଥିଲା । ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛୁ । ଏଥିପାଇଁ ସମସ୍ତ ବିଭାଗର ଅଧିକାରୀ ମାନେ କୋଠର ପରିଶ୍ରମ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବରେ ଆମ ରାଜ୍ୟ ପ୍ରଗତି କରିଛି । ମୁଖ୍ୟତଃ ଗ୍ରାମଞ୍ଚଳ ହାଉସିଂ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ।

ଏଥିସହ ପାନୀୟ ଜଳ କ୍ଷେତ୍ରରେ ମଧ୍ୟ ବେଶ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ଆସନ୍ତା ତିନି ବର୍ଷ ପରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବି ରାଜ୍ୟ ପ୍ରଗତି କରିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ମ୍ୟାଲେରିଆ ରୋଗ କ୍ଷେତ୍ରରେ ଓଡିଶା ଆଶାନୁରୂପ ସଫଳତା ପାଇବା ପରେ ‘ଓ୍ଵାର୍ଲଡ ହେଲଥ ଅରଗାନାଇଜେସନ’ ତରଫରୁ ପୁରସ୍କୃତ ହୋଇଛି ରାଜ୍ୟ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ରାଜ୍ୟ ବେଶ ସଫଳତା ପାଇଛି । ବିଗତ ଦିନରେ ହୋଇଥିବା ପ୍ରାକୃତିକ ଦୁର୍ବିପାକକୁ ରାଜ୍ୟ ସଫଳତା ସହ ମୁକାବିଲା କରିଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ କ୍ରୀଡା କ୍ଷେତ୍ରରେ ମଧ୍ୟ ରାଜ୍ୟ ବେଶ ଭଲ ପ୍ରଦର୍ଶନ କରିଛି । ହକି ଓ୍ଵାର୍ଲ୍ଡ କପ ଓ ଏସିଆନ ଆଥଲେଟିକ ଚମ୍ପିୟାନ୍ସସିପ ମଧ୍ୟ ରାଜ୍ୟ ସଫଳତାର ସହ ଆୟୋଜନ କରି ବିଶ୍ବ ଦରବାରରେ ପ୍ରଶଂସିତ ହୋଇଛି । ଖାଲି ଏତିକି ନୁହେଁ ନୂଆ ସରକାର ଆସିବା ପରେ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ଲୋକସେବା ଉପରେ ପ୍ରଧାନ୍ୟ ଦିଆଯାଇଛି । ନିଜ କାର୍ଯ୍ୟକାଳ ସମୟର ନିଜର ଏକମାତ୍ର ବ୍ୟକ୍ତିଗତ ସଫଳତା କହିଛନ୍ତି ଆଦିତ୍ୟ ପାଢୀ । ନିଜ ବ୍ୟକ୍ତିଗତ ସଫଳତା ଭାବେ ଇଣ୍ଡିଆନ ଅଏଲ ସହ ରାଜ୍ୟ ସରକାରଙ୍କ ବୁଝାମଣା । ଯାହାଦ୍ବାରା ରାଜ୍ୟ ସରକାର ବର୍ଷକୁ 2ହଜାର କୋଟି ଟଙ୍କା ସଞ୍ଚୟ କରୁଛନ୍ତି ବୋଲି ସେ କହିଛନ୍ତି ।

ତେବେ ନିଜର ଆଗାମୀ କାର୍ଯ୍ୟ ତୁଲାଇବାକୁ ସେ ଉତ୍ସୁକ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ

Intro:ରାଜ୍ୟ ମୁଖ୍ୟ ଶାସନ ସଚିବ ପଦରୁ ବିଦାୟ ନେବା ସମୟରେ ଆଦିତ୍ୟ ପ୍ରସାଦ ପଢୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟ ସରକାର ଙ୍କ ଉଲେ୍ଖ ନିୟ କାର୍ଯ୍ୟ କୁ ବଖାଣିଛନ୍ତି ।ଏନେଇ କହିଛନ୍ତି ଯେ ,
ଗତ ତିନିବର୍ଷ ଆଠ ମାସ କାର୍ଯ୍ୟକାଳ ମଧ୍ୟରେ ମୁଖ୍ୟ ଶାଶନ ସଚିବ ଭାବରେ କାର୍ଯ୍ୟ କରିଛି ।ମୁଖ୍ୟ ଭାବରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରିବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଯନା ଗ୍ରାଉଣ୍ଡ ରେ ସଠିକ୍ ଭାବେ ପହଞ୍ଚେଇବା ଲକ୍ଷ ରହିଥିଲା ।ଏ ଦିଗରେ ମୁଁ ସମସ୍ତଙ୍କ ର ସହଯୋଗ ପାଇଛି ।Body:ମୁଖ୍ୟମନ୍ତ୍ରୀ ଙ୍କ ବଳିଷ୍ଠ ନେତୃତ୍ୱରେ ଆମ ରାଜ୍ୟ ପ୍ରଗତି କରିଛି ।ମୁଖ୍ୟତଃ ରୁରାଲ ହାଉସିଂ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି ।ସେଥିପାଇଁ ଆମେ ଭାରତ ର ଅନ୍ୟ ରାଜ୍ୟ ତୁଳନାରେ ନମ୍ବର ସ୍ତାନରେ ରହିଥିଲୁ ।ଏହା ସହ ପାନୀୟ ଜଳ କ୍ଷେତ୍ରରେ ମଧ୍ୟ ବେଶ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ହୋଇଛି ।ଆସନ୍ତା ତିନି ବର୍ଷ ଠାରୁ ପ୍ରତ୍ୟେକ ଘରକୁ ପାଇପ ଓ୍ଵାଟର ଯୋଗାଇବା ପାଇଁ ଲକ୍ଷ ରହିଛି ।ସେହିପରି ହେଲଥ୍ ସେବା କ୍ଷେତ୍ରରେ ବି ପ୍ରଗତି କରିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।ମାଲେରିଆ ରୋଗ କ୍ଷେତ୍ରରେ ଓଡିଶା ଆଶାନୁରୂପ ସଫଳତା ପାଇବା ପରେ ଓ୍ଵାର୍ଲଡ ହେଲଥ ଅରଗାନାଇଜେସନ ତରଫରୁ ପୁରଷ୍କୃତ ହୋଇଛି ।ଡିଜାଷ୍ଟାର ମେନେଜମେଣ୍ଟ କ୍ଷେତ୍ରରେ ମଧ୍ୟ ବେଶ ଭଲ କାର୍ଯ୍ୟ କରିଛି ଓଡିଶା ।ବିଗତ ଦିନରେ ହୋଇଥିବା ପ୍ରକୃତିକ ଦୁର୍ବିପାକର ସଫଳ ମୁକାବିଲା କରି ଓଡିଶା ପ୍ରସଂଶିତ ହୋଇଛି ।Conclusion:ସେହିପରି କ୍ରିଡା କ୍ଷେତ୍ରରେ ମଧ୍ୟ ରାଜ୍ୟ ବେଶ ଭଲ ପ୍ରଦର୍ଶନ କରିଛି ।ଓ୍ଵାର୍ଲଡ କପ ହକି ଓ ଏସିଆନ ଆଥଲେଟିକ୍ ଚମ୍ପିୟାନ୍ସ ସିପ୍ ରେ ମଧ୍ୟ ସଫଳ ଆୟୋଜନ କରିଛି ଓଡଶା ।ସେହିପରି ନୂଆ ସରକାର ଆସିବା ପରେ ସରକାରଙ୍କ ମୁଖ୍ୟ ଲୋକସେବା ଉପରେ ପ୍ରଧାନ୍ୟ ଦିଆଯାଇଛି ।ଥାନା ତହସିଲ୍ ହସପିଟାଲରେ ଲୋକଙ୍କ କିଭଳି ଉତ୍ତମ ସେବା ପାଇପାରିବେ ତାହା କୁ ପ୍ରଧାନ୍ୟ ଦିଆଯାଉଛି ।ଏହା ସହ ନିଜର ଗୋଟିଏ ସଫଳତା ବିଷୟରେ ଉଲେଖ କରିଛନ୍ତି ଯେ ଇଣ୍ଡିଆନ ଅୟଲ ସହ ରାଜ୍ୟ ସରକାରଙ୍କ ନେଗୋସିଏସନ୍ ।ଯାହା ଫଳରେ ରାଜ୍ୟ ର
ସରକାର ବର୍ଷକୁ ୨୦୦୦କୋଟି ରୁ ଟଙ୍କା ସଞ୍ଜୟ କରୁଥିବା କହିଛନ୍ତି ଆଦିତ୍ୟ ପ୍ରସାଦ ପାଢୀ ।ଏହା ସହ ରାଜ୍ୟ ନିର୍ବାଚନ କମିଶନ ଭାବେ ଆଗାମୀ ୫ବର୍ଷ ପାଇଁ ଭଲ କାମ କରିବି ବୋଲି ଆଦିତ୍ୟ ପ୍ରସାଦ ପାଢୀ ।
Last Updated : Aug 17, 2019, 10:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.